କୁଲର ବ୍ୟବହାର କରୁଥିଲେ ମାନନ୍ତୁ ଏହି ଟିପ୍ସ: ଘର ରହିବ ଅଧିକ ଥଣ୍ଡା !

ରାଜ୍ୟରେ ଏକାଧିକ ସ୍ଥାନରେ ପ୍ରବଳ ଖରା । ଖରା ଦାଉରୁ ବର୍ତ୍ତିବା ପାଇଁ କିଏ ଘରେ ଏସି ଲଗାଉଛି ତ କିଏ କୁଲର । କିନ୍ତୁ ଅଧିକାଂଶ ଲୋକେ ଘରେ କୁଲର ବ୍ୟବହାର କରନ୍ତି । ଜାଣନ୍ତି କି କୁଲର ବ୍ୟବହାରରେ ଘର କେବଳ ଥଣ୍ଡା ରୁହେନି ଘରର ଆର୍ଦ୍ରତା ସ୍ତର ମଧ୍ୟ ବଢାଇ ଦିଏ । ଯାହା ଫଳରେ ବ୍ୟାକ୍ଟେରିଆ, ଫଙ୍ଗସ୍‌ ଭଳି ସମସ୍ୟାର କାରଣ ହୋଇପାରେ । ଆମେ ଆପଣଙ୍କୁ କହିବୁ ଏମିତି କିଛି ଟିପ୍ସ । ଯେଉଁଥିରେ ଘରେ କୁଲର ବ୍ୟବହାର କରୁଥିଲେ ଆର୍ଦ୍ରତା ସ୍ତର ନିୟନ୍ତ୍ରଣରେ ରହିବା ସହ ଘରେ ଗୁଳୁଗୁଳି ବଢିବନି । ଏହା ସହ ଆହୁରି ଅଧିକ ଥଣ୍ଡା ପବନ ଦେବ କୁଲର

କୁଲର ଟାଙ୍କିକୁ ଖାଲି କରନ୍ତୁ:

କୁଲର ବ୍ୟବହାର କରୁଥିଲେ ଘରେ ଅଠାଳିଆ ଭଳି ଲାଗେ । ଏସବୁ ସମସ୍ୟାରୁ ମୁକ୍ତି ଚାହୁଁଥିଲେ । ପ୍ରଥମେ କୁଲର ଟାଙ୍କିକୁ ଖାଲି କରିବାକୁ ହେବ । ଏଥିରେ ଭଲ ଭାବରେ ବାୟୁ ପ୍ରବାହ ପାଇଁ କୁଲରେ ଲାଗିଥିବା ଘାସର ପ୍ଲେଟକୁ ହଠାଇ ଦିଅନ୍ତୁ ଯାହା ଫଳରେ ପ୍ରାକୃତିକ ପବନ ଆସି ପାରିବ । ଏହାବାଦ ଆପଣ ଘରେ ଏକଜିଷ୍ଟିଂ ଫ୍ୟାନ ମଧ୍ୟ ବ୍ୟବହାର କରିପାରିବେ । ଯେଉଁଥିରେ ଘରେ ରହୁଥିବା ଗରମ ପବନ ଆରାମରେ ବାହାରକୁ ଯାଇପାରିବ ।

Follow these tips when using a cooler

ସଠିକ୍‌ ଜାଗାରେ ରଖନ୍ତୁ କୁଲର:

ଯଦି ଆପଣ ଘରେ କୁଲରକୁ କୌଣସି କୋଣରେ ଅଥବା କାନ୍ଥ ପାଖରେ ରଖୁଛନ୍ତି ତେବେ ଏହା ଦ୍ବାରା ଘରର ବାୟୁ ଚଳାଚଳରେ ସମସ୍ୟା ଉପୁଜେ । ଯାହା ଫଳରେ ଘରେ ଗୁଳୁଗୁଳି ବଢିଯାଏ । ଏପରି ସ୍ଥାନରେ ରଖନ୍ତୁ ଯାହା ଫଳରେ ଘରର ଗରମ ପବନ ବାହାରକୁ ଯାଇପାରିବ । ଯେପରିକି ଝରକା କିମ୍ବା ଘରର ଦ୍ବାର ପାଖରେ କୁଲର ରଖନ୍ତୁ ।

ଘରରେ ବାୟୁ ଚଳାଚଳ:

ଘରେ ଯଦି କୁଲର ବ୍ୟବହାର କରୁଛନ୍ତି ମନେ ରଖନ୍ତୁ ଘରେ ବାୟୁ ଚଳାଚଳ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ । ଯଦି ଘରକୁ ବାୟୁ ଚଳାଚଳ ଭଲ ଭାବେ ହେଉଥାଏ । ତାହାରେ ଏକଜିଷ୍ଟିଂ ଫ୍ୟାନ ଓ ଝରକା ବ୍ୟବହାର କରି ଗରମ ପବନକୁ ଆରାମରେ ବାହାକୁ ବାହାର କରାଯାଇପାରେ । ଘରେ ଯଦି ବାୟୁ ଚଳାଚଳ ଭଲ ଭାବେ ହେଉଥାଏ ତାହାଲେ ଗୁଳିଗୁଳି ମାତ୍ରା କମ ହୋଇଥାଏ । ଏହା ଭଲ ଭାବେ ଥଣ୍ଡା ପବନ ମଧ୍ୟ ଆସେ ।

ବରଫ ବା ଥଣ୍ଡା ପାଣି ବ୍ୟବହାର

ଯଦି କୁଲରରେ ବ୍ୟବହାର କରୁଥିବା ପାଣିରେ ବରଫ ଖଣ୍ଡ କିମ୍ବା ଥଣ୍ଡା ପାଣି ବ୍ୟବହାର କରାଯାଏ ତାହାଲେ ଗୁଳିଗୁଳି କମାଯାଇପାରେ । ଥଣ୍ଡା ପାଣି ବା ବରଫ ବାୟୁକୁ ଥଣ୍ଡା କରିବାରେ ସାହାଯ୍ୟ କରେ ।

କୁଲରକୁ ପରିଷ୍କାର ରଖନ୍ତୁ:

କୁଲରକୁ ପରିଷ୍କାର ରଖିବା ଆବଶ୍ୟକ । କିଛି ସମୟ ଅନ୍ତରରେ କୁଲର ଫିଲ୍ଟର ସଫା କରିବା କରିବା ଆବଶ୍ୟକ । ଅପରିଷ୍କାର ପାଣି ଆର୍ଦ୍ରତା ସ୍ତର ବଢାଇବା ସହ ବ୍ୟାକ୍ଟେରିଆ ମଧ୍ୟ ସୃଷ୍ଟି କରେ । କୁଲରକୁ ପ୍ରତି ସପ୍ତାହରେ ସଫା କରିବା ଆବଶ୍ୟକ ।

ଚାରକୋଲ ବ୍ୟବହାର:

କୁଲରରେ ଚାରକୋଲର ବ୍ୟବହାର ଫଳରେ ବାୟୁରେ ଆର୍ଦ୍ରତାକୁ ଶୁଖାଇବାରେ ସାହାଯ୍ୟ କରେ । ଆର୍ଦ୍ରତା ଶୁଖାଇବା ଚାରକୋଲର ପ୍ରାକୃତିକ ଗୁଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+