Flipkart BBD Sale vs Amazon Great Indian Sale 2024: କେଉଁଠି ମିଳୁଛି ଅଧିକ ଡିସ କାଉଣ୍ଟ ? ମିଳୁଛି ଭଲ ଅଫର୍‌

Flipkart BBD Sale vs Amazon Great Indian Sale 2024: କୋଉଠି ଅର୍ଡର କରିବେ ? ଫ୍ଲିପକାର୍ଟ ନା ଆମାଜନ ? ଆଜ୍ଞା ହଁ ପାର୍ବଣ ଋତୁ ଆରମ୍ଭ ହେବା ସହିତ ଭାରତର ଦୁଇଟି ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଏବଂ ଆମାଜନ ସବୁଠାରୁ ବଡ଼ ସେଲ୍‌ ଆରମ୍ଭ କରିଛି । ଉଭୟ ପ୍ଲାଟଫର୍ମରେ ଶୁକବ୍ରାର ଅର୍ଥାତ୍‌ ୨୭ ସେପ୍ଟେମ୍ବରରୁ ଫେଷ୍ଟିଭାଲ ସେଲ୍‌ ଆରମ୍ଭ ହୋଇଛି । ଅବଶ୍ୟ, ଫ୍ଲିପକାର୍ଟ ପ୍ଲସ ସଦସ୍ୟ ଏବଂ ଆମାଜନ ପ୍ରାଇମ ସଦସ୍ୟଙ୍କ ପାଇଁ ଏହି ବିକ୍ରୟ ୨୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା

ବର୍ତ୍ତମାନ ଏହି ସେଲ୍‌ ସମସ୍ତଙ୍କ ପାଇଁ ଲାଇଭ କରାଯାଇଛି । ଏଭଳି ପରିସ୍ଥିତିରେ, ଲୋକଙ୍କ ମନରେ ଆଉ ଏକ ପ୍ରଶ୍ନ ଆସୁଛି ଯାହା ଏହି ଦୁଇଟି ପ୍ଲାଟଫର୍ମରେ ଚାଲୁଥିବା ସେଲ୍‌ ମଧ୍ୟରେ କେଉଁଠି ଭଲ ଅଫର୍‌ ଆସୁଛି । ଯେଉଁଠି ବିଭିନ୍ନ ଜିନିଷ କିଣିଲେ ଭଲ ଅଫର୍‌ରେ ମିଳିବ ଓ ଅର୍ଥ ସଞ୍ଚୟ ହୋଇପାରିବ । ଫ୍ଲିପକାର୍ଟ ବିଗ୍‌ ବିଲିୟନ ସେଲ୍‌ ନା ଆମାଜନ ଗ୍ରେଟ ଇଣ୍ଡିଆନ ସେଲ୍‌ କେଉଁଥିରେ ମିଳୁଛି ସବୁଠୁ ଭଲ ଆର୍କଷଣୀୟ ଅଫର୍‌।

Flipkart BBD Sale vs Amazon Great Indian Sale

ଉଭୟ ସେଲ୍‌ରେ ବହୁତ ଭଲ ଡିଲ ଏବଂ ଅଫର୍‌ ଅଛି । ତେଣୁ, ଆପଣ କେଉଁ ପ୍ଲାଟଫର୍ମକୁ ବାଛିଛନ୍ତି ତାହା ଆପଣଙ୍କ ପସନ୍ଦ ଉପରେ ନିର୍ଭର କରେ । ଯଦି ଆପଣ ଫ୍ଲାସ ସେଲ୍‌ ଏବଂ ଇଅରଲି ଏଣ୍ଟ୍ରିର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଫ୍ଲିପକାର୍ଟ ବିଗ ବିଲିୟନ ଡେଜ୍‌ ଆପଣଙ୍କ ପାଇଁ ଭଲ ହୋଇପାରେ । ସେହି ସମୟରେ, ଯଦି ଆପଣ ଆମାଜନ ପ୍ରାଇମ ସଦସ୍ୟଙ୍କ ବଣ୍ଡଲ ଅଫର୍‌ ଏବଂ ବିଶେଷ ସୁବିଧା ଚାହୁଁଛନ୍ତି, ତେବେ ଆମାଜନ ଗ୍ରେଟ ଇଣ୍ଡିଆନ ସେଲ୍‌ ଆପଣଙ୍କ ପାଇଁ ଉପଯୁକ୍ତ ହୋଇପାରେ।

ଫ୍ଲିପକାର୍ଟ ବିଗ ବିଲିୟନ ୨୦୨୪
ଡିଲ ଏବଂ ଅଫର୍‌:

ଇଲେକ୍ଟ୍ରୋନିକ୍ସ: ସ୍ମାର୍ଟଫୋନ, ଲାପଟପ ଏବଂ ଘର ଉପକରଣ ଉପରେ ବଡ଼ ରିହାତି ରହିଛି । ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ୬୦% ପର୍ଯ୍ୟନ୍ତ ରିହାତି ମିଳୁଛି ।

ଫ୍ୟାଶନ: ପୋଷାକ, ଜୋତା, ଏବଂ ଆସେସରିଜ ଉପରେ ୭୦% ପର୍ଯ୍ୟନ୍ତ ରିହାତି ।

ଘର ସାମଗ୍ରୀ: ରୋଷେଇ ଉପକରଣ, ଆସବାବପତ୍ର ଏବଂ ଘର ସାଜସଜ୍ଜା ଉପରେ ୫୦% ପର୍ଯ୍ୟନ୍ତ ରିହାତି ରହିଛି।

ଫ୍ଲାସ ସେଲ୍‌: ଗ୍ରାହକଙ୍କୁ ଉତ୍ସାହିତ ରଖିବା ପାଇଁ ସୀମିତ ସମୟ ପାଇଁ ସ୍ବତନ୍ତ୍ର ରିହାତି ରହିଛି।

ବ୍ୟାଙ୍କ ଅଫର୍‌: HDFC କ୍ରେଡିଟ / ଡେବିଟ କାର୍ଡ ଉପରେ ୧୦% ଇନଷ୍ଟାଣ୍ଟ ରିହାତି ରହିଛି ।

ଆମାଜନ ଗ୍ରେଟ ଇଣ୍ଡିଆନ ସେଲ୍‌ ୨୦୨୪
ଡିଲ ଏବଂ ଅଫର୍‌:

ଇଲେକ୍ଟ୍ରୋନିକ୍ସ: ସ୍ମାର୍ଟଫୋନ, ଲାପଟପ ଏବଂ ହୋମ ଗ୍ୟାଜେଟରେ ୬୦% ପର୍ଯ୍ୟନ୍ତ ଅଫର

ଫ୍ୟାଶନ: ପୋଷାକ, ଜୋତା, ଏବଂ ଆସେସରିଜ ଉପରେ ୭୦% ପର୍ଯ୍ୟନ୍ତ ରିହାତ

ଘର ସାମଗ୍ରୀ: ଆସବାବପତ୍ର ଏବଂ ରୋଷେଇ ଉପକରଣରେ ୫୦% ପର୍ଯ୍ୟନ୍ତ ରିହାତି

ବ୍ୟାଙ୍କ ଅଫର୍‌: SBI କ୍ରେଡିଟ / ଡେବିଟ କାର୍ଡ ଉପରେ ୧୦% ରିହାତି

ଇଲେକ୍ଟ୍ରୋନିକ୍ସ: ଉଭୟ ସେଲ୍‌ରେ ଇଲେକ୍ଟ୍ରୋନିକ୍ସ ଉପରେ ପ୍ରାୟ ସମାନ ରିହାତି ଉପଲବ୍ଧ ହୋଇଛି। ଉଭୟ ଫ୍ଲିପକାର୍ଟ ଏବଂ ଆମାଜନ ୬୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଅବଶ୍ୟ, ଫ୍ଲିପକାର୍ଟର ଫ୍ଲାସ ସେଲ୍‌ ଏବଂ ଇଅରଲି ଆକ୍ସେସ ହେତୁ କିଛି ବିଶେଷ କାରବାର ଉପଲବ୍ଧ ହୋଇପାରେ।

ସର୍ବୋତ୍ତମ ଆଇଫୋନ ଡିଲ: ଯଦି ଆପଣ ଏକ ଆଇଫୋନ କିଣିବା ପାଇଁ ଏହି ସେଲ୍‌ ଋତୁର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଫ୍ଲିପକାର୍ଟ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ସର୍ବୋତ୍ତମ ହେବ। କାରଣ ଆପଣ ଫ୍ଲିପକାର୍ଟରେ ଆଇଫୋନ ୧୫କୁ ମାତ୍ର ୪୯,୯୯୯ଟଙ୍କାରେ କିଣି ପାରିବେ। ଅନ୍ୟ ପଟେ, ଆମାଜନରୁ ଆଇଫୋନ ୧୫ କିଣିବାକୁ ହେଲେ ଆପଣଙ୍କୁ ପ୍ରାୟ ୬୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ।

ଫ୍ୟାଶନ: ଫ୍ୟାଶନ ବର୍ଗରେ ମଧ୍ୟ ଉଭୟ ପ୍ଲାଟଫର୍ମ ୭୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି। ଏଠାରେ ମଧ୍ୟ ଫ୍ଲିପକାର୍ଟର ଫ୍ଲାସ ବିକ୍ରୟ ଏବଂ ଆମାଜନର ବଣ୍ଡଲ ଅଫର ଯୋଗୁଁ ଗ୍ରାହକମାନେ ବିଶେଷ ସୁବିଧା ପାଇପାରିବେ।

ଘର ସାମଗ୍ରୀ: ଉଭୟ ବିକ୍ରୟରେ ଘରୋଇ ଉପକରଣ ଏବଂ ଆସବାବପତ୍ର ଉପରେ ୫୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ। ଫ୍ଲିପକାର୍ଟର ବିଗ ବିଲିୟନ ଡେଜ୍‌ରେ ଆପଣ ବିଶେଷ ଭାବରେ ଘର ସାଜସଜ୍ଜାରେ ଭଲ ଅଫର ପାଇପାରିବେ।

ବ୍ୟାଙ୍କ ଅଫର୍‌: ଫ୍ଲିପକାର୍ଟ HDFC ବ୍ୟାଙ୍କ ସହିତ ୧୦% ଓ ଆମାଜନ ଏସବିଆଇ ବ୍ୟାଙ୍କରେ ରହାତି ପ୍ରଦାନ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+