ଜାଣନ୍ତୁ କାହିଁକି ଫଳ ଉପରେ ଲଗାଯାଏ ଷ୍ଟିକର, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଆମେ ସମସ୍ତେ ଜାଣୁ ଯେ, ଫଳ ଶରୀର ପାଇଁ ବହୁ ଉପକାରୀ। ତେଣୁ ସମସ୍ତେ ନିଜ ଖାଦ୍ୟ ତାଲିକାରେ ଫଳକୁ ଯେମିତି ବି ହେଉ ସାମିଲ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଫଳ କିଣିବାବେଳେ ଯଦି ଭଲ ଫଳ ବାଛି ନ ଆଣିବା ତେବେ ସ୍ବାସ୍ଥ୍ୟ ଖରାପ ହେବାର ବି ଆଶଙ୍କା ଥାଏ।

stickers

ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଭଲ ଫଳ କିଣିବାରେ ଆମକୁ ଫଳ ଉପରର ଷ୍ଟିକର ସାହାଯ୍ୟ କରିପାରିବ। ଅନେକ ଲୋକ ଆଜି ବି ନ ଜାଣି ନ ଏହାକୁ ଅଣଦେଖା କରିଦଅନ୍ତି। ଜାଣି ରଖନ୍ତୁ ଏଇ ଷ୍ଟିକରରେ ଏକ କୋଡ୍‌ ଥାଏ, ଯାହାକି ଫଳ ସମ୍ପର୍କରେ ଦେଇଥାଏ ତଥ୍ୟ, ଯେମିତିକି ଏହାର ଗୁଣବତ୍ତା। ଷ୍ଟିକର ମାଧ୍ୟମରେ ଜାଣିହେବ କେଉଁ ଫଳକୁ ରାସାୟନିକ ସାର ବ୍ୟବହାର କରି ଉତ୍ପାଦନ କରାଯାଇଛି ଓ କାହାକୁ ପ୍ରାକୃତିକ ତଥା ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତେଣୁ କୋଡ ଦ୍ୱାରା ଭଲ ଫଳ ବାଛିବା ସହଜ ହୋଇଯାଏ। ଫଳ ଉପରର ଷ୍ଟିକରରେ ଥିବା ଏହି କୋଡକୁ ପିଏଲ୍‌ୟୁ (ପ୍ରାଇସ ଲୁକ ଅପ୍‌ ) କୋଡ୍‌ କୁହାଯାଏ।

ଫଳ ଉପରେ ଲାଗିଥିବା ଚାରି ଅଙ୍କର ପିଏଲୟୁ କୋଡ, ଯାହାକି ୩ ବା ୪ରୁ ଆରମ୍ଭ ହୁଏ ତା'ର ଅର୍ଥ ହେଉଛି ଏହି ଫଳଚାଷରେ ପାରମ୍ପରିକ ପଦ୍ଧତିର ବ୍ୟବହାର ହୋଇଛି। ହେଲେ ଏହା ଅର୍ଗାନିକ ନୁହେଁ। ଏହି ଫଳ ସ୍ବାସ୍ଥ୍ୟପ୍ରତି ବିଶେଷ ହାନିକାରକ ହୋଇ ନ ଥାଏ। ଏହା ଟିକେ ଶସ୍ତାରେ ବି ଉପଲବ୍ଧ ହୁଏ। ନମ୍ବର ୮ରୁ ଆରମ୍ଭ ହେଉଥିବା ପାଞ୍ଚ ଅଙ୍କର କୋଡ୍‌ କୌଣସି ଫଳ ଅବା ପନିପରିବା ଉପରେ ଥିଲେ ତାହା ଜିଏମଓ(ଜେନେଟିକାଲି ମୋଡିଫାଏଡ ଅର୍ଗାନିଜମ) ଦ୍ୱାରା ଚାଷ ହୋଇଛି। ହେଲେ ଫଳ କିଣିବାବେଳେ ଯଦି ଦେଖିବେ କି ପାଞ୍ଚ ଅଙ୍କର କୋଡ ୯ରୁ ଆରମ୍ଭ ହେଉଛି, ତେବେ ସେହି ଫଳକୁ ବିନା କୀଟନାଶକ ବ୍ୟବହାରରେ ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତା'ସହ ଏହାକୁ ଚାଷ କଲାବେଳେ ପୁରାତନ ପଦ୍ଧତିର ବ୍ୟବହାର ବି ହୋଇଛି। ତେଣୁ ଏହି ଫଳ ସ୍ବାସ୍ଥ୍ୟ ପାଇଁ ହିତକର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+