ଜାଣନ୍ତୁ କାହିଁକି ହୁଏ ମୁହଁରେ ବ୍ରଣ, ଏଥିରୁ କେମିତି ପାଇବେ ମୁକ୍ତି

ମୁହଁ କେମିତି ଟିକେ ସଫା ଦେଖା ଯାଉଥିବ ଆଉ ଦାଗ ନଥିବା ଏହା ସମସ୍ତଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ଓ ଦାଗ ଦେଖାଦେଲେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । ସାଧାରଣତଃ ଏହାର ମୂଳ କାରଣ ଭାବେ ଭିଟାମିନ୍‌ ଅଭାବକୁ ଦାୟୀ କରାଯାଏ ଓ ଏହାର ସମାଧାନ ପାଇଁ ଲୋକେ ଭିଟାମିନ୍‌ ସି, ଏ ଓ ଡି ଯୁକ୍ତ ଖାଦ୍ୟ ସେବନ ଉପରେ ଗୁରୁତ୍ୱ ଦିଅନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତରେ, କେବଳ ଭିଟାମିନ୍‌ ଅଭାବ ନୁହେଁ, ଆମର ଦୈନନ୍ଦିନ ଜୀବନଶୈଳୀ ମଧ୍ୟ ଏଥିପାଇଁ ସମାନ ଦାୟୀ ହୋଇଥାଏ ।

pimples

ଆଧୁନିକ ଜୀବନଶୈଳୀରେ ଅନିୟମିତ ଖାଦ୍ୟପେୟ, ଅତ୍ୟଧିକ ତୈଳାକ୍ତ ଖାଦ୍ୟ ସେବନ, ପର୍ଯ୍ୟାପ୍ତ ନିଦ୍ରାର ଅଭାବ ଓ ମାନସିକ ଚାପ ତ୍ୱଚାରେ ବ୍ରଣ ଓ ଦାଗ ସୃଷ୍ଟିର ବଡ଼ କାରଣ ହୋଇପାରେ । ତ୍ୱଚା ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେତେ ଭିଟାମିନ୍‌ ସି ଯୁକ୍ତ କମଳା କିମ୍ବା ଭିଟାମିନ୍‌ ଏ ଯୁକ୍ତ ଗାଜର ଖାଇଲେ ମଧ୍ୟ, ଯଦି ଜୀବନଶୈଳୀରେ ସୁଧାର ନ ଆସେ, ତେବେ ତ୍ୱଚା ସମସ୍ୟାରୁ ମୁକ୍ତି ମିଳିବା କଷ୍ଟକର । ଏହା ସହିତ ଅତ୍ୟଧିକ କ୍ରିମ୍‌ ଓ ରାସାୟନିକ ପଦାର୍ଥ ବ୍ୟବହାର ମଧ୍ୟ ତ୍ୱଚାକୁ କ୍ଷତି ପହଞ୍ଚାଇପାରେ । ବିଶେଷଜ୍ଞଙ୍କ ମତରେ, ପ୍ରାକୃତିକ ଉପାୟ ଓ ସନ୍ତୁଳିତ ଜୀବନଶୈଳୀ ହିଁ ତ୍ୱଚାକୁ ସୁସ୍ଥ ଓ ଦାଗହୀନ ରଖିବାର ସବୁଠାରୁ ଉତ୍ତମ ଉପାୟ। ତେଣୁ କେବଳ ଭିଟାମିନ୍‌ ଉପରେ ନିର୍ଭର ନ କରି ନିଜର ଦୈନନ୍ଦିନ ରୁଟିନ୍‌କୁ ସୁଧାରିବା ଆବଶ୍ୟକ । ପର୍ଯ୍ୟାପ୍ତ ପାଣି ପିଇବା, ନିୟମିତ ବ୍ୟାୟାମ ଓ ମନରୁ ଚାପ ଦୂର କରିବା ମଧ୍ୟ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ ।

ତେବେ ଆପଣ କ'ଣ ଭାବୁଛନ୍ତି? ତ୍ୱଚା ସମସ୍ୟା ପାଇଁ ଭିଟାମିନ୍‌ ଅଭାବକୁ ଦାୟୀ କରିବେ ନା ନିଜ ଜୀବନଶୈଳୀ ଉପରେ ନଜର ଦେଖିବେ? ଚୟନ ଆପଣଙ୍କ ହାତରେ!

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+