Get Updates
Get notified of breaking news, exclusive insights, and must-see stories!

ମା' ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶରତ ପୂର୍ଣ୍ଣିମା ରାତିରେ କେଉଁ ଉପାୟ କରିବେ ଜାଣନ୍ତୁ ?

ବର୍ଷର କେବଳ ଶରତ ପୂର୍ଣ୍ଣିମାରେ ହିଁ ଚନ୍ଦ୍ରମା ନିଜର ଷୋଳ କଳାରେ ପରିପୂର୍ଣ୍ଣ ରହିଥାଏ । ଏହି ଦିନ ଚନ୍ଦ୍ର ଦେବଙ୍କ ପୂଜା ସହିତ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଏବଂ ତାପରେ ଚନ୍ଦ୍ର ଦର୍ଶନ କରାଯାଏ । ଏହା ଏକ ଧାର୍ମିକ ବିଶ୍ୱାସ ଯେ, ଏହାଦ୍ୱାରା ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଓ ଶରୀର ନିରୋଗୀ ରହେ।

ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ବେଶ୍ ଖାସ୍ ମହତ୍ତ୍ୱ ରହିଥାଏ । ଆଶ୍ୱିନ ମାସର ପୂର୍ଣ୍ଣିମାକୁ ଶରତ ପୂର୍ଣ୍ଣିମା କୁହାଯାଏ । ଧାର୍ମିକ ଆସ୍ଥା ଅନୁସାରେ ଶରତ ପୂର୍ଣ୍ଣିମା ରାତିରେ ଅମୃତବର୍ଷା ହୋଇଥାଏ । ଶରତ ପୂର୍ଣ୍ଣିମାରୁ ହିଁ ଶୀତଦିନରୁ ଆଗମନ ହୁଏ । ଏହି ଦିନ ଭଗବାନ ବିଷ୍ଣୁ ଏବଂ ମା' ଲକ୍ଷ୍ମୀଙ୍କ ବିଶେଷ କୃପା ପାଇଁ ବ୍ରତ ରଖାଯାଏ ।

Goddess Lakshmi

କୁହାଯାଏ, ବର୍ଷର କେବଳ ଶରତ ପୂର୍ଣ୍ଣିମାରେ ହିଁ ଚନ୍ଦ୍ରମା ନିଜର ଷୋଳ କଳାରେ ପରିପୂର୍ଣ୍ଣ ରହିଥାଏ । ଏହି ଦିନ ଚନ୍ଦ୍ର ଦେବଙ୍କ ପୂଜା ସହିତ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଏବଂ ତାପରେ ଚନ୍ଦ୍ର ଦର୍ଶନ କରାଯାଏ । ଏହା ଏକ ଧାର୍ମିକ ବିଶ୍ୱାସ ଯେ, ଏହାଦ୍ୱାରା ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଓ ଶରୀର ନିରୋଗୀ ରହେ। ଶରତ ପୂର୍ଣ୍ଣିମାରେ ମା' ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ମନ ମୁତାବକ ଫଳ ମିଳିଥାଏ । ମାନ୍ୟତା ଅନୁସାରେ ଶରତ ପୂର୍ଣ୍ଣିମା ରାତିରେ କିଛି ସହଜ ଉପାୟ କଲେ ଆପଣଙ୍କ ଉପରେ ମା' ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଆଶୀର୍ବାଦ ପ୍ରଦାନ କରିବେ । ତେବେ ଶରତ ପୂର୍ଣ୍ଣିମା ରାତିରେ କେଉଁ ଉପାୟ କରିବେ ...

ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶରତ ପୂର୍ଣ୍ଣିମା ରାତିରେ ଜାଗରଣ କରନ୍ତୁ। କୁହାଯାଏ ଏହିଦିନ ଯେଉଁ ବ୍ୟକ୍ତି ଲକ୍ଷ୍ମୀ ସୁକ୍ତ ପାଠ ଏବଂ କନକଧାରା ସ୍ରୋତ, ବିଷ୍ଣୁସହସ୍ରନାମ ପାଠ କରନ୍ତି, ସେମାନଙ୍କ ମା' ଧନ ଧାନ୍ୟରେ ଭରି ଦିଅନ୍ତି।

ଏହି ରାତିରେ ଦେବୀ ଲକ୍ଷ୍ମୀଙ୍କ ପୂଜା କଏନରେ କରିବା ଶୁଭ ଫଳଦାୟୀ ହୋଇଥାଏ । ଯେଉଁ ଲୋକ ଧନ ଏବଂ ସୁଖ ଶାନ୍ତି କାମନା କରନ୍ତି, ସେମାନେ ସତ୍ୟନାରାୟଣ ଭଗବାନଙ୍କ ପୂଜା କରିବା ଜରୁରୀ ।

ମାନ୍ୟତା ଅନୁସାରେ ଏହି ଦିନ ସକାଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦେବଙ୍କୁ ପୂଜା କରିବା ଦ୍ୱାରା ଅବିବାହିତ କନ୍ୟାଙ୍କ ମନ ମୁତାବକ ବର ମିଳିଥାଏ ।

ଶାସ୍ତ୍ର ଅନୁସାରେ ଶରତ ପୂର୍ଣ୍ଣିମାର ମଧ୍ୟରାତ୍ରି ପରେ ମା' ଲକ୍ଷ୍ମୀ ପୃଥିବୀପୃଷ୍ଠର ମନୋହର ଦୃଶ୍ୟର ଆନନ୍ଦ ନିଅନ୍ତି । ତେଣୁ ରାତିରେ ଉଜାଗର ରହିଛି ମା' ଲକ୍ଷ୍ମୀଙ୍କ ଉପାସନା କରିବା ଜରୁରୀ । ମା'ଙ୍କ କୃପା ଲାଗି ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+