ଜାଣନ୍ତୁ ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ?
ଦିନକୁ ଦିନ ବଡ଼ ବଡ଼ ସହରରେ ପ୍ରଦୂଷଣ ମାତ୍ରା ବଢି ଚାଲିଛି। ଦିଲ୍ଲୀର ଅବସ୍ଥା ଏବେ ସାଙ୍ଘାତିକ। ଦିଲ୍ଲୀ ପବନ ଏବେ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି। କାରଣ ବାୟୁ ଗୁଣବତ୍ତା ତେବେ ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ- ବାୟୁ ପ୍ରଦୂଷଣ ଫୁସଫୁସକୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏହା ଆଜମା, ବ୍ରୋଙ୍କାଇଟିସ୍, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମନାରୀ ରୋଗ (COPD), ଫୁସଫୁସ ବ୍ୟାଧି ସୃଷ୍ଟି କରିପାରେ।
ହୃଦ୍ ରୋଗ- ବାୟୁ ପ୍ରଦୂଷଣ ହୃଦଘାତର ଆଶଙ୍କାକୁ ବଢାଇପାରେ। ଏହା ହୃଦଘାତ, ଷ୍ଟ୍ରୋକ ଏବଂ ହୃଦଘାତ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ।
କର୍କଟ- ବାୟୁ ପ୍ରଦୂଷଣ ଗମ୍ଭୀର ହେଲେ ଏହା ଫୁସଫୁସ କର୍କଟ ଭଳି ମାରାତ୍ମାକ ସମସ୍ୟା କରିପାରେ। ଦୀର୍ଘ ଦିନ ଧରି ଫୁସଫୁସ ସମସ୍ୟା ଲାଗି ରହିବା ଫଳରେ କର୍କଟ ହେବାର ଆଶଙ୍କା ବଢିଯାଏ।
ଚର୍ମ ରୋଗ- ବାୟୁ ପ୍ରଦୂଷଣ ଚର୍ମ ଉପରେ କୁପ୍ରଭାବ ପକାଏ। ଏହାଦ୍ୱାରା ଚର୍ମ ଜ୍ୱଳନ, କୁଞ୍ଚନ ଏବଂ ଆଲର୍ଜି ହୋଇପାରେ।
ଚକ୍ଷୁ ସମସ୍ୟା- ବାୟୁ ପ୍ରଦୂଷଣ ଆଖି ଉପରେ ମଧ୍ୟ କୁପ୍ରଭାବ ପକାଇପାରେ। ଏହା ଦ୍ୱାରା ଆଖିରେ ଜ୍ୱଳନ ହେବା ସହ କୁଞ୍ଚନ, ଶୁଷ୍କତା ଏବଂ ପାଣି ଗଡ଼ିପାରେ।

ବନ୍ଧ୍ୟାକରଣ- ବାୟୁ ପ୍ରଦୂଷଣର ସବୁଠୁ ମାରାତ୍ମକ ପ୍ରଭାବ ହେଉଛି ବନ୍ଧ୍ୟାକରଣ। ଏହା ପ୍ରଜନନ କ୍ଷମତା ଉପରେ କୁପ୍ରଭାବ ପକାଇପାରେ।
ପିଲାମାନଙ୍କର ବିକାଶରେ ବାଧକ- ବାୟୁ ପ୍ରଦୂଷଣ ପିଲାମାନଙ୍କର ଶାରୀରିକ ବିକାଶ ଉପରେ ପ୍ରଭାବ ପକାଇପାରେ। ଏହା ସେମାନଙ୍କ ଫୁସଫୁସର ବିକାଶକୁ ହ୍ରାସ କରିପାରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଦୁର୍ବଳ କରିପାରେ।
ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ- ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ବାୟୁ ପ୍ରଦୂଷଣର କୁପ୍ରଭାବ ପଡିପାରେ। ଏହା ଦ୍ୱାରା ସମୟ ପୂର୍ବରୁ ଅର୍ଥାତ୍ ୯ ମାସ ପୂର୍ବରୁ ପିଲା ଜନ୍ମ, ପିଲାର ଓଜନ କମ୍ ଏବଂ ଶିଶୁର ମୃତ୍ୟୁ ମଧ୍ୟ ହୋଇପାରେ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାର ସ୍ପଷ୍ଟ ସୂଚନା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।












Click it and Unblock the Notifications