କଇଁଛ ବଦଳାଇପାରିବ ଆପଣଙ୍କ ଭାଗ୍ୟ! ଜାଣନ୍ତୁ କେମିତି ?
ପେଙ୍ଗସୁଇ ଅନୁସାରେ କିଛି ସ୍ୱତନ୍ତ୍ର ଧାତୁରେ ତିଆରି କଇଁଛ ଘରେ ରଖିଲେ ଯେକୌଣସି ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଦେଖାଯାଏ। ଭାଗ୍ୟ ବଦଳି ଯାଏ। ଯଦି ଆପଣ ନୂଆ କିଛି ବ୍ୟବସାୟ ଆରମ୍ଭ କରିଛନ୍ତି କିମ୍ୱା କରିବାକୁ ଯାଉଛନ୍ତି, ତା'ହେଲେ ଦୋକାନରେ ଚାନ୍ଦିରେ ତିଆରି ହୋଇଥିବା କଇଁଛ ରଖିଲେ ଶୁଭ ବୋଲି କୁହାଯାଏ। ଏପରି କରିବା ଦ୍ୱାରା ଆପଣଙ୍କ ବ୍ୟବସାୟରେ କାହାର ଖରାପ ନଜର ପଡ଼ି ନ ଥାଏ।
ଆଜିକାଲି ପିଲାଙ୍କ ସହିତ ବଡ଼ମାନେ ମଧ୍ୟ ନିଜ ଚାକିରିରେ ପ୍ରମୋସନ୍ ପାଇବା ପାଇଁ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏପରି କ୍ଷେତ୍ରରେ ପିତଳରେ ତିଆରି କଇଁଛ ଘରେ ରଖନ୍ତୁ। ସଫଳତା ପାଇବାରେ ଏହା ସାହାଯ୍ୟ କରିବ। ଏକ ବିଶେଷ ପ୍ରକାର ଧାତୁ ତିଆରି କଇଁଛ ମିଳେ ଯାହା ପିଠିରେ ଛୁଆଁ କଇଁଛ ବସିଥାଏ। ଏପରି କଇଁଛ ଘର ରଖିଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

କଇଁଛକୁ ଧନ ପ୍ରାପ୍ତିର ସୂଚକ ବୋଲି କୁହାଯାଇଥାଏ। ଯଦି କାହାର ଧନ ସଂପର୍କିତ ସମସ୍ୟା ରହିଛି ତା'ହାଲେ କ୍ରିଷ୍ଟାଲ୍ ତିଆରି କଇଁଛ ଆଣି ନିଜର କାର୍ଯ୍ୟସ୍ଥଳୀ କିମ୍ୱା ଟ୍ରେଜେରୀରେ ରଖି ପାରିବେ। ଅଫିସ୍ କିମ୍ୱା ବ୍ୟବସାୟରେ ବାରମ୍ୱାର କ୍ଷତି ସହୁଥିଲେ ମେଟାଲ୍ରେ ତିଆରି କଇଁଛକୁ ରଖିପାରିବେ। ଏହି କଇଁଛକୁ ଦୋକନ, ଅଫିସ୍ ବ୍ୟତୀତ ଶୋଇବା କକ୍ଷରେ ମଧ୍ୟ ରଖିପାରିବେ।
ଯଦି ଆପଣଙ୍କ ଘରେ ରୋଗବ୍ୟାଧି ଲାଗି ରହୁଛି ତେବେ ସେଥିରୁ ବଞ୍ଚିବା ପାଇଁ ମାଟିରେ ତିଆରି କଇଁଛ ରଖିବା ଶୁଭ ବୋଲି କୁହାଯାଇଥାଏ। ଘର ସଦସ୍ୟଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲେ ଘରେ ଦୁଇଟି କଇଁଛକୁ ଯୋଡ଼ି ରଖନ୍ତୁ। ଏପରି କରିବା ଦ୍ୱାରା ଘର ସଦସ୍ୟମାନେ ରାଗରୁଷା ଭୁଲି ଭଲରେ ରହନ୍ତି।
ଆଜିକାଲି ବିଭିନ୍ନ ପ୍ରକାର ଧାତୁ, ଆକାର ଓ ରଙ୍ଗର କଇଁଛ ବଜାରକୁ ଆସୁଛି। ତେଣୁ କେଉଁ ଧାତୁର କଇଁଛ ରଖିଲେ ଆପଣଙ୍କ ଇଚ୍ଛା ପୂରଣ ହେବ ସେଥିପ୍ରତି ଧ୍ୟାନ ଦେବା ଜରୁରୀ।












Click it and Unblock the Notifications