ଯାତ୍ରା ସମୟରେ ବାନ୍ତି ଲାଗୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର
ବହୁତ ଲୋକଙ୍କୁ କାର କିମ୍ବା ବସରେ ବସିବା ସମୟରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ଭଳି ସମସ୍ୟା ହୋଇଥାଏ। ଯଦି ଆପଣଙ୍କ ସହିତ ଏପରି ହେଉଛି ତେବେ ଏହି ଉପାୟକୁ ଆପଣେଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ।
ଯଦି ଆପଣଙ୍କୁ କାରରେ ଯାତ୍ରା କରିବା ସମୟରେ ସମସ୍ୟା ଅଛି ତେବେ ସାମାନ୍ୟ ଏବଂ ଗଭୀର ନିଶ୍ବାସ ନେବା ଆବଶ୍ୟକ। ଏମିତି କରିବା ଦ୍ବାରା ଅସ୍ତବ୍ୟସ୍ତ ହେବାରୁ ରକ୍ଷା ମିଳିଥାଏ।
ଯଦି କାରରେ ଯାତ୍ରା ସମୟରେ ସମସ୍ୟା ହେଉଛି ତେବେ ସାମ୍ନା ସିଟରେ ବସନ୍ତୁ। ଏହା ସହିତ ସାମ୍ନା ପଟକୁ ଦେଖନ୍ତୁ, ଏପଟ ସେପଟ କୁଆଡେ ଦେଖନ୍ତୁ ନାହିଁ।

ଅଦାର ଗୋଲି, ଚକୋଲେଟ କିମ୍ବା ଅଦାର ଚା' ମଧ୍ୟ ବହୁତ ଭଲ କାମ ଦେଇଥାଏ।
ଯାତ୍ରା କରିବା ସମୟରେ ପଢ଼ିବା କିମ୍ବା ଲେଖିବା ଠାରୁ ଦୂରେଇ ରୁହନ୍ତୁ। ସବୁଠୁ ଭଲ ଉପାୟ ହେଉଛି ଗୀତ ଶୁଣନ୍ତୁ।
ମୁଣ୍ଡକୁ ପଛ ଆଡକୁ ସିଟରେ ଆରାମ ମୁଦ୍ରା ଭଳି ବସନ୍ତୁ। ଗାଡିର ଝରକା ଖୋଲି ବସନ୍ତୁ ଯେପରି ପବନ ଆସୁଥିବ କାରଣ ପବନ ଲାଗିଲେ ଆପଣଙ୍କୁ ଆରାମ ଲାଗିବ। ଏହି ସବୁ ଉପାୟରେ ଯଦି ଆପଣଙ୍କୁ ଆରାମ ନଲାଗେ ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।












Click it and Unblock the Notifications