Get Updates
Get notified of breaking news, exclusive insights, and must-see stories!

ବର୍ଷା ଋତୁରେ ଡେଙ୍ଗୁ ଡର, ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ଆସନ୍ତୁ ଜାଣିବା ଡେଙ୍ଗୁ ରୋଗର କ'ଣ ରହିଛି ଲକ୍ଷଣ । ଏହାର କିପରି ନିରାକରଣ କରାଯାଇପାରିବ ।

ବର୍ତ୍ତମାନ ଦେଶରେ ମୌସୁମୀ ଆସିସାରିଛି । ଅନେକ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା । ତେବେ ବର୍ଷା ଋତୁରେ ଅନେକ ପ୍ରକାର ରୋଗ ସଂକ୍ରମିତ ହୋଇଥାଏ। ଏହି ଋତୁରେ ସାଧାରଣ ଡେଙ୍ଗୁ ବହୁଳ ଭାବେ ବ୍ୟାପିଥାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ବରେ ପ୍ରାୟ 5 ଲକ୍ଷ ଲୋକ ଡେଙ୍ଗୁ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥାନ୍ତି । DENV-1, DENV-2, DENV-3 ଏବଂ DENV-4 ମୁଖ୍ୟତ ଡେଙ୍ଗୁ ପାଇଁ ଦାୟୀ ଏବଂ ଏହି ଜୀବାଣୁ ଶରୀରର ରକ୍ତ ପ୍ରବାହ ଦ୍ବାରା ଶରୀରରେ ବ୍ୟାପିଥାଏ । ମଶା କାମୁଡିବାର 4 ରୁ 10 ଦିନ ଭିତରେ ଜ୍ବର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ କ'ଣ ଏବଂ କିପରି ଏହାର ନିରାକରଣ କରାଯାଇପାରିବ ।

dengue

ଲକ୍ଷଣ:

ଡେଙ୍ଗୁର ଲକ୍ଷଣ ହେଉଛି ଅଧିକ ଜ୍ବର ସହିତ ଗଣ୍ଠି, ମାଂସପେଶୀ ଏବଂ ହାଡରେ ପ୍ରବଳ ଯନ୍ତ୍ରଣା । ଏହି ଜ୍ବର 3 ପ୍ରକାର, ଯଥା- ମାଇଲ୍ଡ ଡେଙ୍ଗୁ, ଡେଙ୍ଗୁ ହେମୋରାଜିକ୍ ଜ୍ବର ଏବଂ ଡେଙ୍ଗୁ ଶକ୍ ସିଣ୍ଡ୍ରୋମ । ମାଇଲ୍ଡ ଡେଙ୍ଗୁରେ ସାଧାରଣ ଲକ୍ଷଣ ଦେଖାଯାଇଥାଏ ।

ଯେମିତି କି ଜ୍ବର,ମୁଣ୍ଡବିନ୍ଧା, ଆଖିରେ ଯନ୍ତ୍ରଣା ମାଂସପେଶୀ ଏବଂ ଗଣ୍ଠିଯନ୍ତ୍ରଣା,ବାନ୍ତି,ଥକାପଣ ଅନ୍ୟପକ୍ଷରେ, ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ ରୋଗର ଗମ୍ଭୀରତା ବିଷୟରେ ଆଲୋଚନାରେ ଜଣାପଡିଛି ଯେ, "ଜ୍ବର ଦୂର ହେବାର 24ରୁ 48 ଘଣ୍ଟାରେ ଡେଙ୍ଗୁ ରୋଗର ଲକ୍ଷଣ ଆରମ୍ଭ ହୁଏ । ଯଦି ଏହି ଲକ୍ଷଣ ଦେଖା ଦେଉଛି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।
- ପେଟରେ ଯନ୍ତ୍ରଣା, ବାନ୍ତି (24 ଘଣ୍ଟାରେ ଅତି କମରେ 3 ଥର)ନାକ କିମ୍ବା ମାଢିରୁ ରକ୍ତସ୍ରାବକ୍ଳାନ୍ତ କିମ୍ବା ବିରକ୍ତ ଅନୁଭବ କରିବା ।
ଡକ୍ଟରଙ୍କ କହିବାନୁସାରେ ଡେଙ୍ଗୁ ରୋଗର କୌଣସି ଲକ୍ଷଣକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ସ୍ବାସ୍ଥ୍ୟ ବିଗିଡି ପାରେ ଏବଂ ବେଳେବେଳେ ଜୀବନ ପ୍ରତି ବିପଦ ହୋଇପାରେ।

ଡେଙ୍ଗୁରୁ ମୁକ୍ତି ପାଇବା ପାଇଁ ଏହି ଉପାୟ ଆପଣାନ୍ତୁ..

ଡେଙ୍ଗୁକୁ ରୋକିବା ପାଇଁ ନିଜକୁ ମଶା କାମୁଡ଼ାରୁ ରକ୍ଷା କରିବା ଆବଶ୍ୟକ । ଏଥିପାଇଁ ସ୍ପ୍ରେ, କଏଲ୍, କ୍ରିମ୍, ମେସିନ୍ କିମ୍ବା ମଶାରୀ ପରି ମଶା ଘଉଡାଇବା ପାଇଁ ବ୍ୟବହାର କରିବା ଆବଶ୍ୟକ ।

୧. ଡେଙ୍ଗୁ ମଶା ସକାଳ ଏବଂ ସନ୍ଧ୍ୟା ସମୟରେ ଅଧିକ ସକ୍ରିୟ ଥାନ୍ତି । ତେଣୁ ଏହି ସମୟରେ ବାହାରକୁ ନ ବାହାରିବା ପାଇଁ ଚେଷ୍ଟା କରନ୍ତୁ । ଶରୀରକୁ ସମ୍ପୂର୍ଣ୍ଣ ରୂପେ ଘୋଡାଇବା ଭଳି ପୋଷାକ ପିନ୍ଧିବା ଆବଶ୍ୟକତା ରହିଛି ।

୨. ବଜାରରେ ଉପଲବ୍ଧ କ୍ରିମ୍ ଏବଂ ରୋଲ୍ ଅନ୍ ମଧ୍ୟ ବ୍ୟବହାର କରିପାରିବେ ।

୩.ମଶା ନହେବା ପାଇଁ ଘର ଭିତରେ ଏବଂ ଆଖପାଖରେ କୀଟନାଶକ ଔଷଧ ସ୍ପ୍ରେ କରିବା ଆବଶ୍ୟକ ।

୪.ଏଥି ସହ ଘରର ଚାରିପାଖ ପରିଷ୍କାର ରଖିବା ନିତ୍ୟାନ୍ତ ଆବଶ୍ୟକ। ଏସବୁ ବ୍ୟତୀତ ଏକ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ବିଶେଷକରି ଘରେ ରନ୍ଧା ଖାଦ୍ୟ ଖାଇବା ଜରୁରୀ । ଶରୀରକୁ ହାଇଡ୍ରେଟ୍ ରଖନ୍ତୁ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ କାର୍ଯ୍ୟ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+