ସୁସ୍ଥ ରହିବା ପାଇଁ ସକାଳେ ଖାଲି ପେଟରେ ପିଅନ୍ତୁ ଏହି ହେଲଦି ଡ୍ରିଙ୍କସ୍

Fat Burning Drinks: ସକାଳେ ଖାଲି ପେଟରେ ହରବାଲ ଡ୍ରିଙ୍କସ୍ ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହେବା ସହ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହି ପାନୀୟଗୁଡ଼ିକ ଶରୀରର ହଜମ ପ୍ରକ୍ରିୟାକୁ ମଜବୁତ କରେ ଯାହା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇପାରେ । ଏହି ପାନୀୟରେ କମ୍ କ୍ୟାଲୋରୀ ଥାଏ ଯାହା ଦିନ ଆରମ୍ଭରେ କ୍ୟାଲୋରୀ ଗ୍ରହଣକୁ ହ୍ରାସ କରିଥାଏ । ମେଟାବୋଲିଜିମ୍ ବୃଦ୍ଧି କରି ଅଧିକ କ୍ୟାଲୋରୀ କମାଇବାରେ ସାହାଯ୍ୟ କରିଥାଏ । ସକାଳେ ସଠିକ୍ ପାନୀୟ ପିଇଲେ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ ।

ଗରମ ପାଣି ଏବଂ ଲେମ୍ବୁ
ସକାଳୁ ଉଠିବା ପରେ ଗରମ ପାଣିରେ ଲେମ୍ବୁ ପକାଇ ଏକ ଗ୍ଲାସ୍ ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ସହଜରେ ହୋଇଥାଏ । ଏପରିକି ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

Fat Burning Drinks

ହଳଦୀ ପାଣି

ହଳଦୀ ପାଣିରେ କର୍କୁମିନ୍ ଥାଏ, ଯାହା ଶରୀରରେ ଥିବା ଇନଫେକ୍ସନ କମ କରିବାରେ ସାହାଯ୍ୟ କରିଥାଏ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅଧା ଚାମଚ କଦଳୀ ଗରମ ପାଣିରେ ମିଶାଇ ପିଇପାରିବେ । ଏହା ବ୍ୟତିତ ହଳଦୀ ଚା ପ୍ରସ୍ତୁତ କରି ମଧ୍ୟ ପିଇପାରିବେ । ହଳଦୀ ଚା ତିଆରି କରିବା ପାଇଁ ଗୋଟିଏ ଚାମଚ ମହୁ, ଡାଲଚିନି ଏବଂ 2 କପ୍ ପାଣିରେ ଏକ ଚାମଚ ହଳଦୀ ମିଶାଇ କିଛି ସମୟ ଫୁଟାଇ ପିଅନ୍ତୁ । ଆପଣ ଏଥିରେ କିଛି ଅଦା ମଧ୍ୟ ପକାଇପାରିବେ ।

ଗ୍ରୀନ୍ ଟି
ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ମେଟାବୋଲିଜିମ୍ ବୃଦ୍ଧି କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପେଟର ଚର୍ବି ହ୍ରାସ କରିବା ପାଇଁ ପ୍ରତିଦିନ ଗ୍ରୀନ ଟି ପିଇବା ଉଚିତ ।

ଜିରା ପାଣି
ଜିରା ପାଣି ଖାଦ୍ୟ ହଜମ କରିବା ସହ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଆପଣ ଏକ ଚାମଚ ଜିରା ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ । ଜିରା ହଜମ ଶକ୍ତି ବୃଦ୍ଧି କରିଥାଏ ଏବଂ ଖାଦ୍ୟକୁ ସହଜରେ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଅନ୍ତନଳୀକୁ ମଧ୍ୟ ସଫା ରଖିବାରେ ସାହାଯ୍ୟ କରିଥାଏ । ଜିରାରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ଓଜନ କମ କରିବାରେ ସାହାଯ୍ୟ କରିଥାଏ ।

ପୋଦିନା ପାଣି

ପୋଦିନା ପାଣି ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଓଜନ ହ୍ରାସ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଖାଲି ପେଟରେ ପ୍ରତିଦିନ ସକାଳେ ଉଷୁମ ପାଣିରେ ପୋଦିନା ପତ୍ର ମିଶାଇ ପିଇବା ଦ୍ୱାରା ଶରୀରର ସୁସ୍ଥ ରହିବା ସହ ଓଜନ କମ୍ କମିବାରା ସାହାଯ୍ୟ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+