କିଛି ଘଣ୍ଟା ମଧ୍ୟରେ ୭ ବିଲିୟନ ଡଲାର କ୍ଷତି କଲା ଫେସବୁକ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲ୍ଯାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍ ସେବା ସୋମବାର ରାତିରେ ଅଚାନକ ବ୍ୟାହତ ହୋଇଥିଲା। ସର୍ଭର ଡାଉନ ଏହାର କାରଣ ବୋଲି ଦର୍ଶା ଯାଇଥିଲା କମ୍ପାନୀ ପକ୍ଷରୁ।

ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ଼ କ୍ଷତି ଘଟିଥିବା ମଧ୍ୟ ଜଣାପଡ଼ିଛି। ଏହି ସମସ୍ୟା ହେତୁ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି। କମ୍ପାନୀର ସିଇଓ ମାର୍କ ଜୁକରବର୍ଗଙ୍କ ନେଟ୍ ମୂଲ୍ୟ କିଛି ଘଣ୍ଟା ମଧ୍ୟରେ ୭ ବିଲିୟନ ଡଲାର ବା ୫୨ ହଜାର ୧୦୦ କୋଟି ହ୍ରାସ ପାଇଛି। ୧୦୦ କୋଟିରୁ ଅଧିକ ଲୋକ ଫେସବୁକର ବ୍ୟବହାର କରୁଛନ୍ତି। ହ୍ୱାଟସଆପ ଓ ଇନଷ୍ଟାଗ୍ରାମର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ।
ସେ ବିଶ୍ୱର ଧନୀ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି। ସେବା ବ୍ୟାହତ ହେତୁ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ହୋଇଥିବା ସମସ୍ୟା ପାଇଁ ଜୁକରବର୍ଗ କ୍ଷମା ମାଗିଛନ୍ତି।












Click it and Unblock the Notifications