ଅଧିକ ଫୋନ୍ ବ୍ୟବହାର କଲେ ବୃଦ୍ଧି ପାଇଥାଏ ମାନସିକ ଚାପ କମି ଥାଏ ଆତ୍ମବିଶ୍ୱାସ

Smartphone Addiction: ଆଜିକା ତାରିଖରେ ପିଲାଠୁ ବୟସ୍କ ସମସ୍ତଙ୍କ ହାତରେ ରହିଛି ମୋବାଇଲ୍ ଫୋନ୍ । ସାମାର୍ଟଫୋନ୍ ଜୀବନକୁ ଯେତିକି ସହଜ କରିଦେଇଛି ସେତିକି ଚିନ୍ତା ମଧ୍ୟ ବଢାଇ ଦେଇଛି । ଅତ୍ୟଧିକ ଫୋନ୍ ବ୍ୟବହାର ବର୍ତ୍ତମାନ ଏକ ଚିନ୍ତାର ବିଷୟ ପାଲଟିଛି । ଏପରି ଅନେକ ଖବର ପ୍ରକାଶ ପାଉଛି ଯେଉଁଥିରେ ଫୋନର ଅତ୍ୟଧିକ ବ୍ୟବହାର ରୋଗର କାରଣ ସାଜୁଛି ତ କେଉଁଠି ଛୋଟପିଲା ମାନେ ଅତ୍ୟଧିକ ଗେମ୍ ଖେଳିବା ଯୋଗୁଁ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି ।

ସେହିପରି ଫୋନ୍ ବ୍ୟବହାର କରିବା ଦ୍ୱାରା ନିଦ, ମାନସିକ ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ସମ୍ପର୍କକ ଉପରେ ମଧ୍ୟ ପ୍ରଭାବ ପଡୁଛି । ବିଶେଷକରି ଯୁବକ ବଗ୍ର ଉପରେ ଏହାର ଖୁବ୍ ଖରାପ ପ୍ରଭାବ ପକାଉଛି । ସ୍ପେନ ପ୍ରସ୍ତାବ ଦେଇଛି ସିଗାରେଟ୍ ପ୍ୟାକେଟ୍ ପରି ଦେଶରେ ବିକ୍ରି ହେଉଥିବା ସମସ୍ତ ସ୍ମାର୍ଟଫୋନ୍ ଉପରେ ସ୍ୱାସ୍ଥ୍ୟ ଚେତାବନୀ ଦେବା ଉଚିତ୍ ।

Smartphone Addiction

ଯେଉଁ ମାନେ ଦୀର୍ଘ ସମୟ ଧରି ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ସେମାନଙ୍କୁ ହାର୍ଡଆଟାକ୍ ଏବଂ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି । ଓଜନ ଏବଂ ଚାପ ନିୟନ୍ତ୍ରଣରେ ଥିଲେ ମଧ୍ୟ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ । 1990 ଏବଂ 1991 ରେ ଜନ୍ମ ହୋଇଥିବା 14,500 ପିଲାଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଛି । ଅଧିକ ଫୋନ୍ ଏବଂ ଟ୍ୟାବ୍ ବ୍ୟବହାର ଦ୍ୱାରା ଅଳସୁଆ ପଣ ବୃଦ୍ଧି ପାଇଥାଏ । ଫୋନରେ ଅଧିକ ସମୟ ବିତାଇଲେ ଗୁରୁତର ଇକୋକାର୍ଡିଓଗ୍ରାଫି ରୋଗରେ ହୋଇଥାଏ ।

ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର କରିବାର ଅସୁବିଧା ଦ୍ୱାରା ମେରୁଦଣ୍ଡ ଉପରେ ଗମ୍ଭୀର ପ୍ରଭାବ ପଡିଥାଏ, ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ ଶୋଇବାରେ ସମସ୍ୟା ସୃଷ୍ଟି ହେବା ସହ ମାନସିକ ଚାପ ବୃଦ୍ଧି ପାଇଥାଏ ଏବଂ ଆତ୍ମବିଶ୍ୱାସ କମି ଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+