ସମସ୍ତେ ସଫଳତା (SUCCESS) ପାଇବାକୁ ଚାହାନ୍ତି; ହେଲେ ଏହାର ଅର୍ଥ କଣ ? ଚାଲନ୍ତୁ ଜାଣିବା
ସଫଳତା (SUCCESS) କଣ ??
ଯେବେ ଛୁଆ ଜନ୍ମ ହେଲା, ବାପା-ମା ଭାବିଲେ ଏଟା ତାଙ୍କର ସଫଳତା (SUCCESS)...
ତାପରେ ଯେତେବେଳେ ଚାଲି ଶିଖିଲା ଆଉ ପାଦେ କଥା କହି ପାରିଲି, ସେତେବେଳେ ଲାଗିଲା ଏଇଟା ହିଁ ସଫଳତା (SUCCESS)
ତାପରେ ସ୍କୁଲ ଗଲା, ଆଉ ସେଠି ଜାଣିଲି ଯେ କ୍ଲାସରେ ପ୍ରଥମ ହେବା, ମାନେ ସବୁଠୁ ବେଶି ମାର୍କ ରଖିବା ମାନେ ହିଁ ସଫଳତା (SUCCESS)...
ତାପରେ ବୁଝିଲା ଯେ ଅସଲ ସଫଳତା (SUCCESS) ତ ମାଧ୍ୟମିକ ପରୀକ୍ଷାରେ ଭଲ ନମ୍ବର ରଖିଲେ ମିଳେ...
ତାପରେ ପୁଣି ଭୁଲ ଭାଙ୍ଗିଲା, ଆଉ ଜାଣିବାକୁ ପାଇଲି ଯେ ଉଚ୍ଚ ମାଧ୍ୟମିକରେ ଭଲ ରେଜଲ୍ଟକୁ ସଫଳତା (SUCCESS) କୁହାଯାଏ ।
ଏଇଠି ଶେଷ ନାହିଁ, ୟା'ପରେ ବୁଝିଲା ଯେ ଭଲ ବିଷୟ (SUBJECT) ନେଇ ଭଲ କଲେଜରେ ଚାନ୍ସ ପାଇବା ହିଁ ସଫଳତା (SUCCESS), କାହିଁକି ନା ସେଠି ପଢିଲେ ଭଲ ଚାକିରୀ ମିଳିବ...

ତା ପରେ ପୁଣି ଜାଣିବାପାଇଁ ପାଇଲା ଯେ କଲେଜ ଶେଷରେ ଭଲ ଚାକିରୀ ଆଉ ବହୁତ ଟଙ୍କା ରୋଜଗାରକୁ ସଫଳତା (SUCCESS) କୁହାଯାଏ...
ତାପରେ ପୁଣି ନିଜ ଟଙ୍କାରେ ଗୋଟେ ଭଲ ଫ୍ଲାଟ କିଣିବାଟା ହିଁ ବଡ଼ ସଫଳତା (SUCCESS) ....
ପରେ ପୁଣି ଭୁଲ ଭାଙ୍ଗିଲା, ଜାଣିବାକୁ ପାଇଲି ଯେ - ବାହା ହେଇ ଘର ସଂସାର କରିବାଟା ହିଁ ସଫଳତା (SUCCESS) ...
ବହୁତ ବର୍ଷ ବିତିଗଲା , ବାହାଘର ପରେ ପିଲା ହେଲା, ପିଲାକୁ ଭଲ ଭାବରେ ଲାଳନ ପାଳନ କରିବାଟା ହିଁ ସଫଳତା (SUCCESS) ବୋଲି ଜାଣିଲି...
ପୁଣି ପିଲାମାନେ ବଡ଼ ହେଲେ , ତାଙ୍କୁ ପ୍ରତିଷ୍ଠିତ କରେଇବାଟା ହିଁ ସଫଳତା (SUCCESS) ବୋଲି ଜାଣିଲି...
ଆଉ ଝିଅକୁ ଭଲ ଘର ଦେଖି, ଆଉ ଭଲ ଚାକିରିଆ ବର ସହ ବାହା କରେଇଦେବାଟା ହେଉଛି ସଫଳତା (SUCCESS) ...
ୟା'ପରେ ଆସିଲା ରିଟାୟାରମେଣ୍ଟ ଟାଇମ, ସାରା ଜୀବନ ଜମେଇଥିବା ଟଙ୍କାର ଠିକ ହିସାବ କିତାବ କରି ସଠିକ୍ ଭାବରେ ବିନିଯୋଗ କରିବାଟା ହିଁ ସଫଳତା ସଫଳତା (SUCCESS)...
ଏହାପରେ ଯେତେବେଳେ ସମସ୍ତେ ମିଶି ମତେ ଫୁଲ ମାଳ ପିନ୍ଧାଇ ଚିତାରେ ଶୁଆଇ ଦେଲେ, ମରିବାର କିଛି ସମୟ ଆଗରୁ ବୁଝି ପାରିଲି ଯେ ପୃଥିବୀରେ ସଫଳତା (SUCCESS) ବୋଲି କୌଣସି ସ୍ଥାୟୀ ଜିନିଷ ନାହିଁ।
ପୁରା ପ୍ରକ୍ରିୟା ଟା ଅନ୍ୟ ମାନଙ୍କ ଠାରୁ ଆଗେଇ ଯିବା ପାଇଁ ଗୋଟେ ଗୋଟେ ପ୍ରତିଯୋଗିତା (COMPETITION) ମାତ୍ର।
ଯାହା ମୂଳରେ ଅଛି ଆକାଶ ଛୁଇଁବାର ଆକାଂକ୍ଷା, ଯାହା କେବେ ପୂରଣ ହେବାର ନାହିଁ।
କାରଣ ଆଶା ଅସରନ୍ତି...
ଯେତେବେଳେ ବୁଝି ପାରିଲା, ଜୀବନର ପ୍ରତି ମୁହୂର୍ତ୍ତ ଆନନ୍ଦ ସହ ସୁସ୍ଥ ରହିବା, ଅନ୍ୟ ଦୁଃଖରେ ଦୁଃଖୀ ହେବା, ଅନ୍ୟ ପାଇଁ ଖୁସି ହେବାଟା, ଅନ୍ୟ ମୁହଁରେ ହସ ଫୁଟେଇବା ଆଉ ପ୍ରଭୁଙ୍କୁ ସ୍ମରଣ କରିବା ହିଁ ଅସଲ ସଫଳତା (SUCCESS)...। କିନ୍ତୁ ଏଇଟା ବୁଝିବା ପାଇଁ
ଅନେକ ଡେରି ହେଇଯାଇଥିଲା...*
( ଏହା ସୋସିଆଲ ମିଡିଆରୁ ସଂଗୃହୀତ)












Click it and Unblock the Notifications