ସମସ୍ତେ ଜାଣିଛନ୍ତି ରୁଟି ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ, କିନ୍ତୁ ରୁଟି ନଖାଇଲେ ମିଳିଥାଏ ଏହି ସବୁ ଅଦ୍ଭୁତ ଫାଇଦା

ଆମ ସମସ୍ତଙ୍କ ଖାଦ୍ୟର ମୁଖ୍ୟ ଉପାଦାନ ପାଲଟିଛି ରୁଟି । କେବଳ ଭାରତ ନୁହେଁ ଅନ୍ୟ ଦେଶମାନଙ୍କରେ ମଧ୍ୟ ଅଧିକାଂଶ ଲୋକ ଅଟାଜାତୀୟ ଖାଦ୍ୟକୁ ପସନ୍ଦ କରନ୍ତି। ଆପଣ ଜାଣନ୍ତି କି , ଯଦି ଆପଣ ୧ ମାସ ଅଟାଜାତୀୟ ଖାଦ୍ୟ ନଖାଇବେ ଏହା ଆପଣଙ୍କ ଶରୀରରେ କଣ ପ୍ରଭାବ ପକାଇବ ? ଆସନ୍ତୁ ଜାଣିବା ଡେଲି ଡାଏଟରୁ ଅଟାକୁ ହଟାଇଲେ କ'ଣ ମିଳିବ ଫାଇଦା ।

ruti

ଅଟାଜାତୀୟ ଖାଦ୍ୟ ନ ଖାଇଲେ କ'ଣ ରହିଛି ଉପକାରିତା

ଓଜନ ସନ୍ତୁଳନ : ଅଟାରେ ଅଧିକ କ୍ୟାଲୋରି ରହିଛି। ଅଟା ନ ଖାଇବା ଦ୍ବାରା ଶରୀରରେ ଚର୍ବି ଏକାଠି ହୋଇ ନଥାଏ। ଫଳରେ ଆମେ ଓଜନକୁ ସନ୍ତୁଳନ କରି ପାରିବା।
ହଜମ ପ୍ରକ୍ରିୟାରେ ଉନ୍ନତି: କିଛି ଲୋକ ଅଟାଜାତୀୟ ଖାଦ୍ୟ ଖାଇବା ଦ୍ଵାରା ସେମାନଙ୍କ ପେଟ ସମସ୍ୟା ଦେଖା ଦେଇଥାଏ । ତେଣୁ ସେମାନେ ଏହାକୁ ଛାଡିବା ସେମାନଙ୍କ ପକ୍ଷେ ହିତକର ହୋଇଥାଏ। ଅଟାକୁ ଆମ ଖାଦ୍ୟରେ ସାମିଲ ନକରିବା ଦ୍ଵାରା ଆମ ପାଚନ ଶକ୍ତିରେ ଉନ୍ନତି ହୋଇଥାଏ।
ଗ୍ଲୁଟେନରୁ ପାଇବେ ମୁକ୍ତି: ଅଟାରେ ରହିଛି ଗ୍ଲୁଟେନ। ଗ୍ଲୁଟେନ ସମ୍ବନ୍ଧିତ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଅଟାକୁ ଖାଦ୍ୟରୁ ହଟାଇବା ଦରକାର।
ନିୟନ୍ତ୍ରିତ ହେବ ବ୍ଲଡ଼ ସୁଗାର: ଅଟା ଖାଇବା ଦ୍ଵାରା ରକ୍ତ ସର୍କରା ବଢିବାର ସମ୍ଭାବନା ରହିଛି। ତେଣୁ ମଧୁମେହ ରୋଗୀ ଏହାକୁ ଖାଇବା ଉଚିତ ନୁହେଁ।
ତେବେ ଆପଣ ଯଦି ଅଟାଜାତୀୟ ଖାଦ୍ୟକୁ ଆପଣଙ୍କ ଡାଏଟରେ ସାମିଲ ନ କରନ୍ତି , ଆପଣ ଅଧିକ ପରିମାଣରେ ସବୁଜ ପନିପରିବା, ଫଳ ଓ ପ୍ରୋଟିନ ଜାତୀୟ ଖାଦ୍ୟକୁ ବାଛି ପାରିବେ। ଏହା ଆପଣଙ୍କୁ ସୁସ୍ଥ ଓ ସତେଜ ରଖିବାରେ ସାହାଯ୍ୟ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+