ଘିବଲି ମାୟାରେ ସମସ୍ତେ ବାୟା ! କାର୍ଟୁନ୍ ଫଟୋ ଦେଇ ପ୍ରାଇଭେସି ଚୋରାଉଛି ଏଆଇ !
ଟ୍ରେଣ୍ଡର ଦୁନିଆରେ ନୂଆ ଭାଇରାଲ୍ ଗିଭଲି । ସୋସିଆଲ୍ ମିଡିଆ ୟୁଜରଙ୍କ ପ୍ରଥମ ପସନ୍ଦ । ଇନଷ୍ଟାରେ ଭାଇରାଲ୍ ହେଉଥିବା ଗୀତ ହେଉ କି କୌଣସି ଡ୍ୟାନ୍ସ ଷ୍ଟେପ୍ ସବୁକୁ ଫଲୋ କରିବାକୁ ପସନ୍ଦ କରନ୍ତି ୟୁଜର୍ସ ।
ଘିବଲି ଏଆଇ ଇମେଜ୍ ନାମକ ଏକ ନୂଆ ଟ୍ରେଣ୍ଡର ଆରମ୍ଭ ହୋଇଯାଇଛି । ଯାହାକୁ ଦେଖ ନିଜ ଫଟୋକୁ ChatGPT ଏବଂ Grok ଭଳି ପ୍ଲାଟଫର୍ମରେ ଅପଲୋଡ୍ କରି ଘିବଲି ଇମେଜ୍ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ।
ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସଭିଏଁ ଘିବଲି ଏଆଇ ଇମେଜ୍ ମାୟାରେ ବାୟା । କାର୍ଟୁନଠାରୁ ଆରମ୍ଭ କରି କମିକ୍ ପର୍ଯ୍ୟନ୍ତ ଫଟୋ ସବୁକୁ 'କ୍ୟୁଟ୍' କ୍ୟାପ୍ସନ୍ ଦେଇ ପୋଷ୍ଟ୍ କରୁଛନ୍ତି । କିନ୍ତୁ ଏହାର ପରିଣାମ ବିଷୟରେ କ'ଣ କେବେ ଚିନ୍ତା କରିଛନ୍ତି ।

ChatGPT କୁ ଦେଖିବା ପରେ ଏଲନ୍ ମସ୍କ୍ ଏଆଇ ଚାଟବଟ୍ Grok 3 ରେ ଘିବଲି ଷ୍ଟାଇଲ୍ ଇମେଜ ଫିଚରକୁ ସାମିଲ୍ କଲେ । ୟୁଜର୍ସ ମଧ୍ୟ ଏହାର ଭରପୂର ଫାଇଦା ଉଠାଇଲେ । ହ୍ବାଟସଆପ୍ ଏବଂ ଫେସବୁକ୍ ଷ୍ଟାଟସକୁ ଦେଖ ଘିବଲି ଷ୍ଟାଇଲ୍ ଫଟୋ । କିନ୍ତୁ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ଡିଜିଟାଲ୍ ପ୍ରାଇଭେସି ।
ରିପୋର୍ଟ ମୁତାବକ, ସାଇବର୍ ଏକ୍ସପର୍ଟ ଏନେଇ ପ୍ରଶ୍ନ ଉଠାଉଛନ୍ତି କି Open AI ଏହି ନୂଆ ଟ୍ରେଣ୍ଡର ଆଢୁଆଳରେ ହଜାର ହଜାର ଫଟୋକୁ ଏକତ୍ର କରୁଛି କେବଳ ଏଆଇ ଟ୍ରେନିଙ୍ଗରେ ଏସବୁ ଫଟୋ ବ୍ୟବହାର କରିବା ପାଇଁ । ଗୋଟିଏ ପଟେ ଘିବଲି ଇମେଜ ଲୋକଙ୍କୁ ପ୍ରେମରେ ପକାଇଛି ଆଉ ଗୋଟିଏ ପଟେ ଏକ୍ସପର୍ଟ ସତର୍କ କରାଇଲେଣି ।
ଏକ୍ସପର୍ଟଙ୍କ କହିବାନୁସାରେ, ୟୁଜର ଅଜାଣତରେ ଓପନ୍ ଏଆଇକୁ ନିଜର ଫ୍ରେଶ୍ ଫେସିୟଲ୍ ଡାଟା ପରଶୁଛନ୍ତି ଯାହାଦ୍ବାରା ପ୍ରାଇଭେସି ସହ ଜଡ଼ିତ ଥିବା ସାଂଘାତିକ ସମସ୍ୟା ମୁଣ୍ଡ ଟେକିପାରେ । ସରଳ ଭାଷାରେ କହିଲେ, ଆପଣଙ୍କ ବ୍ୟକ୍ତିଗତ ଫଟୋର ସୁରକ୍ଷା ଉପରେ ଏଆଇର ଆଖି ପଡ଼ିଛି ।












Click it and Unblock the Notifications