ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ
ସୁସ୍ଥ ରହିବାକୁ ସମସ୍ତେ ଚାହାଁନ୍ତି । ସେଥିପାଇଁ ଅନେକ କିଛି କରିଥାଆନ୍ତି । ନିଜକୁ ଫିଟ୍ ଏବଂ ହେଲଦି ରଖିବା ପାଇଁ ଡାଏଟ କରନ୍ତି ତ ଆଉ କିଏ ମର୍ଣ୍ଣିଂୱାକ୍ କରନ୍ତି ତ ଆଉ ପୁଣି କେହି କେହି ଜିମରେ ଜଏନ୍ ହୁଅନ୍ତି । ଏହା ସତ୍ତ୍ବେ ମଧ୍ୟ ବେଳେ ବେଳେ ଆମ ହାଡ଼ ଦୁର୍ବଳ ହେବା ଭଳି ଅନୁଭବ ହୋଇଥାଏ । ଆମ ଜାଣତ ଅଜାଣତରେ ଆମ ଖରାପ ଖାଦ୍ୟପେୟ ଏହି ସବୁ ସମସ୍ୟାର କାରଣ ହୋଇଥାଏ । ଏମିତି କିଛି ଜିନିଷ ଅଛି ଯାହା ପାଟିକୁ ତ ସ୍ବାଦ ଦେଇଥାଏ କିନ୍ତୁ ଆମକୁ ଅନେକ କ୍ଷତି ଆଡକୁ ଟାଣି ନେଇଥାଏ ।
ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ ସମସ୍ୟାରେ ଶିକାର ହୋଇଥାନ୍ତି । ଯେପରି କି ଆଣ୍ଠୁ ଗଣ୍ଠି ଦରଜ । ପ୍ରଥମେ ଏଭଳି ସମସ୍ୟା କେବଳ ବୟସ୍କ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ଅଳ୍ପ ବୟସରେ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଏମିତିରେ ଆବଶ୍ୟକ ଏଭଳି ଖାଦ୍ୟ ଖାଇବେ ଯେଉଁଥିରେ ସାରା ଜୀବନ ହାଡ ମଜଭୂତ ରହିବ । ଆଉ ହାଡକୁ ମଜଭୂତ କରିବା ପାଇଁ ଅତ୍ୟନ୍ତ ଜରୁରୀ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି । ଯଦି ଏହି ଦୁଇ ତତ୍ବ ମଧ୍ୟରୁ ଯେ କୌଣସି ଗୋଟିଏର ମାତ୍ରା କମ୍ ହୁଏ ତେବେ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ହେଲେ କଣ ଆପଣ ଜାଣନ୍ତି ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଖାଇଥାଉ ଯାହା ଦିନକୁ ଦିନ ଆମ ହାଡକୁ ଦୁର୍ବଳ କରିଥାଏ । ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ ଜଣାଇବୁ ।
ଅଧିକ ଲୁଣ : ଖାଦ୍ୟର ସ୍ବାଦ ବଢାଇଥାଏ ଲୁଣ । କିନ୍ତୁ ଅଧିକ ଲୁଣ ଖାଇଲେ ହାଡ ଦୁର୍ବଳ ହୋଇଯାଇଥାଏ । ଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ । ଯାହା ଶରୀରରୁ ଯିବା ପରେ କ୍ୟାଲସିୟମକୁ ୟୁରିନ୍ ମାଧ୍ୟମରେ ବାହାରକୁ ବାହାର କରିଦେଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ମାତ୍ରା କମିଯିବା ସହ ହାଡ ଦୁର୍ବଳ ହୋଇଯାଇଥାଏ ।
ଚକଲେଟ୍ : ଛୋଟ ହେଉ ବା ବଡ , ଚକଲେଟ୍ ସମସ୍ତଙ୍କ ପସନ୍ଦ । ଏହା ନା କେବଳ ମୁଡକୁ ଫ୍ରେସ୍ କରିଥାଏ ବରଂ ମୁହଁର ସ୍ବାଦ ମଧ୍ୟ ବଡାଇଥାଏ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚକଲେଟ୍ ଖାଇଲେ ଏହାର ସିଧା ପ୍ରଭାବ ହାଡ ଉପରେ ପଡିଥାଏ । ଅଧିକ ଚକଲେଟ୍ ଖାଇଲେ ଶରୀରରେ ସୁଗାର ଏବଂ ଓକ୍ସୋଲେଟର ମାତ୍ରା ବଢିଯାଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ପ୍ରବେଶ କରି ପାରିନଥାଏ ଏବଂ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।

କୋଲ୍ଡ ଡ୍ରିଙ୍କ୍ସ : ଖରାଦିନେ କୋଲ୍ଡ ଡ୍ରିଙ୍କ୍ସ ପ୍ରାୟ ସମସ୍ତଙ୍କର ଡାଏଟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଏ । କିନ୍ତୁ ମନେ ରଖନ୍ତୁ କୋଲ୍ଡ ଡ୍ରିଙ୍କ୍ସରେ କାର୍ବ ଡାଇଅକ୍ସାଇଡ୍ ଏବଂ ଫସଫରସ୍ ଥାଏ । ଯାହା ଶରୀର ମଧ୍ୟକୁ ପ୍ରବେଶ କରି ହାଡକୁ ଦୁର୍ବଳ କରିଦେଇଥାଏ ।
ଚା ଏବଂ କଫି : ଚା ହେଉ ବା କଫି, ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଏଥିରୁ ହିଁ କରିଥାନ୍ତି । କିନ୍ତୁ ଏସବୁ ପିଇବା ପୂର୍ବରୁ ଏହାର କ୍ଷତି ବିଷୟରେ ଜାଣିବା ଆବଶ୍ୟକ । ଚା ଏବଂ କଫିରେ କଫିନ୍ ଭରପୁର ମାତ୍ରାରେ ଥାଏ । ଯଦି ଏହା ଅଧିକ ମାତ୍ରାରେ ଶରୀର ମଧ୍ୟକୁ ପ୍ରବେଶ କରେ ତେବେ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।
-
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ?












Click it and Unblock the Notifications