ଭୁଲରେ ବି ଏହିମାନେ ଖାଆନ୍ତୁ ନାହିଁ ଅମୃତ ଭଣ୍ଡା, ଜାଣନ୍ତୁ କାହିଁକି ?

ଏହି କଥା ଉପରେ ଆମେ ସମସ୍ତେ ଭଲ ଭାବେ ଜାଣିଛେ କି, ଅମୃତଭଣ୍ଡା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ । ଏଥିରେ ରହିଥିବା ଭିଟାମିନ୍ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ମ୍ୟାଗନେସିୟମ୍, ପୋଟାସିୟମ୍, ନିୟାସିନ୍, ପ୍ରୋଟିନ୍, କାରୋଟିନ୍ ଏବଂ ପ୍ରାକୃତିକ ଫାଇବରେ ଭରା ଅମୃତଭଣ୍ଡା ଆମର ପାଚନ ପକ୍ରିୟାକୁ ବଢାଇଥାଏ । କିନ୍ତୁ ଆପଣ କ'ଣ ଜାଣିଛନ୍ତି କି' ଅଧିକ ମାତ୍ରାରେ ଏହାର ସେବନ ଦ୍ବାରା କ'ଣ ଅସୁବିଧା ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଲୋକମାନେ ଏହାକୁ ସେବନ କରିବା ଅନୁଚିତ୍ :

papita

• ଗର୍ଭବତୀ ମହିଳା : ଅମୃତଭଣ୍ଡା ଖାସ୍ କରି କଞ୍ଚା ଅମୃତଭଣ୍ଡା ଅଧିକା ମାତ୍ରାରେ ଖାଇବା ଅନୁଚିତ୍ ଏହା ହାନିକାର ହୋଇଥାଏ କାରଣ ଏହା ସେବନ ଦ୍ବାରା ଆପଣଙ୍କର ଗର୍ଭପାତ ହେବାର ସମ୍ଭାବନା ଅଧିକ ଥାଏ ।

• ରକ୍ତ ଚାପର ସମସ୍ୟା ଥିବା ବ୍ୟକ୍ତି : ଅମୃତଭଣ୍ଡା ସେବନ କରିବା ରକ୍ତ ଚାପ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଯେଉଁ ମାନେ ରକ୍ତ ଚାପର ଓୗଷଧ ନେଉଛନ୍ତି ସେମାନେ ଅମୃତଭଣ୍ଡା ଖାଇବା କଥା ନୁହେଁ ।

• କିଡନରେ ଷ୍ଟୋନ୍ ହୋଇଥିଲେ : ଅମୃତଭଣ୍ଡାରେ ଭିଟାମିନ୍ ସି ଆଣ୍ଟିଅକ୍ସିଡେଣ୍ଟ୍ ଅଧିକ ମାତ୍ରାରେ ରହିଥାଏ ଯାହା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ଯାହା ଆମକୁ ବିଭିନ୍ନ ରୋକରୁ ବଂଚାଇ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ ଏକ ଅଧୟନରୁ ଜଣା ପଡିଛି କି ଅଧିକ ମାତ୍ରାରେ ଭିଟାମିନ୍ ସିର ସେବନ ଦ୍ବାରା କିଡନିରେ ଷ୍ଟୋନ୍ ତିଆରି କରିଥାଏ ଯାହା ଶରୀର ପାଇଁ କ୍ଷତିକାରକ ।

• ତ୍ବଚା ଉପରେ ଖରାପ ପ୍ରଭାବ: ଯଦି ଆପଣଙ୍କର ତ୍ବଚା ଖାସ୍ କରି ହାତ ହଳଦୀଆ ପଡୁଛି ତ, ଆପଣ କାରୋଟମିଆ ନାମକ ତ୍ବଚା ରୋଗରେ ପିଡିତ । ଏହି କାରଣରୁ ଆଣଙ୍କ ଆଖି, ହାତ ଓ କାନ୍ଧର ରଙ୍ଗ ହଳଦୀଆ ହୋଇଥାଏ । ଅମୃତଭଣ୍ଡାରେ ବିଟା କରୋଟିନ୍ ରହିବା କାରଣରୁ ଆଲରଜିକର କାରଣ ହୋଇପାରେ । ଏହା ଅଧିକ ସେବନା ଦ୍ବାରା ତ୍ବଚା ଉପରେ ଖରାପ ପ୍ରଭାବ ପକାଇଥାଏ ।

• ସ୍ତନପାନ ସମୟରେ : ପିଲାଙ୍କୁ ସ୍ତନପାନ କରାଉଥିବା ମହିଳା ମାନଙ୍କୁ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ । ଏହା ଛଡା ପିଲାଙ୍କୁ ୧ବର୍ଷ ଯାଏ ଅମୃତଭଣ୍ଡା ଖୁଆଇବା ଉଚିତ୍ ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+