ଫିଟ୍‌ନେସ୍ ଉପରେ ସ୍ନାକ୍‌ସର ପ୍ରଭାବ

ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସଂଧ୍ୟାବେଳେ ଚା ସହିତ ସ୍ନାକ୍‌ସ ଭାବରେ ଗରମ ଗରମ ପକୁଡି, ମ୍ୟାଗି, ସିଙ୍ଗଡା ଇତ୍ୟାଦି ଖାଇବାକୁ ପସନ୍ଦ କରିଥାନ୍ତି । ବଡ ବଡ ସହରମାନଙ୍କରେ ମଧ୍ୟ ଚା ସହିତ ଲୋକମାନେ ବିସ୍କୁଟ୍ ବା କୁକିଜ୍ ନିଶ୍ଚିତ ଭାବରେ ଖାଆନ୍ତି । ତେଣୁ ସମୟ ଓ ଅସମୟରେ ଖାଉଥିବା ସ୍ନାକ୍‌କ୍ସ ପାଇଁ ଆପଣଙ୍କ ଫିଟ୍‌ନେସ୍ ଉପରେ ପ୍ରଭାବ ପଡେ ।

ଆମେ ଅଧିକାଂଶ ସମୟରେ ଅଟା ବା ମଇଦାରେ ତିଆରି ଜିନିଷ ଖାଇଥାନ୍ତି । ବେକିଙ୍ଗ ସୋଡା, ମଇଦା ସହିତ ଏହା ହାଇକ୍ୟାଲୋରୀ ଜାଏଟ୍ ଅଟେ । ପିଲା ହୁଅନ୍ତୁ ବା ବୟସ୍କ ସମସ୍ତେ ଚାଇନିଜ ଖାଦ୍ୟ ପ୍ରିୟ ଅଟନ୍ତି । ଏଥିରେ ଫାଇବର ନଥାଏ ଓ କ୍ୟାଲୋରୀ ମଧ୍ୟ ଅଧିକ ଥାଏ । ତେଣୁ ଆମେ ଏପରି ଖାଦ୍ୟ ଖାଇବା ଉଚିତ୍ ଯେଉଁଥରେ ସାଚୁରେଟେଡ୍ ଫ୍ୟାଟ୍‌, ସୁଗାର ବା ଆର୍ଟିଫିସିଆଲ୍ ସିନର, ସୋଡିୟମ୍‌, କ୍ୟାଲୋରୀ ଆଦି କମ୍ ମାତ୍ରାରେ ଥିବ ।

Effects of Snacks on Fitness

ଅଫିସ୍‌, କଲେଜ ବା ଅନ୍ୟ କେଉଁଠି ତୈଳଯୁକ୍ତ ଖାଦ୍ୟ, ଚିପ୍‌ସ ଇତ୍ୟାଦି ଟାଇମ୍‌ପାସ୍ ଖାଦ୍ୟ ଅଟେ । ଏହାର ଛୋଟ ମାତ୍ରାରେ ଅଧିକ କ୍ୟାଲୋରୀ ଥାଏ । ଏଥିରେ ସୋଡିୟମ୍‌ର ମାତ୍ରା ମଧ୍ୟ ଅଧିକ ଥିବା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ । ପ୍ରତ୍ୟେକ ଲୋକଙ୍କର ଉଚ୍ଚତା, ଓଜନ, ବୟସ ଓ ଅନ୍ୟ କାରଣ ହିସାବରେ ପ୍ରତ୍ୟେକ ଦିନର ଖାଦ୍ୟରେ ନିଶ୍ଚିତ କ୍ୟାଲୋରୀ ଥାଏ ।

ଯଦି ଦିନରେ ୨୦୦୦ କ୍ୟାଲୋରୀର ଆବଶ୍ୟକ ପଡେ ଓ ଆପଣ ୨୫୦୦ କ୍ୟାଲୋରୀ ଖାଉଛନ୍ତି । ତେବେ ଅତିରିକ୍ତ ୫୦୦ କ୍ୟାଲୋରୀ ଶରୀରରେ ଚର୍ବି ହୋଇ ଜମା ହୋଇଥାଏ । ଯଦି କ୍ୟାଲୋରୀ ଥିବା ଖାଦ୍ୟ ଆବଶ୍ୟକତାଠାରୁ କମ୍ ଖାଉଛନ୍ତି ତେବେ ଶରୀର ଚର୍ବିର ବ୍ୟବହାର କରିବାକୁ ଲାଗେ ଓ ଓଜନ କମ୍ ହେବାର ଦେଖାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+