ଶୀତଋତୁରେ କିପରି ନେବେ କେଶର ଯତ୍ନ; ଜାଣନ୍ତୁ କାହିଁକି ହୁଏ ରୂପି?

ତୁ ପରିବର୍ତ୍ତନରେ ଯେ କେବଳ ପାଗ ବଦଳେ ତା' ନୁହେଁ। ପାଗ ସହ ଆମ ତ୍ୱଚା ଏବଂ କେଶର ସ୍ୱାସ୍ଥ୍ୟ ତଥା ଆପିଅରାନ୍ସରେ ମଧ୍ୟ ପରବର୍ତ୍ତନ ଆସେ। ଚର୍ମ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇ କୁଣ୍ଡାଇ ହେବା, ଫାଟିବା, କେଶ ଝଡିବା ଓ ରୁପିହେବା ଆଦି ସମସ୍ୟା ଶୀତଋତୁରେ ପ୍ରାୟ ସମସ୍ତେ ଦେଖନ୍ତି। କିନ୍ତୁ ଆମର ଦୈନନ୍ଦିନ ଜୀବନଶୈଳୀରେ କେତୋଟି ଅତି ସାଧାରଣ ପରିବର୍ତ୍ତନ ଆମକୁ ଏସବୁ ସମସ୍ୟାରୁ ରକ୍ଷା କରିପାରିବ।

କେଶର ଯତ୍ନ:
ତେବେ ମୁଖ୍ୟତଃ ଶରୀରରେ ହରମୋନ୍ ପରିବର୍ତ୍ତନ ଯୋଗୁଁ ତ୍ବଚାରେ ସ୍କେଲିନ୍ ବଢିଯାଏ । ଏହି ସ୍କେଲିନକୁ ଆମେ ରୂପି ବୋଲୁ କହୁ । ଯେଉଁଥିରେ ମୁଣ୍ଡରୁ ଚୋପା ଛାଡେ । ବେଳେ ବେଳେ ବୃଦ୍ଧାବସ୍ଥାରେ ସୋରିଆସିସ୍‌, ସେବୋରିକ୍‌ ଡର୍ମାଟିଟିସ୍‌ ଏବଂ ମୁଣ୍ଡରେ ଯାଦୁ ହେଲେ ମଧ୍ୟ ଚୋପା ଛାଡ଼ିଥାଏ, ଏହାକୁ ମଧ୍ୟ ରୁପି କୁହାଯାଏ।

ତେବେ ଆମ ଶରୀର ପ୍ରତି ୪୫ ଦିନରେ ଥରେ ନୂଆ ତ୍ବଚା ସୃଷ୍ଟି କରେ । ଏହାର ଅର୍ଥ ତ୍ୱଚାର ଗୋଟେ ସ୍ତର ବାହାରିଯାଏ ଓ ନୂଆ ତ୍ୱଚା ତିଆରି ହୁଏ। ଆମେ ଗାଧୋଇବା ଦ୍ବାରା ଏହା ଆମ ଶରୀରରୁ ବାହାରି ଯାଇଥାଏ । ଯେହେତୁ କେଶ ବଢ଼ୁଛି, ସେଠାର ତ୍ୱଚା ବି ନୂଆ କରି ତିଆରି ହେଉଛି । ତେଣୁ ତ୍ୱଚାରୁ ଚୋପା ଛାଡ଼ିଥାଏ, ଯାହାକୁ ରୁପି ବୋଲି ଧରାଯାଏ ।

ତେବେ ଫଙ୍ଗାଲ ଇନ୍‌ଫେକ୍ସନ୍‌, ସୋରିଆସିସ୍‌ ହେଲେ କେଶରୁ ଚୋପା ଛାଡ଼ିଥାଏ। ହେଲେ ସେହି ଚୋପାର ଆକାର ବଡ଼ ବଡ଼ ହୋଇଥାଏ। ଯେତେବେଳେ କେଶରୁ ଛୋଟ ଗୁଣ୍ଡ ଭଳି ଝଡ଼ୁଛି, ତେବେ ତାହା ସାଧାରଣ ରୁପି। ଯଦି କେଶରୁ ମୋଟା ମୋଟା ରୁପି ଝଡ଼ୁଛି କିମ୍ବା କେଶର ମୂଳରେ ପାଣି ଭଳି ରୁପି ଜମୁଛି, ତେବେ ଏହା କୌଣସି ସମସ୍ୟା ପାଇଁ ହୋଇଥାଏ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରିବା ଜରୁରୀ। ଶୁଖିଲା ରୁପି ହେଉଥିଲେ କେବଳ ମୁଣ୍ଡ ସଫା କରିଲେ ଏଥିରୁ ମୁକ୍ତି ପାଇପାରିବେ।

dandruff

ଏଥିସହିତ ସେବୋରିକ୍‌ ଡର୍ମାଟିଟିସ୍‌ ଯୋଗୁଁ ମଧ୍ୟ ରୁପି ହୋଇଥାଏ। ଏହି ସମସ୍ୟା ହେଲେ ମୁହଁରେ ବ୍ରଣ ଉଠିଥାଏ, ଆଇବ୍ରୋ, କାନ ପଛରେ, ନାକ ପାଖରେ ମଇଳା ଜମିଲା ଭଳି ଲକ୍ଷଣ ଦେଖାଯାଏ । ରାତି ଅନିଦ୍ରା ହେଲେ, ଦିନେ କିମ୍ବା ଦୁଇ ଦିନ ନ ଶୋଇଲେ, ମାନସିକ ଚାପରେ ରହିଲେ ତ୍ୱଚାରେ ତେଲ ସିକ୍ରେସନ୍‌ ହୋଇଥାଏ। ତେଣୁ ରୁପି ସମସ୍ୟା ଅଧିକ ହେବାର ସମ୍ଭାବନା ରହିଥାଏ। ଏହାଛଡ଼ା ଶରୀରରେ ବାୟୋଟିନ୍‌, ବି-୧୨, ଭିଟାମିନ୍‌ ସି ଅଭାବ ହେଲେ ମୁଣ୍ଡରୁ ଚୋପା ଛାଡ଼ିଥାଏ। ଏହିସବୁ ଭିଟାମିନ୍‌ ଅଭାବ ହେଲେ ତ୍ଵଚା ସମ୍ବନ୍ଧୀୟ ସମସ୍ୟା, କେଶ ଝଡ଼ିବା ଭଳି ସମସ୍ୟା ହୋଇପାରେ। ତେଣୁ ନିୟମିତ କ୍ଷୀର, ଶାଗ, ସବୁଜ ପନିପରିବା ଖାଇବା ଦରକାର ।

ଏହା ସହ ଆମ ଜୀବନ ଶୈଳୀ ମଧ୍ୟ ରୂପି ସମସ୍ୟାକୁ ଅଧିକ ବୃଦ୍ଧି କରେ । ଆଉ ଶୀତ ଦିନେ ଏହା ଅଧିକ ଦେଖାଯାଏ । କାରଣ ଶୀତ ଦିନେ ଆମ ତ୍ବଚା ଏମିତିରେ ବି ଶୁଷ୍କ ରହିଥାଏ । ଆଉ ଶୁଷ୍କ ତ୍ବଚା ଦ୍ବାରା ଅଧିକ ରୂପି ସୃଷ୍ଟି ହୋଇଥାଏ । ତେଣୁ ନିୟମିତ କେଶ ସାମ୍ପୋ କରିବା ତେଲ ଲଗାଇବା ଭଳି ଅଭ୍ୟାସ ରୂପି ସମସ୍ୟରୁ ମୁକ୍ତି ଦେଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+