ପିଆଜ ଖାଇବା ଦ୍ୱାରା ମିଳିଥାଏ ଚମତ୍କାର ଫାଇଦା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ
ଆମେ ନିତିଦିନିଆ ଜୀବନରେ ଅନେକ କିଛି ଜିନିଷ ଆମେ ବ୍ୟବହାର କରିଥାଉ । ଯାହା ଆମ ସୁସ୍ଥ ଶରୀର ପାଇଁ ବେଶ୍ ଉପଯୋଗୀ । ଏମିତିରେ ବି ଅନେକ ଲୋକ ଅନେକ କିଛି ଦୈନନ୍ଦିନ ଜୀବନରେ ବ୍ୟବହାର କରନ୍ତି । କିନ୍ତୁ ସେସବୁ ସମ୍ପର୍କରେ ଫାଇଦା ଜାଣି ନଥାନ୍ତି । ସେଥି ମଧ୍ୟରୁ କଞ୍ଚା ପିଆଜ ହେଉଛି ଅନ୍ୟତମ । ଆସନ୍ତୁ କଞ୍ଚା ପିଆଜର ଉପକାରିତା ସମ୍ପର୍କରେ ଜାଣିବା ।

ରୋଷେଇରେ ସାଧାରଣତଃ ପିଆଜ ବ୍ୟବହାର କରିଥାଉ । କିନ୍ତୁ କଞ୍ଚା ପିଆଜ ଖାଇବାକୁ ଖୁବ୍ କମ୍ ଲୋକ ପସନ୍ଦ କରନ୍ତି । ସ୍ବାଦ ପାଇଁ ସାଲାଡରେ କଞ୍ଚା ପିଆଜ ଖାଇଥାନ୍ତି । ଯାହା ଶରୀରରେ ଏକ ପ୍ରକାର ଔଷଧ ଭଳି କାମ କରିଥାଏ । ଏହା ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଷ୍ଟ୍ରେସ୍ ଏବଂ ଯନ୍ତ୍ରଣାରୁ ମୁକ୍ତି, ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-ଡାଇବେଟିସ୍, ଷ୍ଟୋନ -ପ୍ରତିରୋଧକ ଏବଂ ଆଣ୍ଟି-ଆର୍ଥ୍ରିକ୍ ଅଟେ । ପିଆଜରେ ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନ ଥାଏ ଯାହା ଶରୀରକୁ ଖରାରେ ଲଢ଼ିବା ପାଇଁ ଶକ୍ତି ଦେଇଥାଏ । ପିଆଜରୁ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ, ବି ୬, ବି-କମ୍ପ୍ଲେକ୍ସ ଏବଂ ସି ମିଳିଥାଏ ।
ଏତିକି ନୁହେଁ ବରଂ କଞ୍ଚା ପିଆଜ କେଶ, ଯକୃତ ଏବଂ ଅନ୍ତନଳୀକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ବାୟୋଆକ୍ଟିଭ ଗୁଣ ପିଆଜରେ ମିଳିଥାଏ ଯାହା ଶରୀରରେ କିଛି ଅଙ୍ଗର କାର୍ଯ୍ୟରେ ଉନ୍ନତି ଆଣେ ଏବଂ ସେଲ୍ସକୁ ପ୍ରୋତ୍ସାହିତ କରେ । ପିଆଜରେ ଥିବା ସଲଫର ଏବଂ ଜିଙ୍କ ଅନେକ ସମସ୍ୟାକୁ ରୋକିବାରେ ସାହାଯ୍ୟ କରେ ।
ଆୟୁର୍ବେଦରେ ମଧ୍ୟ କଞ୍ଚା ପିଆଜକୁ ବହୁତ ବ୍ୟବହାର କରାଯାଏ । ଏହା ଆପଣଙ୍କ ଶରୀର ସହିତ ଚର୍ମ ଏବଂ କେଶ ପାଇଁ ବହୁତ ଲାଭଦାୟକ। ଏହାକୁ "ଗରିବଙ୍କ ଔଷଧ" ମଧ୍ୟ କୁହାଯାଏ, ଯାହା ସହଜରେ ମିଳିଥାଏ । ଶସ୍ତା ଏବଂ ସୁସ୍ଥ ହୋଇଥାଏ ପିଆଜ । ପିଆଜକୁ ବାତ ସମ୍ବନ୍ଧୀୟ ରୋଗରେ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାର ନିୟମିତ ସେବନ ଭୋକ, ପାଚନ ଶକ୍ତି ବୃଦ୍ଧି କରେ । ତାଜା ପିଆଜ ରସ କାନ ଯନ୍ତ୍ରଣାରେ ଲାଭଦାୟକ, ଘିଅରେ ଭଜା ପିଆଜ କାଶ, ଆସ୍ଥମା ଏବଂ ଥଣ୍ଡାରେ ଲାଭଦାୟକ, ଏବଂ ତାଜା ପିଆଜ ରସ ନାକରୁ ରକ୍ତସ୍ରାବ ବନ୍ଦ କରିବାରେ ମଧ୍ୟ ସହାୟକ ହୋଇଥାଏ । ପିଆଜରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।
ଏହା ସହିତ ହାର୍ଟ ଜନିତ ସମସ୍ୟା ପାଇଁ ଲାଭକାରୀ ହୋଇଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ପିଆଜ କର୍କଟ ରୋଗର ବିପଦ କମ କରିବାରେ ମଧ୍ୟ ସହାୟକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶରୀରରେ ବ୍ଲଡ ସୁଗର ଲେଭଲକୁ ନିୟନ୍ତ୍ରଣ କରିବାରେ ପିଆଜ ସାହାଯ୍ୟ କରିଥାଏ । ଯାହା ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ଜଣାପଡିଛି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications