Get Updates
Get notified of breaking news, exclusive insights, and must-see stories!

ଖରା ଦିନରେ ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ଜିନିଷ, ରହିବେ ଫିଟ୍

Summer Diet: ସାଧାରଣତଃ ଗ୍ରୀଷ୍ମ ଋତୁରେ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ । ଶରୀରର ଶକ୍ତି, ପାଚନ ଏବଂ ଜଳୀୟ ଅଂଶକୁ ମଧ୍ୟ ପ୍ରଭାବିତ କରେ। ଅଧିକ ପାଣି ପିଇବା ଉଚିତ । ସେହିପରି ଯଦି ସକାଳ ଠିକ୍ ଖାଦ୍ୟରୁ ସକାଳ ଆରମ୍ଭ ହୁଏ ତେବେ ପୁରା ଦିନ ଭଲ ଭାବରେ କଟିଥାଏ ।

କାକୁଡି: ଗ୍ରୀଷ୍ମ ଋତୁରେ ସକାଳେ ଖାଲି ପେଟରେ କାକୁଡି ଖାଇବା ଦ୍ୱାରା ଶରୀରରେ ଜଳ ଅଭାବ ଦୂର ହୁଏ। ଏହା ଶରୀରକୁ ହାଇଡ୍ରେସନ୍ ରଖିବାରେ ସାହାଯ୍ୟ କରିଥାଏ । ପାଚନ ଶକ୍ତି ଉନ୍ନତ କରେ, ପେଟକୁ ଥଣ୍ଡା କରେ ଏବଂ ଚ୍ୱଚାରେ ଚମକ ଆଣିଥାଏ । ୧-୨ଟି କାକୁଡ଼ି କାଟି ସେଥିରେ କଳା ଲୁଣ ମିଶାଇ ଖାଇବା ଲାଭଦାୟକ ହୋଇଥାଏ ।

ଅଁଳା ରସ: ଗ୍ରୀଷ୍ମ ଋତୁରେ ସକାଳେ ଅଁଳା ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍ ସି ମିଳିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରିଥାଏ । ଏହା ପାଚନ ଶକ୍ତିକୁ ଦୃଢ଼ ରଖେ ଏବଂ ଚର୍ମକୁ ସଫା ଏବଂ ଉଜ୍ଜ୍ୱଳ ରଖେ। ଏହା ଗ୍ରୀଷ୍ମ ଆଲର୍ଜିରୁ ମଧ୍ୟ ରକ୍ଷା କରିଥାଏ । କେଶ ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ ।

Summer Diet

ଭିଜା ବାଦାମ: ରାତିରେ ୪ଟି ବାଦାମ ପାଣିରେ ଭିଜାଇ ଏହାକୁ ସକାଳେ ଖାଇବା ଦ୍ୱରା ଅନେକ ପ୍ରକାରର ଲାଭ ମିଳିଥାଏ । ଶରୀରକୁ ସୁସ୍ଥ ରଖିଥାଏ । ସକାଳେ ଖାଲି ପେଟରେ ବାଦାମ ଖାଇବା ବହୁତ ଲାଭଦାୟକ। ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ, ପେଟ ସଫା ରଖିବାରେ ସାହାଯ୍ୟ କରିଥାଏ ।

ଲେମ୍ବୁ ପାଣି: ଗ୍ରୀଷ୍ମ ଋତୁରେ ସକାଳେ ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁ ଏବଂ ଅଳ୍ପ ମହୁ ମିଶାଇ ପିଇବା ଉଚିତ୍ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ, ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ଚର୍ମର ଚମକ ବୃଦ୍ଧି କରେ ଏବଂ ପେଟକୁ ଥଣ୍ଡା ରଖିଥାଏ ।

ତରଭୁଜ: ଖାଲି ପେଟରେ ତରଭୁଜ ଖାଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ଏବଂ ଶରୀର ହାଇଡ୍ରେଟ୍ ରହିଥାଏ । ଏହା ଦ୍ୱାରା ଡିହାଇଡ୍ରେସନର ସମସ୍ୟା ଦୂର ହୁଏ । ଏହା ରକ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ ଚର୍ମ ଏବଂ କେଶକୁ ସୁସ୍ଥ ରଖିଥାଏ ।

କିସମିସ୍: ସକାଳେ ୫-୬ଟି ଭିଜା କିସମିସ୍ ଖାଇବା ଦ୍ୱାରା ରକ୍ତହୀନତା ଦୂର ହୋଇଥାଏ । ପାଚନ ଶକ୍ତି ଉନ୍ନତ ହୁଏ, ଶରୀରକୁ ସତେଜ କରିଥାଏ ଏବଂ ଗ୍ରୀଷ୍ମ ଥକାପଣ ହ୍ରାସ କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+