ଖରା ଦିନେ ଖାଆନ୍ତୁ ଏହି ଫଳ, ଶରୀର ରହିବ ହାଇଡ୍ରେଟ୍

Summer Fruits: ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡିଥାଏ । ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବାକୁ ପଡିଥାଏ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ପିଇବା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବାକୁ ପଡିଥାଏ ।

ଖରା ଦିନରେ ଅଧିକ ପରିମାଣର ଫଳ ଖାଇବା ଉଚିତ । ଯାହା ଆମକୁ ଖରା ଦିନରେ ମଧ୍ୟ ସୁସ୍ଥ ରଖିଥାଏ ଏବଂ ଆମେ ଶରୀରକୁ ହାଇଡ୍ରେଟ୍ ରଖିଥାଏ । ଚାଲନ୍ତୁ ଜାଣିବା ଗ୍ରୀଷ୍ମ ଦିନରେ କେଉଁ କେଉଁ ଫଳ ଅଧିକା ଖାଇବା ଉଚିତ୍ ।

Summer Fruits

ଅମୃତଭଣ୍ତା: ଖରା ଦିନରେ ଖାଦ୍ୟରେ ଅମୃତଭଣ୍ତା ସାମିଲ କରିବା ଅତ୍ୟନ୍ତ ଜରୁରୀ । କାରଣ ଏଥିରେ ଯଥେଷ୍ଟ ପରିମାଣରେ ଭିଟାମିନ୍-ସି, ଭିଟାମିନ୍-ଏ ରହିଥାଏ । ଯାହା ଇମ୍ୟୁନିଟି ବଢାଇବା ସହ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ତା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ଫଳରୁ ଶରୀରକୁ ଅଧିକ ପରିମାଣର ଫାଇବର ମିଳିଥାଏ ।

କଦଳୀ: କଦଳୀରେ ଭିଟାମିନ୍-ଏ,ବି,ସି,ଏ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରପୁର ପରିମାଣରେ ଥାଏ । ସେହିପରି କଦଳୀରେ ବି-6 ଏବଂ ଏମିନୋଏସିଡ ମଧ୍ୟ ଥାଏ ଯାହା ଆଣ୍ଟି ଅକ୍ସିଜେଣ୍ଟ । ଖରାଦିନରେ କଦଳୀ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

ତରଭୁଜ: ତରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତରଭୁଜରେ ମିଳୁଥିବା ଭିଟାମିନ୍ ଏ ଏବଂ ବିଟା-କେରୋଟିନର ସ୍ତର ତ୍ୱଚାକୁ ସୁସ୍ଥ ରଖିଥାଏ ଏବଂ କେଶ ବଢାଇବାରେ ମଧ୍ୟ ସାହାଯ୍ୟ କରେ ।

ପଇଡ ପାଣି: ଖରାଦିନରେ ପ୍ରତ୍ୟେକ ଦିନ ନଚେଚ୍ ୨ ଦିନର ଥରେ ପଇଡ ପାଣି ପିଇବା ଉଚିତ୍ ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+