ଶୀତଋତୁରେ ଖାଆନ୍ତୁ ଏହି ଫଳ, ଡାଇବେଟିସ୍ କମ୍ ହେବା ସହ ନିୟନ୍ତ୍ରଣରେ ରହିବ ଓଜନ
ଆପଣମାନେ ତ ଜାଣିଥିବେ ଶୀତଋତୁରେ ଅନେକ ପ୍ରକାରର ଫଳମୂଳ, ପନିପରିବା ଇତ୍ୟାଦି ଭରପୂର ପରିମାଣରେ ମିଳିଥାଏ । ଏହା ସହ ଶୀତଋତୁରେ ମଧ୍ୟ ଏହି ସବୁ ଜିନିଷର ଦର କମ ରହିଥାଏ । ଯାହାକୁ ଆପଣ ବହୁତ ସହଜରେ କିଣିପାରିବେ । କିନ୍ତୁ ମାର୍କେଟରୁ ପନିପରିବା କିଣିବା ଅପେକ୍ଷା ନିଜ ବାଡିରେ ଲଗାଯାଇଥିବା ପନିପରିବା ଯଥେଷ୍ଟ ଭଲ ହୋଇଥାଏ । ତେବେ ଯାହାକୁ ଖାଇ ନିଜକୁ ସୁସ୍ଥମନେ କରିପାରିବେ । କାହିଁକି ନା ମାର୍କେଟରେ ମିଳୁଥିବା ପରିବାରେ ସାର, ବିଶ ଇତ୍ୟାଦି ପଡିଥାଏ, ଯାହାକୁ ଖାଇଲେ ସ୍ଵାସ୍ଥ୍ୟ ସମସ୍ୟା ବଢିବାକୁ ଲାଗିଥାଏ । ଏଥିପାଇଁ ଯଦି ଆପଣ ବାଡିରେ ଲଗାଯାଇଥିବା ପନିପରିବାକୁ ଖାଆନ୍ତି, ତାହେଲେ ଆପଣଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଅନେକ ପ୍ରକାରର ରୋଗରୁ ମଧ୍ୟ ଆରୋଗ୍ୟ ପାଇପାରିବେ । କିନ୍ତୁ ଆପଣ ଜାଣିଛନ୍ତି କି, ଏମିତି ଏକ ଫଳ ଅଛି ଯାହା ସ୍ୱାଦରେ ପରିପୂର୍ଣ୍ଣ ରହିବା ସହ ଅନେକ ଭିଟାମିନରେ ମଧ୍ୟ ଭରପୁର ରହିଛି । ତାହେଲେ ଆସନ୍ତୁ ସେହି ଫଳ ବିଷୟରେ ଜାଣିବା ।

ତେବେ ସେହି ଫଳର ନାମ ହେଉଛି 'କନ୍ଦମୂଳ' । ଯାହା ସ୍ୱାଦରେ ପରିପୂର୍ଣ୍ଣ ହୋଇଥାଏ ଏବଂ ଅନେକ ପ୍ରକାରର ଭିଟାମିନ୍ ମଧ୍ୟ ଯୋଗାଇଥାଏ । ଯେଉଁଥିରେ ଫାଇବର, ଭିଟାମିନ୍ 'ଏ', ଭିଟାମିନ୍ 'ସି ' ଏବଂ ବି 6 ଗୁଣ ରହିଛି । ଏହା ବ୍ୟତୀତ ପୋଟାସିୟମ ଏବଂ ମାଙ୍ଗାନିଜ୍ ଭଳି ମିନେରାଲ ମଧ୍ୟ ରହିଛି । କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେସ୍ ଲାଭଦାୟକ ହୋଇଥାଏ । କନ୍ଦମୂଳରେ ଅନେକ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଶୀତଋତୁରେ ଆପଣ ପ୍ରତ୍ୟେକ ଦିନ ଗୋଟିଏ କନ୍ଦମୂଳ ଖାଇବା ନିହାତି ଆବଶ୍ୟକ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ମିଳିଥାଏ ।
ପ୍ରତ୍ୟେକ ଦିନ କନ୍ଦମୂଳ ଖାଇବାର ଫାଇଦା :
ତ୍ୱଚା ପାଇଁ ଲାଭଦାୟକ: କନ୍ଦମୂଳରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ହୋଇଥାଏ ଯାହା ସ୍କିନକୁ ଟାଇଟ୍ ରଖିବାରେ ସାହାଯ୍ୟ କରିଥାଏ । ଏହା ସ୍କିନକୁ ଫ୍ରି' ରେଡିକାଲ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ । କିଛି ପୁରୁଣା ରୋଗକୁ ଠିକ୍ କରିବାରେ ଏହି ଫଳ ସାହାଯ୍ୟ କରିଥାଏ । ଆପଣ ଏହାକୁ ଅନେକ ଉପାୟରେ ଖାଇପାରିବେ, ଯେମିତିକି ସିଜାଇ ଖାଇପାରିବେ, ରୋଷେଇରେ ସାମିଲ୍ କରିପାରିବେ ଏବଂ ଏହାକୁ କେହି କେହି ପୋଡିକି ମଧ୍ୟ ଖାଇଥାନ୍ତି । ଏହା ସହ ଏହାକୁ ଖାଇଲେ ଅନେକ ରୋଗରୁ ମଧ୍ୟ ଆରୋଗ୍ୟ ହୋଇପାରିବେ ।
ଆଖି ପାଇଁ ଲାଭଦାୟକ: କନ୍ଦମୂଳରେ ଭିଟାମିନ୍ ଏ' ବହୁତ ପରିମାଣରେ ମିଳିଥାଏ । ଯାହା ଆଖି ପାଇଁ ବେସ୍ ଲାଭ ଦାୟକ ହୋଇଥାଏ । ଏହା ସହ ବିଟା-କ୍ୟାରୋଟିନ୍ ମିଳିଥାଏ ଯାହା ଷ୍ଟ୍ରେସକୁ କମ କରିଥାଏ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ବ୍ଳଡ୍ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ ।
ଡାଇବେଟିସ୍ରେ କନ୍ଦମୂଳ: ଆପଣମାନେ ତ ଜାଣିଥିବେ ସବୁ ଫଳ ଅପେକ୍ଷା କନ୍ଦମୂଳରେ ମିଠାର ପରିମାଣ କମ୍ ଥାଏ । ଯାହାକୁ ଡାଇବେଟିସ୍ ରୋଗୀମାନେ ମଧ୍ୟ ଖାଇପାରିବେ, ଏଥିରେ କୌଣସି ଅସୁବିଧା ହୁଏ ନାହିଁ । ଏହାସହ ଏହାର ଟେଷ୍ଟ ମଧ୍ୟ ବହୁତ ଭଲ ହୋଇଥାଏ । ଯାହାକୁ ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ ଲୋକମାନେ ମଧ୍ୟ ଖାଇଥାନ୍ତି । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଏନର୍ଜି ଲେବୁଲ ବଢ଼ିଥାଏ ।
ଓଜନକୁ କମ୍ କରେ 'କନ୍ଦମୂଳ': ଓଜନ କମ କରିବାରେ ସାହାଯ୍ୟ କରିଥାଏ କନ୍ଦମୂଳ । ଆପଣ ଏହାକୁ ଡାଏଟରେ ମଧ୍ୟ ସାମିଲ୍ କରିପାରିବେ । କନ୍ଦମୂଳ ଖାଇବା ଦ୍ୱାରା ଇମ୍ୟୁନିଟି ମଜବୁତ୍ ରହିଥାଏ । ଏଥିରୁ ମିଳୁଥିବା ଭିଟାମିନ୍ ସି' ଏବଂ ଇ' ଆପଣଙ୍କ ତ୍ୱଚାକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ । ଏହା ସହ ଏଥିରେ ମିଠାର ପରିମାଣ କମ୍ ଥିବାରୁ ଓଜନ କମ୍ ହୋଇଯାଇଥାଏ ।
ତେଣୁ ଆପଣ ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଗୋଟିଏ କନ୍ଦମୂଳ ଖାଇବା ନିହାତି ଆବଶ୍ୟକ । ଯାହା ଫଳରେ ଆପଣ ସୁସ୍ଥ ରହିବେ ଏବଂ କୌଣସି ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ହେବ ନାହିଁ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications