ଶୀତ ଦିନେ ଖାଆନ୍ତୁ ଏହିସବୁ ଶାଗ, ଶରୀରକୁ ମିଳିବ......

ଭୁବନେଶ୍ଵର: ଶୀତ ଋତୁ ଆସିଲେ ଶାଗ ଖାଇବାର ମଜା ସତରେ ଖୁବ୍ ନିଆରା । ଶୀତ ଋତୁ ଆସିବା କ୍ଷଣି ବଜାରରେ ଜମିଥାଏ ବିଭିନ୍ନ ପ୍ରକାରର ଶାଗର ଆସର । ପାଳଙ୍ଗ, ମେଥି, ଶୁନୁଶୁନିଆ, ଖଡ଼ା ଶାଗ, ମୂଳା ଶାଗ ଏମିତି କେତେ ପ୍ରକାରର ଶାଗ ବଜାରରେ ମିଳିଥାଏ । ଶୀତ ଦିନେ ଶାଗ ପାଟିକୁ ମଧ୍ୟ ଖୁବ ସୁଆଦିଆ ଲାଗେ । ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପନିପରିବା ମଧ୍ୟରେ ଶାଗର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତେବେ ବିଭିନ୍ନ ପ୍ରକାର ଶାଗର ସ୍ୱାଦ ସହ ତ ଆପଣ ସମସ୍ତେ ପରିଚିତ ଥିବେ ହେଲେ କେଉଁ ଶାଗକୁ ଖାଇଲେ ଆମକୁ କେଉଁ ପ୍ରକାରର ଲାଭ ମିଳିଥାଏ ତାହା ଆପଣ ଜାଣିଛନ୍ତି କି?

ମୂଳା ଶାଗ: ମୂଳା ପତ୍ର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମୂଳା ପତ୍ରରେ ଲୌହ, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଫସଫରସ୍ ଭରପୂର ମାତ୍ରାରେ ରହିଛି। ମଧୁମେହ ରୋଗୀମାନେ ସାଲାଡ ଆକାରରେ ମୂଳା ପତ୍ର ଖାଇପାରିବେ । ଏହା ବ୍ୟତୀତ ଖାଲି ପେଟରେ ମୂଳା ପତ୍ରର ରସ ପିଇବା ମଧ୍ୟ ଲାଭଦାୟକ । ଏହାଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ।

palak

ମେଥି ଶାଗ: ମେଥି ଶାଗକୁ ଭାଜି ନଚେତ୍ ରୁଟି କରି ମଧ୍ୟ ଖାଇପାରିବେ। ଭିଟାମିନ୍ ସି, ଫାଇବର୍, ପ୍ରୋଟିନ୍, ଲୌହ, ମ୍ୟାଗ୍ନେସିୟମ୍, ଜିଙ୍କ୍, କପର୍, ଫଲିକ୍ ଏସିଡ୍ ଇତ୍ୟାଦି ତତ୍ତ୍ୱ ମେଥି ଶାଗରେ ଥିବାବେଳେ ମଧୁମେହ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାମ କରିଥାଏ। ପେଟ ସମସ୍ୟା ଉପୁଜୁଥିଲେ କିମ୍ବା ଖାଦ୍ୟ ବଦ୍‌ହଜମ ହେଉଥିଲେ, ଏଇ ଶାଗ ଖାଇବା ଦ୍ୱାରା ଉପଶମ ମିଳିଥାଏ ।

ସୋରିଷ ଶାଗ: ପଞ୍ଜାବରେ ଶୀତଦିନରେ ମକ୍କା ରୁଟି ଓ ସୋରିଷ ଶାଗ ଖୁବ ପ୍ରସିଦ୍ଧ ।ସୁଆଦିଆ ଏଇ ସୋରିଷ ଶାଗ ଆମ ଦୃଷ୍ଟି ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ସୋରିଷ ଶାଗରେ ଭିଟାମିନ୍ ଏ, ବି-୧୨, ସି, ଫାଇବର୍, ଲୌହ ଭରପୂର ମାତ୍ରାରେ ରହିଥାଏ । ଯାହା କି ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥଆଏ। ନିୟମିତ ଏଇ ଶାଗ ଖାଇଲେ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।

ପାଳଙ୍ଗ ଶାଗ: ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଶରୀରରେ ନୂତନ କୋଷିକା ବା ସେଲ ତିଆରି କରିଥାଏ। ଏଥିରେ ଫାଇବର , ଆଣ୍ଟି ଅକ୍ସିଡ଼ାଣ୍ଟ, ଭିଟାମିନ ସି , ଆଇରନ ରହିଛି। ଶୀତ ଋତୁରେ କେଶଝଡ଼ା ସମସ୍ୟା ସବୁଠୁ ଅଧିକ । ପାଳଙ୍ଗ ଶାଗର ପୋଷକତତ୍ତ୍ୱ କେଶର ଘନତ୍ୱ ବୃଦ୍ଧିରେ ସହାୟକ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+