ଶୀତ ଋତୁରେ ଖାଆନ୍ତୁ ଏହି ସବୁ ଫଳ, ନିୟନ୍ତ୍ରଣରେ ରହିବ ସ୍ୱାସ୍ଥ୍ୟ !
ଶୀତ ଋତୁରେ ସାଧାରଣତଃ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଏହି ଋତୁରେ ଲୋକେ ଟିକେ ଅଧିକ ଅଳସୁଆ ହେବା ସହ ନିଜ ଖାଦ୍ୟ ପେୟ ପ୍ରତି ସେତେଟା ଧ୍ୟାନ ଦେଇ ନଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ଫଳ ଗୁଡିକ ବିଷୟରେ କିଛି ତଥ୍ୟ...
କମଳାରେ ଭିଟାମିନ-ସି ଓ ଫାଇବର ଭରପୁର ମାତ୍ରାରେ ଥାଏ । ଯାହା ଶରୀରର ଥଣ୍ଡା ସର୍ଦ୍ଦିକୁ ନିୟନ୍ତ୍ରଣରେ ରଖିବା ସହ ଶରୀରର ଇମ୍ୟୁନିଟିକୁ ମଧ୍ୟ ମଜବୁତ କରିଥାଏ । ଏହା ସହ ବ୍ଲଡ଼ ସୁଗାର ଲେବଲ, କୋଲେଷ୍ଟେରଲ, ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂରୀଭୂତ କରିଥାଏ ।
ପିଜୁଳି:
ଆମ ବାଡ଼ି ବଗିଚାରେ ମିଳୁଥିବା ପିଜୁଳି ମଧ୍ୟ ଶୀତ ଦିନେ ଏକ ଲାଭଦାୟୀ ଫଳ ହୋଇଥାଏ । ପେଟ ସହ ଜଡିତ ଯେକୌଣସି ସମସ୍ୟାକୁ ଏହା ଦୂର କରିପାରେ । ଏହାବାଦ ପିଜୁଳୀରେ ଫଲିକ ଏସିଡ ଭରପୁର ମାତ୍ରାରେ ଥାଏ । ତେଣୁ ଗର୍ଭବତୀ ମହିଳା ମାନେ ଏହାକୁ ଖାଇଲେ ତାଙ୍କ ପାଇଁ ଉପଯୋଗୀ ହୋଇଥାଏ । ଶରୀରର ସ୍ନାୟୁ ଓ ମାଂସପେଶୀକୁ ମଜବୁତ କରିବା ସହ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ | ଏହା ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

କଦଳୀ:
ବହୁ ଲୋକ ସକାଳ ଜଳଖିଆରେ କଦଳୀ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ପେଟ ଥଣ୍ଡା ରଖିବା ସହ ଭୋକକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଏହା ସହ କଦଳୀକୁ ପୋଟାସିୟମ ଓ ଆଇରନ ପରି ଜରୁରୀ ଉପାଦାନର ମୁଖ୍ୟ ସ୍ରୋତ ଭାବେ ଧରାଯାଇଥାଏ । ତେଣୁ ଏହା ବହୁ ଗୁଡିଏ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରିପାରେ ବୋଲି ଡାକ୍ତର ମାନେ ମତ ଦିଅନ୍ତି ।
ସେଓ:
ସେଓରେ ଫାଇବର ପ୍ରଚୁର ମାତ୍ରାରେ ଥାଏ । ଏହି ଫଳରେ ଜଳୀୟ ଅଂଶ ମଧ୍ୟ ଭରପୁର ମାତ୍ରାରେ ଥାଏ । ତେଣୁ କରି ଦିନରେ ଅତି କମରେ ଗୋଟିଏ ଲେଖାଏଁ ସେଓ ଖାଇଲେ ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ସହ ଓଜନ ନିୟନ୍ତ୍ରଣକୁ ଆଣିଥାଏ । ଏହି ଫଳ ଡାଇବେଟିସ, ହାଇ ବିପି, ହୃଦ ରୋଗ ଆଦିରେ ପୀଡିତ ଥିବା ରୋଗୀଙ୍କ ପାଇଁ ଲାଭଦାୟୀ ହୋଇଥାଏ । ଏହା ବାଦ ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଓ ଫ୍ଲାବୋନଏଡ ମଧ୍ୟ ପ୍ରଚୁର ପରିମାଣରେ ମହଜୂତ ଥାଏ ।
ଡାଳିମ୍ବ:
ଡାଳିମ୍ବ ମଧ୍ୟ ଶୀତ ଋତୁର ଏକ ଉପାଦେୟ ଫଳ । ଅର୍ଥୀରଇଟିସ, ଆଲଯାଇମର, ହଜମ ସମସ୍ୟାରେ ପୀଡିତ ଥିବା ଲୋକଙ୍କ ପାଇଁ ଏହା ବିଶେଷ ଫଳପ୍ରଦ ହୋଇଥାଏ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ












Click it and Unblock the Notifications