ଖରା ଦିନେ ଖାଆନ୍ତୁ ଏହି ଫଳ, ଇମ୍ୟୁନିଟି ବଢିବା ସହ ଚମକିବ ତ୍ୱଚା
ଭୁବନେଶ୍ୱର: ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡିଥାଏ । ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବା ପାଇଁ ପଡିଥାଏ । ଅଧିକ ପରିମାଣର ଫଳ ଖାଇବା, କମ୍ ତେଲର ଖାଦ୍ୟ ଖାଇବା ଉଚିତ । ଯାହା ଆମକୁ ଖରା ଦିନରେ ମଧ୍ୟ ସୁସ୍ଥ ରଖିଥାଏ । ତେବେ ଚାଲନ୍ତୁ ଜାଣିବା ଗ୍ରୀଷ୍ମ ଦିନରେ କେଉଁ କେଉଁ ଫଳ ଅଧିକା ଖାଇବା ଉଚିତ୍ ।

କମଳା:ଖମଳାରେ ଭିଟାମିନ୍-ସି ଅଧିକ ପରିମାଣରେ ଥାଏ, ଏହା ଆନଟି ଏଜେଗିଂ ମଧ୍ୟ ଏବଂ ଏଥିରେ ଭରପୁର ପରିମାଣରେ କ୍ୟାଲସିଏନମ୍, ଆଣ୍ଟି ଅକ୍ସିଡେଣ୍ଟ ଥାଏ ଯାହା ତ୍ୱଚା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ପ୍ରତ୍ୟେକ ଦିନ ଗୋଟିଏ କମଳା ଖାଇବା ଦ୍ୱାରା ଓଜନ ମଧ୍ୟ କମିଥାଏ ।
ଆମ୍ବ:ଖରା ଦିନରେ ଆମ୍ବ ଅଧିକ ପରିମାଣରେ ମିଳିଥାଏ । ଆମ୍ବରେ ଭିଟାମିନ୍-ସି ରହିଥାଏ । ଯାହା ଆମ ଆଖି,ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ସେହିପରି କୋଲେଷ୍ଟ୍ରଲ୍ କମ କରିବାରେ, ହଜମ ଶକ୍ତି ବଢାଇବା ସହ କ୍ୟାନ୍ସର ପରି ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।
ଅମୃତଭଣ୍ତା: ଖରାଦିନରେ ଖାଦ୍ୟରେ ଅମୃତଭଣ୍ତା ସାମିଲ କରିବା ଅତ୍ୟନ୍ତ ଜରୁରୀ । କାରଣ ଅଥିରେ ଯଥେଷ୍ଟ ପରିମାଣରେ ଭିଟାମିନ୍-ସି, ଭିଟାମିନ୍-ଏ ରହିଥାଏ । ଯାହା ଇମ୍ୟୁନିଟି ବଢାଇବା ସହ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଅମୃତ ଭଣ୍ତା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ଫଳରୁ ଶରୀରକୁ ଅଧିକ ପରିମାଣର ଫାଇବର ମିଳିଥାଏ ।
କଦଳୀ: କଦଳୀରେ ଭିଟାମିନ୍-ଏ,ବି,ସି,ଏ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରପୁର ପରିମାଣରେ ଥାଏ । ସେହିପରି କଦଳୀରେ ବି-6 ଏବଂ ଏମିନୋଏସିଡ ମଧ୍ୟ ଥାଏ ଯାହା ଆଣ୍ଟି ଅକ୍ସିଜେଣ୍ଟ । ଖରାଦିନରେ କଦଳୀ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।
ତରଭୁଜ: ତରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତରଭୁଜରେ ମିଳୁଥିବା ଭିଟାମିନ୍ ଏ ଏବଂ ବିଟା-କେରୋଟିନର ସ୍ତର ତ୍ୱଚାକୁ ସୁସ୍ଥ ରଖିଥାଏ ଏବଂ କେଶ ବଢାଇବାରେ ମଧ୍ୟ ସାହାଯ୍ୟ କରେ ।












Click it and Unblock the Notifications