ବାସ ଗୋଟାଏ ମାସ ସକାଳେ ଖାଆନ୍ତୁ ଏହି ୫ ଡ୍ରାଏଫ୍ରୁଟ୍ସ ; ଚମକିବ ସ୍ବାସ୍ଥ୍ୟ, ମିଳିବ ଏହି ସବୁ ଫାଇଦା
ଆଜିକାଲିର ବିଭିନ୍ନ ସମସ୍ୟା ପାଇଁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଥି ସହ ଏପରି ବି ରୋଗ ରହିଛି ଯାହା ଥରେ ହେବା ମାତ୍ରେ ମଣିଷ କୁ ମାରିଦେଇଥାଏ । ଏବେ ଯେଉଁ ସବୁ ରୋଗ ଆସୁଛି ତାହାକୁ ଭୟଙ୍କର ରୋଗର ଆଖ୍ୟା ଦିଆଯାଉଛି । ଏହି ଭଳି ଅନେକ ପ୍ରକାରର ସମସ୍ୟା ଉପୁଜୁଛି । ହେଲେ ଆଜି ଆମେ ଆପଣଙ୍କୁ ଏପରି କିଛି ଡ୍ରାଏଫ୍ରୁଟ୍ସ ବିଷୟରେ କହିବୁ ଯାହାକୁ ଆପଣ ଖାଇଲେ ସମ୍ପୂର୍ଣ୍ଣ ଫିଟ୍ ରହିପାରିବେ । ଏଥି ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମଧ୍ୟ ପାଇପାରିବେ । ଖାଲି ସ୍ୱାସ୍ଥ୍ୟ ନୁହେଁ ବରଂ ଆପଣଙ୍କ ଫେସ୍ ରେ ମଧ୍ୟ ଗ୍ଲୋ ଆସିବା ଆରମ୍ଭ ହେବ । ତେବେ ଆସନ୍ତୁ ଜାଣିବା ସେହି ଟ୍ରାଏଫ୍ରୁଟ୍ସଗୁଡିକର ନାମ କ'ଣ ?

ପିସ୍ତା ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ୍ :
ଆପଣମାନେ ନିଶ୍ଚିତ ଭାବରେ 'ପିସ୍ତା' ଖାଇଥିବେ । ଏହି ପିସ୍ତାରେ ପ୍ରୋଟିନ୍, ଫାଇବର,ଏବଂ ଭିଟାମିନ୍ ବି-୬' ପରି ଅନେକ ପୋଷକ ତତ୍ତ୍ବ ପ୍ରଚୁର ପରିମାଣରେ ଥାଏ, ଯାହା ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟର ଉନ୍ନତିରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏଥି ସହ ଏହି ଡ୍ରାଏଫ୍ରୁଟ୍ସ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଡାଏଟ୍ ପ୍ଲାନରେ ସାମିଲ କରନ୍ତୁ 'ଅଖରୋଟ':
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅଖରୋଟ୍ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ୍ ସାବ୍ୟସ୍ତ ହୋଇପାରେ । ପ୍ରତିଦିନ ସକାଳେ ଅଖରୋଟ୍ ଖାଇବା ଦ୍ବାରା, ଆପଣ ଆପଣଙ୍କ ହାର୍ଟ ହେଲ୍ଥ ସହିତ ବ୍ରେନ୍ ହେଲ୍ଥକୁ ବହୁତ ପରିମାଣରେ ଉନ୍ନତ କରିପାରିବେ ।
ଖଜୁର ମଧ୍ୟ ଲାଭଦାୟକ :
ଯଦି ଆପଣ ଶାରା ଦିନ ଦୁର୍ବଳ ଅନୁଭବ କରନ୍ତି, ତେବେ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଖଜୁର ଖାଇବା ଆରମ୍ଭ କରିବା ଉଚିତ୍ । ଏଥି ସହିତ ଆମେ ଆପଣଙ୍କୁ କହିବୁ ଯେ ହାଡ଼ ଏବଂ ମାଂସପେଶୀର ସ୍ୱାସ୍ଥ୍ୟକୁ ସୁଦ୍ରୁଢ଼ କରିବା ପାଇଁ ଖଜୁରକୁ ଆପଣଙ୍କ ଡାଏଟ୍ ପ୍ଲାନରେ ମଧ୍ୟ ସାମିଲ କରିପାରିବେ ।
ଆଲମଣ୍ଡକୁ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ :
ଯଦି ଆପଣ ସକାଳେ ଖାଲି ପେଟରେ ଆଲମଣ୍ଡ ଖାଇବା ଅଭ୍ୟାସ କରନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇପାରିବ । ଏଥିରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ, ଆଇରନ୍, କପର ଏବଂ ଜିଙ୍କ୍ ଭଳି ଅନେକ ପୋଷକ ତତ୍ତ୍ବ ଭରପୂର ରହିଛି । ଏହା ସହ ଆଲମଣ୍ଡ କୋଲେଷ୍ଟ୍ରଲ ଏବଂ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିପାରିବ ।
କିସମିସ୍ ଲାଭଦାୟକ ପ୍ରମାଣିତ ହେବ :
ଏଥି ସହିତ ଯଦି ଆପଣ କିସମିସ୍ ଖାଉଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ବହୁ ଶୀଘ୍ର ଦୂର ହେବ । କିସମିସରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ବ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁଦ୍ରୁଢ଼ କରିବାରେ ପ୍ରମାଣିତ ହୋଇପାରେ । ଏହା ସହିତ କିସମିସ୍ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ ।












Click it and Unblock the Notifications