ଏହି ସମୟରେ ଖାଆନ୍ତୁ ଭାତ ବଢ଼ିବନି ମୋଟା ପଣ, ଜାଣନ୍ତୁ ସଠିକ୍ ନିୟମ
ଭାତ ପୂର୍ବ ଓ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ। ଭାରତରେ ଅଧିକାଂଶ ଲୋକ ଭାତ ଖାଇବାକୁ ପସନ୍ଦ କରନ୍ତି । ଆଉ ଯଦି ଓଡିଶା କଥା କହିବା, ତେବେ ଭାତ ହେଉଛି ଓଡ଼ିଶାବାସୀଙ୍କ ମୁଖ୍ୟ ଖାଦ୍ୟ । ଲୋକଙ୍କ ମନରେ ଏହା ମଧ୍ୟ ସନ୍ଦେହ ଥାଏ ଯେ, ଭାତ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ କି ନୁହିଁ ? ଓଜନ ବଢ଼ିବା ଭୟରେ ଅନେକ ଲୋକ ଭାତ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରି ଦିଅନ୍ତି । କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯଦି ଠିକ୍ ସମୟରେ ଏବଂ ଠିକ୍ ଉପାୟରେ ଭାତ ଖିଆଯାଏ, ତେବେ ଏହା ସ୍ବାସ୍ଥ୍ୟକୁ କ୍ଷତି ନ ପହଞ୍ଚାଇ ଓଜନ ହ୍ରାସ କରିବାରେ ସହାୟକ ହୋଇପାରିବ । ଏପରି ସ୍ଥିତିରେ, କେଉଁ ସମୟରେ ଭାତ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ କେଉଁ ସମୟରେ ଭାତ ଖାଇବା ଏଡାଇବା ଉଚିତ ଜାଣି ରଖନ୍ତୁ।

ମଧ୍ୟାହ୍ନ ଭୋଜନରେ ଭାତ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ । ଅପରାହ୍ନରେ ଭାତ ଖାଇବା ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ । ରାତିରେ ଭାତ ଖାଇବା ଦ୍ବାରା ଓଜନ ବଢ଼ିଥାଏ । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାନ୍ତି ସେମାନେ ରାତିରେ ଭାତ ଖାଇବା ଉଚିତ ନୁହେଁ । କାରଣ ରାତିରେ ଶରୀରକୁ ଅଧିକ ଶକ୍ତିର ଆବଶ୍ୟକତା ନାହିଁ । ଭାତରେ ପ୍ରଚୁର ପରିମାଣର ଷ୍ଟାର୍ଚ (starch) ଥାଏ, ଯାହାଦ୍ଵାରା ଏହା ଚର୍ବିରେ ପରିଣତ ହୋଇପାରେ । ଯଦି ଆପଣ ରାତିରେ ଭାତ ଖାଇବାକୁ ଚାହାନ୍ତି, ତେବେ ବ୍ରାଉନ୍ ବା ବାଦାମୀ ଚାଉଳର ଭାତ ଖାଇବା ସବୁଠାରୁ ଭଲ ବିକଳ୍ପ ।
ଅନେକ ଲୋକ ଧଳା ଭାତ ପସନ୍ଦ କରନ୍ତି । ଏଥିରେ ଫାଇବର ପରିମାଣ କମ୍ ଥିବାରୁ, ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ସ୍ୱାସ୍ଥ୍ୟ ପାଇଁ ଧଳା ଚାଉଳର ଭାତ ବଦଳରେ ବାଦାମୀ ଚାଉଳ, ଲାଲ ଚାଉଳ କିମ୍ବା ଅନ୍ୟାନ୍ୟ ଶସ୍ୟ ବାଛିବା ଭଲ । ଏଗୁଡ଼ିକ ଚର୍ବି ବୃଦ୍ଧି ନକରି ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ ।












Click it and Unblock the Notifications