ପ୍ରତ୍ୟେକ ଦିନ ଖାଆନ୍ତୁ ଅଙ୍ଗୁର, ମିଳିବ ଏହି ସବୁ ବଡ ଫାଇଦା

ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି କହିଲେ ଭୁଲ ହେବ ନାହିଁ। ବିଶେଷଭାବରେ ବୟସ ବଢ଼ିଲେ ଏହି ସମସ୍ୟା ଦେଖାଦେଇଥାଏ। ହେଲେ ଏବେ ଅସନ୍ତୁଳିତ ଜୀବନଶୈଳୀ ପାଇଁ ଯୁବପିଢ଼ି ମଧ୍ୟ ଏହାର ସମ୍ମୁଖୀନ ହେଉଛନ୍ତି।

grapes

ତେବେ ଏଭଳି ସମସ୍ୟା ଦେଖାଯିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ନିୟମିତ ଅଙ୍ଗୁର ଖାଇଲେ ଏଥିରୁ କେତେକାଂଶରେ ଉପଶମ ମିଳିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି। ଏଭଳି ବିଷୟ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ କିଛି ଅଙ୍ଗୁର ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଏହାସହ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସେମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟାର କ'ଣ ଉନ୍ନତି ଘଟୁଛି ତାହାକୁ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତି ଏହାଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟାରୁ କେତେକାଂଶରେ ଉପଶମ ଲାଭ କରୁଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। କେବଳ ସେତିକି ନୁହେଁ, ଅଙ୍ଗୁରରେ ଭିଟାମିନ୍‌-ସି ଭରି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+