ଶୀତ ଦିନରେ ଖାଆନ୍ତୁ ଭିଟାମିନ୍ C ଯୁକ୍ତ ଖାଦ୍ୟ, ଚମକିବ ତ୍ୱଚା
Winter Skin Care Tips: ଶୀତ ଦିନରେ ସାଧାରଣତଃ ତ୍ୱଚା ଅଧିକ ଶୁସ୍କ ହୋଇଯାଇଥାଏ । ଏହି ସମୟରେ ଅଧିକ ତ୍ୱଚାର ଅଧିକ ଯତ୍ନ ନେବା ପାଇଁ ପଡିଥାଏ । ଶୀତ ଋତୁରେ ତ୍ୱଚାର ଯତ୍ନ ଆବଶ୍ୟକ, କାରଣ ଥଣ୍ଡା ଋତୁରେ ଶୁଷ୍କ ପବନ ଯୋଗୁଁ ଚର୍ମ ଅଧିକ ଶୁସ୍କ ହେବା ସହ ଫାଟିବା ଆରମ୍ଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କିଛି ଘରୋଇ ଉପଚାର ଯାହା ଶୀତଦିନେ ଲଗାଇବା ଦ୍ୱାରା ସ୍କିନ୍ ଗ୍ଲୋ କରିଥାଏ ।
ଥଣ୍ଡା ଋତୁରେ ସାଧାରଣତଃ ଆମେ କମ୍ ପାଣି ପିଇଥାଉ । ହେଲେ ଶୀତ ଦିନ ଚର୍ମକୁ ହାଇଡ୍ରେଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଇବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ, ଗାଧୋଇବା ପରେ ତୁରନ୍ତ ମୁହଁରେ ମଇଶ୍ଚରାଇଜର ବ୍ୟବହାର କରିବା ଉଚିତ।

ଶୀତଦିନେ ସୂର୍ଯ୍ୟ କିରଣ କମ୍ ଥିଲେ ମଧ୍ୟ ମୁହଁରେ ସନସ୍କ୍ରିନ୍ ଲଗାନ୍ତୁ। ପ୍ରକୃତରେ, ସୂର୍ଯ୍ୟ କିରଣ ଚର୍ମକୁ କ୍ଷତି ପହଞ୍ଚାଇପାରେ, ଯାହା ମୁହଁରେ କଳା ଦାଗ ସୃଷ୍ଟି କରିପାରେ।
ତ୍ୱଚାକୁ ଚମକଦାର ରଖିବା ପାଇଁ ଭଲ ଖାଦ୍ୟ ଖାଇବା ଅତ୍ୟନ୍ତ ଆବଶ୍ୟକ । ଏଥିପାଇଁ ଆପଣ ଭିଟାମିନ୍ ସି, ଇ ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ଗ୍ରହଣ କରିପାରିବେ। ଏକ ଭଲ ଖାଦ୍ୟ ଚର୍ମକୁ ଭିତରୁ ପୋଷଣ ପ୍ରଦାନ କରେ। ଯଦି ଆପଣ ନନ୍-ଭେଜ୍ ଖାଆନ୍ତି, ତେବେ ଶୀତଦିନେ ଅଧିକ ମାଛ ଖାଆନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ବହୁତ ସାହାଯ୍ୟ କରିବ।
ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ମୁହଁକୁ ଭଲ ଭାବରେ ସଫା କରନ୍ତୁ। ଏହା ପରେ, ଏକ ମଇଶ୍ଚରାଇଜିଂ କ୍ରିମ୍ କିମ୍ବା ମୁହଁ ଫେସ୍ ଅଏଲ ବ୍ୟବହାର କରନ୍ତୁ। ଏହା କରିବା ଦ୍ୱାରା ଶୀତଦିନେ ଆପଣଙ୍କ ଚର୍ମ ନରମ ଏବଂ ଗ୍ଲୋ କରିବ ।












Click it and Unblock the Notifications