ବେଶୀ ନୁହେଁ ବାସ ଗୋଟାଏ ମାସ ପ୍ରତ୍ୟେକ ଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟ କଲା ପରି ଫାଇଦା

ଶୀତ ଦିନର ଆଗମନ ହେତୁ ମନୁଷ୍ୟ ବିଭିନ୍ନପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଶୀତ ପ୍ରଭାବରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳିଥାଏ । ଖଜୁରୀ ଶରୀର ମଧ୍ୟରେ ଉଷ୍ଣତା ବୃଦ୍ଧିରେ ସହାୟକ ହୋଇଥାଏ ଏବଂ ଶରୀରକୁ ସତେଜ ରଖିଥାଏ ।

ମାତ୍ର ଅଧିକାଂଶ ଲୋକ ଖଜୁରୀ ରଂଗ ଦେଖି ଏହାକୁ ଖାଇବାକୁ ପସନ୍ଦ କରିନଥା'ନ୍ତି । କିନ୍ତୁ ଏଠାରେ ଆମେ ଖଜୁରୀରେ ଥିବା ଉପକାରୀତା ସମ୍ବନ୍ଧରେ ବିଶେଷ ଟିପ୍ପଣୀ ଦେବୁ ଯାହା ଆପଣଙ୍କ ଦୈନନ୍ଦିନ ଜୀବନଶୈଳୀରେ ଉପକାରୀଯୋଗ୍ୟ ହୋଇପାରିବ ।

Eat

ଖଜୁରୀ ପୋଷକ ତତ୍ୱର ଏତେ ବଡ ଭଣ୍ଡାର ଯେ ଏହାକୁ ୱାଣ୍ଡର ଫୁଡ ମଧ୍ୟ କୁହାଯାଇଥାଏ । ଆଇରନ, କ୍ୟାଲସିୟମ, ଆମିନୋ ଏସିଡ୍, ଫସଫରସ୍ ଏବଂ ଭିଟାମିନରେ ଭରପୂର ଖଜୁରୀ ଆପଣଙ୍କ ଶରୀର ସମେତ ସୁନ୍ଦରତା ମଧ୍ୟ ବଢାଇଥାଏ ।

ଗ୍ଲୁକୋଜ ଏବଂ ଫ୍ରକ୍ଟୋଜରର ଭଣ୍ଡାର ଖଜୁରୀ ମଧୁମେହ ରୋଗରୁ ସାହାଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମିଳିଥାଏ । ଖଜୁରୀରେ ୫୪ପ୍ରତିଶତ ଚିନି ଏବଂ ୭ପ୍ରତିଶତ ପ୍ରୋଟିନ ମିଳିଥାଏ । ଏହା ଶରୀରପାଇଁ ବହୁ ଉପଯୋଗୀ ଅଟେ ।

ଏଥିରେ କୋଲେଷ୍ଟ୍ରୋଲ ନଥାଏ ଏବଂ ଗୋଟେ ଖଜୁରୀରୁ ୨୩କ୍ୟାଲୋରୀ ମିଳିଥାଏ । ଏହାସହ ଶିରାପ୍ରଶିରାର ହାନି ଘଟାଇନଥାଏ, କ୍ୟାନସରରୁ ମଧ୍ୟ ରକ୍ଷା କରିଥାଏ , ଏବଂ ହୃଦଜନିତ ସମସ୍ୟାରୁ ମୁକ୍ତି କରିବାରେ ସହାୟକ ହୋଇଥାଏ ।

ନିୟମିତ ପ୍ରକ୍ରିୟାରେ ୨,୩ଟି ଖଜୁରୀ ଖାଇବାଦ୍ୱାରା ଶରୀର ଫୂର୍ତ୍ତି ଏବଂ ସତେଜ ହୋଇଥାଏ । କାର୍ଯ୍ୟକରିବାର ଉତ୍ସାହ ମଧ୍ୟ ବଢିଥାଏ । ଏବଂ ଏହାଦ୍ୱାରା ତ୍ୱଚାରେ ମଧ୍ୟ ଚମକ ଆସିଥାଏ । ରାତିସାରା ଖଜୁରୀକୁ କାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବାଦ୍ୱାରା ପେଟରୋଗରୁ ମୁକ୍ତି ମିଳିଥାଏ ।

ନିୟମିତ ଏପରି କରିବାଦ୍ୱାରା କୋଷ୍ଠକାଠିନ୍ୟରୁ ମଧ୍ୟ ଉପଶମ ମିଳିଥାଏ । ଖଜୁରୀକୁ ରାତିରେ କ୍ଷୀରରେ ଭିଜାଇ ପୁରୁଷମାନେ ସକାଳେ ଖାଇବାଦ୍ୱାରା ସେମାନଙ୍କ ଯୌନକ୍ରିୟା ଶକ୍ତି ବୃଦ୍ଧିପାଇଥାଏ । ଏବଂ ଶରୀର ଦୁର୍ବଳଥିବା ବ୍ୟକ୍ତିଙ୍କୁ ଖଜୁରୀ ଖାଇବାଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ମିଳିଥାଏ ।

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ପାଚନ ସମସ୍ୟା ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି । ଖଜୁରୀରେ ଡାଏଟ୍ରି ଫାଇବରରେ ଭରପୂର ।ଏହି ଫାଇବର କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ ଏବଂ ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରେ । ତେଣୁ ଖଜୁରୀର ନିୟମିତ ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହୁଏ ଏବଂ ବଦହଜମୀ ଏବଂ ଗ୍ୟାସ ଭଳି ପେଟ ସମସ୍ୟାର ଆଶଙ୍କା କମ୍ ହୁଏ । ଏହା ଅନ୍ତନଳୀରେ ଥିବା ଲାଭଦାୟକ ବ୍ୟାକ୍ଟେରିଆକୁ ବୃଦ୍ଧି କରେ ।

ଲୌହ ଅଭାବ ରକ୍ତହୀନତା ଏକ ସାଧାରଣ ସମସ୍ୟା ହୋଇଗଲାଣି । ବିଶେଷକରି ମହିଳାମାନଙ୍କ ମଧ୍ୟରେ । ଖଜୁରୀ ଲୌହର ଏକ ଉତ୍କୃଷ୍ଟ ପ୍ରାକୃତିକ ଉତ୍ସ । ପ୍ରତିଦିନ 2ରୁ 3 ଖଜୁରୀ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି ପାଇବାରେ ସାହାଯ୍ୟ କରେ । ଲାଲ ରକ୍ତ କୋଷିକା ଉତ୍ପାଦନ ବୃଦ୍ଧି କରି, ଏହା ସମଗ୍ର ଶରୀରରେ ଅମ୍ଳଜାନର ପ୍ରବାହକୁ ଉନ୍ନତ କରେ, ଯାହା ଫଳରେ ଥକ୍କାପଣ ଏବଂ ଦୁର୍ବଳତା ଦୂର ହୁଏ ।

ବୟସ ବଢ଼ିବା ସହିତ ହାଡ଼ ଦୁର୍ବଳତା ଏକ ପ୍ରମୁଖ ସମସ୍ୟା ଦେଖାଯାଏ । ତେବେ ଖଜୁରୀରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ତମ୍ବା ଏବଂ ସେଲେନିୟମ ଭଳି ଖଣିଜ ପଦାର୍ଥ ଥାଏ, ଯାହା ହାଡ଼ ସ୍ୱାସ୍ଥ୍ୟ ପାଇଁ ଜରୁରୀ । କ୍ୟାଲସିୟମ ହାଡ଼କୁ ମଜବୁତ କରେ, ମ୍ୟାଗ୍ନେସିୟମ ହାଡ଼ ଘନତା ବଜାୟ ରଖିବାରେ ସାହାଯ୍ୟ କରେ । ତେଣୁ ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଅଷ୍ଟିଓପୋରୋସିସ ଭଳି ରୋଗର ଆଶଙ୍କା ହ୍ରାସ ପାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+