Get Updates
Get notified of breaking news, exclusive insights, and must-see stories!

ଶୀତ ଦିନରେ ଲବଙ୍ଗ-ଲେମ୍ବୁ ଖାଆନ୍ତୁ ସୁସ୍ଥ ରୁହନ୍ତୁ, ଜାଣନ୍ତୁ ଶରୀରର ପାଇଁ କେତେ ହିତକର

Cloves and Lemons Benefit: ଶୀତ ଦିନ ଆସିବା ସହ ଅନେକ ପ୍ରକାରର ରୋଗ ମଧ୍ୟ ବ୍ୟାପିଥାଏ । ଶରୀର ସହଜରେ ସଂକ୍ରମଣର ଶିକାର ହୋଇଥାଏ । ଶୀତ ଦିନରେ ଥଣ୍ଡା, କାଶ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ୟାକୁ ରୋକିବା ପାଇଁ ଲବଙ୍ଗ ଏବଂ ଲେମ୍ବୁ ପାଣି ପିଇବା ଉଚିତ୍ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଲେମ୍ବୁ-ଲବଙ୍ଗ ପାଣି ଶରୀରକୁ ସୁସ୍ଥ ରଖିବା ପାଇଁ ସରଳ ଏବଂ ସହଜ ଉପାୟ ।

ଲେମ୍ବୁ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର । ଏହା ଶରୀରରୁ ସଂକ୍ରମଣକୁ ହ୍ରାସ କରେ । ସେହିପରି ଲବଙ୍ଗ ଭିଟାମିନ୍ ଏବଂ ମିନେରାଲ୍ସରେ ପରିପୂର୍ଣ୍ଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ କେ ଭରପୁର ପରିମାଣରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଲେମ୍ବୁ ଭିଟାମିନ୍ ସି'ର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇ ସଂକ୍ରମଣରୁ ରକ୍ଷା କରିଥାଏ । ଲେମ୍ବୁରେ ଥିବା ପ୍ରାକୃତିକ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଶରୀରକୁ ଜୀବାଣୁରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

Cloves and Lemons Benefit

ଲବଙ୍ଗ ଥଣ୍ଡା ଏବଂ କାଶକୁ କମ କରିବାର ସାହାଯ୍ୟ କରିଥାଏ । ଏପରିକି ସକାଳୁ ଖାଲି ପେଟରେ ଲମଙ୍ଗ, ଲେମ୍ବୁ, ଅଦା ଏବଂ ଗୋଲମରିଚ ପାଣି ପିଇବା ଦ୍ୱାରା ଜମି ରହିଥିବା କଫକୁ କାଟିଥାଏ । ଲେମ୍ବୁରେ ପୋଟାସିୟମ୍ ଥାଏ, ଯାହା ହାର୍ଟକୁ ମଧ୍ୟ ସ୍ୱାସ୍ଥ୍ୟ ରଖିବାରେ ସାହାଯ୍ୟ କରିଥାଏ । ଏପରିକି ଥଣ୍ଡା ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ ।

ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଲବଙ୍ଗ ଏବଂ ଲେମ୍ବୁରେ ମିଳିଥାଏ, ଯାହା ଶରୀରର ଗଣ୍ଠିରେ ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍ ସି ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ଲବଙ୍ଗ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଲବଙ୍ଗ ଏବଂ ଲେମ୍ବୁ ରସ ଖାଇବା ଫୁସଫୁସ ପାଇଁ ଲାଭଦାୟକ । ଲେମ୍ବୁ ଏବଂ ଲବଙ୍ଗ ପାଣି ଥଣ୍ଡା, କାଶ ଏବଂ ଆଜମା ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଲବଙ୍ଗ ଏବଂ ଲେମ୍ବୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଲବଙ୍ଗ ଗ୍ୟାଷ୍ଟ୍ରିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେହିପରି ଲେମ୍ବୁ ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+