ଖାଦ୍ୟ ଖାଇବା ପରେ ଖାଆନ୍ତୁ ଲବଙ୍ଗ, ମିଳିବ ଏହି ସମସ୍ତ ସମସ୍ୟାରୁ ମୁକ୍ତି
Cloves Health Benefits: ସାଧାରଣତଃ ଖାଦ୍ୟ ପରେ ଅନେକ ଲୋକ ପାନ, ପାନ ମଧୁରୀ ଏବଂ ଲବଙ୍ଗ, ଗୁଜୁରାତି ଆଜି ଖାଇବା ପସନ୍ଦ କରନ୍ତି । ହେଲେ ଆପଣ ଜାଣିଛନ୍ତି କି ଖାଇବା ପରେ ଲବଙ୍ଗ ଚୋବାଇ ଖାଇବା ଦ୍ୱାରା ଅନେକ ପ୍ରକାରର ଲାଭ ଶରୀରକୁ ମିଳିଥାଏ । ଏହା ପଛରେ ଅନେକ ବୈଜ୍ଞାନିକ ଏବଂ ଆୟୁର୍ବେଦିକ କାରଣ ମଧ୍ୟ ରହିଛି। ଲବଙ୍ଗ କେବଳ ଶ୍ୱାସକୁ ସତେଜ ରଖେ ନାହିଁ ବରଂ ପାଚନ କ୍ରିୟାକୁ ମଜବୁତ କରିବା ସହ ଦାନ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିଥାଏ ।
୨୦୧୪ ମସିହାରେ ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଲବଙ୍ଗରେ ଆଣ୍ଟି-ବ୍ୟାକ୍ଟେରିୟଲ୍, ଆଣ୍ଟି-ଫଙ୍ଗାଲ୍ ଏବଂ ଗୁଣ ରହିଛି । ଏଥିରେ ୟୁଜେନୋଲ୍ ନାମକ ଏକ ବିଶେଷ ଉପାଦାନ ରହିଛି, ଯାହା ପାଚନ ପ୍ରକ୍ରିୟାକୁ ଉନ୍ନତ କରେ ଏବଂ ପାଟିରୁ ଦୁର୍ଗନ୍ଧ ଦୂର କରେ। ଏହି କାରଣରୁ ଲବଙ୍ଗ କେବଳ ଖାଦ୍ୟରେ ପାଇଁ ନୁହେଁ ବରଂ ଆୟୁର୍ବେଦିକ ଏବଂ ଘରୋଇ ଉପଚାରରେ ମଧ୍ୟ ବ୍ୟବହାର କରାଯାଇ ଥାଏ ।

ଲବଙ୍ଗ କେବଳ ଏକ ମସଲା ନୁହେଁ ବରଂ ଏଥିରେ ଅନେକ ଔଷଧୀୟ ଗୁଳ ରହିଛି । ଖାଦ୍ୟ ଖାଇବା ପରେ ଲବଙ୍ଗ ଚୋବାଇଲେ ପାଚନ ଶକ୍ତି ମଜବୁତ ହୁଏ। ଏହା ଗ୍ୟାସ୍, ବଦହଜମୀ ଏବଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଏପରିକି ଖାଦ୍ୟ ଶୀଘ୍ର ଏବଂ ସହଜରେ ହଜମ ହୋଇଥାଏ।
ଲବଙ୍ଗରେ ୟୁଜେନୋଲ୍ ନାମକ ଏକ ଉପାଦାନ ଥାଏ, ଯାହା ଦାନ୍ତ ବିନ୍ଧା ଏବଂ ମାଢ଼ି ଫୁଲା କମ କରିବାରେ ସାହାଯ୍ୟ କରେ। ତେଣୁ ଦାନ୍ତ ବିନ୍ଦା ହେଲେ ଅନେକ ଲୋକ ଲବଙ୍ଗ ଖାଇବାର ପରାମର୍ଶ ଦେଇଥାନ୍ତି ।
ଲବଙ୍ଗରେ ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଗଳା ଯନ୍ତ୍ରଣା, ଥଣ୍ଡା ଏବଂ କାଶରୁ ମୁକ୍ତି ଦିଏ। ବିଶେଷକରି ଶୀତ ଋତୁରେ, ଲବଙ୍ଗ ଚୋବାଇଲେ ଗଳାରେ ଜମା ହୋଇଥିବା କଫକୁ ସହଜରେ ବାହାର କରିବାରେ ସାହାଯ୍ୟ କରେ। ସେହିପରି ଲବଙ୍ଗ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯାହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଉତ୍ତମ । ଖାଇବା ପରେ ୧-୨ଟି ଲବଙ୍ଗ ଚୋବାଇ ଖାଇବା ଉଚିତ୍ ।












Click it and Unblock the Notifications