ଖାଲିପେଟରେ ଖାଆନ୍ତୁ କଦଳୀ: ଦୂର ହେବ ପେଟ ସମସ୍ୟା, ନିୟନ୍ତ୍ରଣ କରିବ ରକ୍ତଚାପ
ସୁସ୍ଥ ରହିବାକୁ କିଏ ବା ନଚାହେଁ । ସୁସ୍ଥ ରହିଲେ ମଣିଷ ସବୁ କାର୍ଯ୍ୟ କରିବାକୁ ସମର୍ଥ ହେଇଥାଏ । ହେଲେ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଉଛି ଯାହା ଫଳରେ ଲୋକେ ଦିନ କୁ ଦିନ ରୋଗାଗ୍ରସ୍ଥ ହେଉଛନ୍ତି । ହେଲେ ଆଜି ଆପଣଙ୍କୁ ଏପରି ଗୋଟିଏ ଫଳ ବିଷୟରେ କହିବୁ ଯାହାକୁ ଆପଣମାନେ ଖାଇଲେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଫଳର ନାମ କ'ଣ ?
ଏହି ଫଳର ନାମ ହେଉଛି 'କଦଳୀ' । ଏହି ଫଳଟିରେ କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି-୬, ଆଇରନ୍, ଫସଫରସ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ, ସୋଡିୟମ ଏବଂ ପୋଟାସିୟମ ଭଳି ଉପାଦାନ ପ୍ରଚୁର ପରିମାଣରେ ରହିଛି । ଏହି ଫଳକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ଖାଇଲେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଏଥି ସହ ଆସନ୍ତୁ ଜାଣିବା ଏହି ଫଳକୁ ଖାଇବାର ଲାଭ ।

ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ :
କଦଳୀରେ ଥିବା ଉପାଦାନଗୁଡିକ ଆପଣଙ୍କ ଅନ୍ତନଳୀର ସ୍ବାସ୍ଥ୍ୟକୁ ବହୁତ ପରିମାଣରେ ଉନ୍ନତ କରିପାରେ । ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଫଳକୁ ଡାଏଟ ପ୍ଲାନରେ ମଧ୍ୟ ସାମିଲ୍ କରିପାରିବେ । ଏଥି ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ କଦଳୀ ଖାଇପାରିବେ ।
ଏନର୍ଜି ଲେଭଲ ବଢ଼ାନ୍ତୁ :
ଆପଣ ଦିନସାରା କ୍ଲାନ୍ତ ଏବଂ ଦୁର୍ବଳ ଅନୁଭବ କରୁଛନ୍ତି କି? ତେବେ ଆପଣ ପ୍ରତିଦିନ ଖାଲି ପେଟରେ କଦଳୀ ଖାଇବା ଆରମ୍ଭ କରନ୍ତୁ । କଦଳୀ ଖାଇ ଆପଣଙ୍କ ଦିନ ଆରମ୍ଭ କଲେ ଆପଣ ସାରା ଦିନ ଏନର୍ଜିଟିକ୍ ଅନୁଭବ କରିପାରିବେ । ଏହା ବ୍ୟତୀତ ଯଦି ଆପଣ ଆପଣଙ୍କର ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟିଏ କଦଳୀ ଖାଇବା ଆରମ୍ଭ କରନ୍ତୁ । କଦଳୀରେ ମିଳୁଥିବା ଉପାଦାନଗୁଡିକ ଆପଣଙ୍କ ଶରୀରର ମେଟାବୋଲିଜିମ୍ ବ୍ରୁଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ।
ହାର୍ଟ ହେଲ୍ଥ ପାଇଁ ମଧ୍ୟ ପ୍ରଭାବଶାଳୀ :
କଦଳୀକୁ ହାର୍ଟ ହେଲ୍ଥ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । କଦଳୀକୁ ସଠିକ୍ ପରିମାଣରେ ଖାଇବା ଦ୍ବାରା ହ୍ରୁଦ୍ ରୋଗର ଆଶଙ୍କା ହ୍ରାସ ପାଇପାରେ । ଏହା ବ୍ୟତୀତା, ଯଦି ଆପଣ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି, ତେବେ ଆପଣ କଦଳୀ ମଧ୍ୟ ସେବନ କରିପାରିବେ ।
ତ୍ୱଚାରେ ଚମକ ଆଣିଥାଏ :
କଦଳୀ ଖାଲି ଶରୀରକୁ ସୁସ୍ଥ ରଖେନାହିଁ ବରଂ ତ୍ୱଚାରେ ମଧ୍ୟ ଚମକ ଆଣିଥାଏ । ଯଦି ଆପଣ ସବୁଦିନ ସକାଳୁ ଗୋଟିଏ କଦଳୀ ଖାଇବା ଅଭ୍ୟାସ୍ କରନ୍ତି, ତେବେ ଆପଣଙ୍କ ତ୍ୱଚା ଗ୍ଲୋ କରିବାକୁ ଆରମ୍ଭ ହେବ । ଏଥି ସହ ଅନେକ ଲୋକ ନିଜ ଡାଏଟ୍ ପ୍ଲାନରେ କଦଳୀକୁ ମଧ୍ୟ ସାମିଲ୍ କରିଥାନ୍ତି । ତେବେ ଆପଣ ସବୁଦିନ କଦଳୀ ଖାଆନ୍ତୁ ଦେଖିବେ ଆପଣ ସମ୍ପୂର୍ଣ୍ଣ ଫିଟ୍ ରହବେ ଏବଂ ଆପଣଙ୍କୁ ରିଲାକ୍ସ ମଧ୍ୟ ଲାଗିବ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications