ବାସ ଗୋଟାଏ ମାସ ପ୍ରତ୍ୟେକ ଦିନ ଖାଆନ୍ତୁ ଆଲମଣ୍ଡ, ମିଳିବ ଏହି ସବୁ ଫାଇଦା

ଆମ ସମସ୍ତଙ୍କୁ ଜଣା ବାଦାମରେ ଭରପୁର ମାତ୍ରାରେ ଭିଟାମିନ ଇ, କ୍ୟାଲସିୟମ, ଫାଇବର, ଆଇରନ, ମ୍ୟାଗନେସିୟମ, ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି -ଏଜିଙ୍ଗ ଗୁଣ ଭରି ରହିଥାଏ । ଏମିତିରେ ଏହାର ସେବନ କରିବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିବା ସହ ଓଜନ ନିୟନ୍ତ୍ରଣରେ ରହିଥାଏ । ଆପଣ ନିଜ ଡାଏଟରେ ଭିନ୍ନ ଭିନ୍ନ ତରିକାରେ ଏହାକୁ ସାମିଲ କରିପାରିବେ । ତେବେ ଆସନ୍ତୁ ବାଦାମ ଖାଇବାର ସଠିକ ତରିକା ଓ ଏହାର ଫାଇଦା ବିଷୟରେ ଜାଣିରଖିବା:

almonds

କେମିତି ଡାଏଟରେ କରିବେ ସାମିଲ:
- ରାତିସାରା ୫ଟି ବାଦାମ ପାଣିରେ ଭିଜେଇ ଦିଅନ୍ତୁ । ସକାଳେ ଏହାର ଚୋପାକୁ ଛଡ଼ାଇ ଦିଅନ୍ତୁ ଖାଲି ପେଟରେ ଚୋବାଇ ଦିଅନ୍ତୁ ।

- ଆପଣ କଷ୍ଟର୍ଡ, ବାଦାମ ସେକ, ସ୍ମୁଦି, କେକ୍ ଆଦିରେ ମିଶାଇ ଖାଇପାରିବେ ।

- ସନ୍ଧ୍ୟା ସମୟରେ ଛୋଟ ଛୋଟ ଭୋକ ମେଣ୍ଟାଇବା ପାଇଁ ବି ଆପଣ ବାଦାମକୁ ହାଲୁକା ଭାଜି ଖାଇପାରିବେ ।

-ପୋଷକ ତତ୍ତ୍ୱ ବା ଆଣ୍ଟି-ଆକ୍ସିଡେଣ୍ଟ ପରି ଗୁଣରେ ଭରପୁର ବାଦାମ ଖାଇବା ଦ୍ୱରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ । ଏହା ବ୍ୟତୀତ ଶରୀରକୁ ବିଭିନ୍ନ ରୋଗ ସହିତ ଲଢ଼ିବା ପାଇଁ ବି ଶକ୍ତି ମିଳିଥାଏ ।

ବାଦାମରେ କୋଲେଷ୍ଟେରଲ ନଥିବାରୁ ଏହାର ସେବନ ଦ୍ୱାରା ଶରୀରରେ LDL ଲେବଲ କମିଥାଏ । ଏହା ସହ ହୃଦୟ ବି ସୁସ୍ଥ ରହିଥାଏ ।

ବିଭିନ୍ନ ପ୍ରକାର ହେଲଦି ଫ୍ୟାଟରେ ଭରପୁର ହୋଇଥିବାରୁ ଏହାକୁ ଖାଇବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ତେଣୁ ଓଜନ ନିୟନ୍ତ୍ରଣ ପାଇଁ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଏହା ଖୁବ ଭଲ ବିକଳ୍ପ ।

ଆଖିର ଜ୍ୟୋତି ବଢ଼ାଇବାରେ ବି ବାଦାମ ଏକ ଭଲ ଖାଦ୍ୟ । ଆଖିର ଜ୍ୟୋତି ବଢିବା ସହିତ ଏହା ସହ ଜଡିତ ଅନ୍ୟାନ ସମସ୍ୟା ବି ଦୂର ହୋଇଥାଏ ।

ବୟସାଧିକ ଦାଗ କମ କରିବା ସହିତ କେଶକୁ ମଜବୁତ କରିଥାଏ ବାଦାମ । ଚାହିଁଲେ ବାଦାମ ପେଷ୍ଟକୁ କ୍ଷୀରରେ ମିଶାଇ ଚେହେରା ଲଗାଇପାରିବେ । କେଶ ଘନ କରିବା ସହ ଏହାର ଚମକ ମଧ୍ୟ ବଢିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+