ଖରାଦିନରେ ଥକ୍କି ପଡୁଛନ୍ତି କି? ଏହି ସବୁ ଖାଦ୍ୟ ଖାଆନ୍ତୁ ଶରୀରକୁ ମିଳବ ଶକ୍ତି
ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୟଙ୍କର ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଖରାରେ ଟିକେ ପଦାକୁ ବାହାରିଲେ ଥକ୍କିପଡ଼ିବା ସ୍ୱାଭାବିକ । ଆପଣ ଖରାଦିନରେ ଥକ୍କି ପଡୁଛନ୍ତି କି? ଏଥିରୁ ମୁକ୍ତି ପାଇଁ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ । ନଚେତ ନାନା ରୋଗର ଶିକାର ହେବା ସମ୍ଭାବନା ରହି ଥାଏ ।
ଜାଣନ୍ତୁ ଖରାଦିନେ କେଉଁ ଖାଦ୍ୟ ଖାଇଲେ ଶରୀର ପାଇଁ ଲାଭଦାୟକ ହେବା ସହ ଶକ୍ତି ଆସିଥାଏ । ଏକ ଡାକ୍ତରୀ ତଥ୍ୟରୁ ଜଣାପଡ଼ିଛି, ଖରାଦିନେ ଗଜା ଜାତୀୟ ଖାଦ୍ୟ ଖାଇବା ଶରୀର ପାଇଁ ବହୁ ଉପକାରୀ । ଏଥିସହିତ ପ୍ରତିଦିନ ଟମାଟୋ ଖାଆନ୍ତୁ । ଏଥିରେ ଥିବା ଲାଇକୋପିନ ନାମକ ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା ଶରୀରକୁ ସୁସ୍ଥ ରଖେ ।
ଏହା ସହ ଟମାଟୋରେ ଥିବା ଭିଟାମିନ 'କେ', ଭିଟାମିନ 'ଡି' ଏବଂ ଫାଇବର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ ।ସେହିପରି କମଳା, ଲେମ୍ବୁ, ଅଁଳା ପରି ଫଳ ଖରାଦିନେ ଖାଆନ୍ତୁ । ଏଥିରେ ପ୍ରଚୁରମାତ୍ରାରେ ଭିଟାମିନ 'ସି'ରହିଥାଏ । ତେଣୁ ଏହିସବୁକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ ।
ଆପଣ ଖରାଦିନେ ମଧ୍ୟ ରସୁଣ ଖାଆନ୍ତୁ । ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଏଲିସିନ୍ ନାମକ ଏକ ତତ୍ତ୍ୱ ରହିଛି, ଯାହା ବ୍ୟାକ୍ଟେରିଆ ସହ ଲଢ଼ିବାର କ୍ଷମତା ଦେଇଥାଏ । ତେଣୁ ଖାଦ୍ୟରେ ପ୍ରତିଦିନ ରସୁଣକୁ ସାମିଲ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଅଲସର ଓ କ୍ୟାନସର ଭଳି ରୋଗର ଆଶଙ୍କା ଦୂର ହୋଇଥାଏ । ରସୁଣ ଖାଇଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।

ସେହିପରି ଖରାଦିନେ ବାଦାମ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ । ବାଦାମ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ବାଦାମରେ ଥିବା ଭିଟାମିନ 'ଇ' ଶରୀର ପାଇଁ ବହୁ ଉପକାରୀ ହୋଇଥାଏ ।












Click it and Unblock the Notifications