ଦିନକୁ ମୁଠାଏ ଖାଆନ୍ତୁ ଚିନାବାଦାମ, ମିଳିବ...

ଚିନାବାଦାମ ହେଉଛି ଗୋଟିଏ ପୃଷ୍ଟିକର ଖାଦ୍ୟ । ଶୀତଋତୁରେ ପ୍ରତିଦିନ ସନ୍ଧ୍ୟାରେ ବାଦାମ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହାକୁ ଖାଇବା ଦ୍ୱାରା ତ୍ୱଚାରେ ଉଜ୍ଜ୍ୱଳତା ଆସିବା ସହ ସ୍ୱାସ୍ଥ୍ୟ ଏବଂ ଶକ୍ତି ବୃଦ୍ଧି ପାଇଥାଏ । ହେଲେ ଆପଣ ଜାଣନ୍ତି କି ପ୍ରତିଦିନ ଚିନାବାଦାମ କେତେ ପରିମାଣରେ ଖାଇବା ଉଚିତ। ଏହା ପ୍ରୋଟିନ, ମ୍ୟାଗ୍ନେସିୟମ, ଭିଟାମିନ-ଇ' ଏବଂ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍କୃଷ୍ଠ ଉତ୍ସ । ଶରୀରରେ ଫ୍ୟାଟ ଏବଂ ପ୍ରୋଟିନ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ ବାଦାମ । ତେଣୁ ଦିନକୁ ପ୍ରାୟ ୧୨୦- ୧୭୦ କ୍ୟାଲୋରୀ ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ।

handful

ବାଦାମରେ ଥିବା ସୁସ୍ଥ ଚର୍ବି ଏବଂ ଭିଟାମିନ-ଇ ଚର୍ମକୁ ପୋଷଣ ଦେବାରେ ସାହାଯ୍ୟ କରେ । ଏଥିରେ ଥିବା ବାୟୋଟିନ୍‌ କେଶକୁ ମଜବୁତ କରେ ଏବଂ କେଶ ଝଡିବାକୁ ରୋକିଥାଏ । ଯଦିଓ ଚିନାବାଦାମରେ ପୁଷ୍ଟିସାର ଅଧିକ ରହିଥାଏ, ତଥାପି ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍‌ । ପ୍ରତିଦିନ ଅଧିକ ମାତ୍ରାର ବାଦାମ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇବା ସହ ରକ୍ତଚାପ ମଧ୍ୟ ବୃଦ୍ଧି ପାଇପାରେ । ଏହାବ୍ୟତୀତ ଆଲର୍ଜି ଥିବା ଲୋକଙ୍କ ପାଇଁ ହାଲୁକା କୁଣ୍ଡେଇ ହେବାଠାରୁ ଜୀବନ ଘାତକ ଆନାଫାଇଲାକ୍ସିସ ପର୍ଯ୍ୟନ୍ତ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ । କାରଣ ଏଥିରେ ଆଫ୍ଲାଟକ୍ସିନ୍‌ ପରି ବିଷାକ୍ତ ଫଙ୍ଗାଲ ପଦାର୍ଥ ଥାଇପାରେ, ଯାହା ଯକୃତ ସମସ୍ୟା ସୃଷ୍ଟି କରିପାରେ । ଭଲ ପୋଷକ ତତ୍ତ୍ୱ ପାଇବା ପାଇଁ, କଞ୍ଚା ବାଦାମକୁ ଭାଜିବା ପୂର୍ବରୁ କିଛି ଘଣ୍ଟା ପାଇଁ ପାଣିରେ ଭିଜାଇ ରଖନ୍ତୁ ।

ଗୁଡ ସହିତ ବାଦାମ ମିଶାଇ ଚିକି ଭାବେ ଖାଇବା ଦ୍ୱାରା ଲୌହ ଏବଂ ପ୍ରୋଟିନ୍‌ ଏକାଠି ପାଇବାର ଏକ ସ୍ମାର୍ଟ ଉପାୟ । ଫଳ କିମ୍ବା ସାଲାଡ ସହିତ ବାଦାମ ମିଶାଇ ଖାଇବା ଆଉ ଏକ ସୁସ୍ଥ ବିକଳ୍ପ । କାରଣ ଏହା ସ୍ୱାଦିଷ୍ଟ ଲାଗିବା ସହ ମନ ହାଲୁକା କରିଥାଏ । କୋଲେଷ୍ଟେରଲ୍‌ ବା ଚର୍ବି କମ୍‌ କରିବା ପାଇଁ ସିଝା କିମ୍ବା ଶୁଖିଲା-ଭଜା ବାଦାମ ଖାଇବା ଶରୀର ପାଇଁ ହିତକାର । ଚିନାବାଦାମ ଶରୀରକୁ ଉଷ୍ମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ଓ ସ୍ୱାସ୍ଥ୍ୟ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ । ତଥାପି ବିଶେଷଜ୍ଞମାନେ ଦିନକୁ ଗୋଟିଏ ମୁଠାରୁ ଅଧିକ ବାଦାମ ଖାଇବା ଉଚିତ୍‌ ନୁହେଁ ବୋଲି ମତ ଦିଅନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+