ଖାଲି ପେଟରେ ଖାଆନ୍ତୁ ଗୋଟାଏ ପାଖୁଡ଼ା ରସୁଣ, ବେଶୀ ନୁହେଁ ବାସ ଗୋଟାଏ ମାସ; ଚମକିବ ସ୍ବାସ୍ଥ୍ୟ, ଏହି ସବୁ ରୋଗରୁ ମିଳିବ ମୁକ୍ତି
ରୋଷେଇରେ ବ୍ୟବହାର ହେଉଥିବା ପ୍ରତ୍ୟେକ ଜିନିଷ ଆମ ଶରୀରକୁ କିଛି ନା କିଛି ଫାଇଦା ଦେଇଥାଏ । ସେହିପରି ରସୁଣ ମଧ୍ୟ ଆମ ଶରୀର ପାଇଁ ବେଶ ଉପଯୋଗୀ । କୌଣସି ବି ଖାଦ୍ୟରେ ଟିକେ ରସୁଣ ଛୁଙ୍କ ଏହାର ସ୍ବାଦକୁ ଆହୁରି ବଢାଇଦେଇଥାଏ । ଏହା ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ ଶରୀର ପାଇଁ ବି ବହୁତ ଲାଭଦାୟକ । କିନ୍ତୁ ଆପଣ ଜାଣିଛନ୍ତି କି ଖାଲି ପେଟରେ କଞ୍ଚା ରସୁଣ ଖାଇବା କେତେ ଲାଭଦାୟକ । ତେବେ ଆସନ୍ତୁ ଏହା ବିଷୟରେ ଜାଣିବା ।

ଶରୀର ପାଇଁ ରସୁଣର ଫାଇଦା :
ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି : ଶରୀରରେ ଥିବା ଭାଇରସଠାରୁ ରସୁଣ ଆମକୁ ରକ୍ଷା କରିଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ରସୁଣକୁ ଆଣ୍ଟିସେପ୍ଟିକ୍, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ ଏଜେଣ୍ଟ ଭାବରେ ବ୍ୟବହାର କରାଯାଇଥାଏ ।
ଗଣ୍ଠି ଯନ୍ତ୍ରଣା ପାଇଁ ଲାଭଦାୟକ : ରସୁଣ ଆଣ୍ଟି-ଇଫ୍ଲେମେଟରୀ ଭଳି ଶରୀରରେ କାମ କରିଥାଏ । ଗଣ୍ଠି ବା ମାଂସପେଶୀ ଯନ୍ତ୍ରଣା ପାଇଁ ଏହା ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ । କୌଣସି ବି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ୨ରୁ ୩ କୋଲା ରସୁଣ ଖାଲି ପେଟରେ ଖାଇପାରିବେ ।
ଶରୀରକୁ ଡିଟକ୍ସିଫାଏ କରିଥାଏ: ଶରୀରକୁ ଡିଟକ୍ସିଫାଏ କରିବାରେ ରସୁଣକୁ ଅତି ଶକ୍ତିଶାଳୀ ଖାଦ୍ୟ ଭାବେ ମନାଯାଇଥାଏ । ରସୁଣ ଡାଇବେଟିସ୍, ଡିପ୍ରେସନ୍, କ୍ୟାନସର୍ ଭଳି ରୋଗରୁ ମଧ୍ୟ ବଞ୍ଚାଇଥାଏ ।
ହାର୍ଟ ପାଇଁ ଲାଭଦାୟକ : ରସୁଣ ବ୍ଲଡ଼ ପ୍ରେସର ରୋଗୀଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ । ଏହା ସଲଫରକୁ ହାଇଡ୍ରୋଜେନ୍ ସଲଫାଇଡରେ ପରିଣତ କରିଥାଏ । ଯାହାଫଳରେ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ ।












Click it and Unblock the Notifications