ଆଜି ମାଙ୍କ ମେଲାଣି: ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି, ଜାଣନ୍ତୁ କେଉଁ ରାସ୍ତାରେ ଚାଲିବନି ଯାନବାହନ ?
ପୁଣି ଆର ବର୍ଷକୁ ଅପେକ୍ଷା । ସରିଲା ପୂଜା, ଆଜି ମେଲାଣି ନେବେ ମା' ଦୁର୍ଗା । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା'ଦୁର୍ଗା । ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ ଭୁବନେଶ୍ୱର । ଏଥି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଦିନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଯାନାବାହାନ ଚଳାଚଳ ଉପରେ ରହିବ କଟକଣା । ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣି । ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି ।
ସହୀଦ ନଗର ,ନୟାପଲ୍ଲୀ , ଚନ୍ଦ୍ରଶେଖରପୁର ଓ ଓଲ୍ଡ ଟାଉନ ଚାରୋଟି ସ୍ଥାନରେ ହେବ ସହରରେ ଭସାଣି ଉତ୍ସବ । ଏଥିପାଇ ୪ଟି ଭସାଣି ଉତ୍ସବ କମିଟି ପାଇଁ ଅନୁମତି ଦେଇଛି କମିଶନରେଟ ପୋଲିସ । ପ୍ରଶାସନ ପକ୍ଷରୁ ଡିଜେ ବାରଣ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଅଲୋକୀକରଣ ଉପରେ ଧ୍ୟାନ ଦିଆଯାଇଛି ।

ସହୀଦ ନଗର ଭସାଣି ପାଇଁ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଦେଇ ବାଣିବିହାର ପର୍ଯ୍ୟନ୍ତ କୋଣସି ଯାନବାହାନ ଚଳାଚଳ କରିବ ନାହିଁ । ସେହିପରି ନୟାପଲ୍ଲୀ ପାଇଁ ସିଆରପି ଠାରୁ ଡିଏଭି ପର୍ଯ୍ୟନ୍ତ ପରେ ଗୋପବନ୍ଧୁ ଛକ ଦେଇ ଶିରିପୁର ପର୍ଯ୍ୟନ୍ତ କଟକଣା ରହିବ । ଚନ୍ଦ୍ରଶେଖରପୁର ପାଇଁ ନନ୍ଦନକାନନ ଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ଗାଡି ଚଳାଚଳ କଟକଣା ରହିବ।
ଏଥିପାଇ ପାର୍ଶ୍ଵ ରୋଡ ଦେଇ ଯାତାୟତ କରିବେ ସହରବାସୀ । ଏନେଇ ଖୋର୍ଦ୍ଧା ପଟୁ ଆସୁଥିବା ସମସ୍ତ ଭାରୀଯାନଗୁଡ଼ିକ ସର୍ଭିସ ରୋଡରେ ଯିବାକୁ ଅନୁମତି ଦିଆଯିବନାହିଁ । କେବଳ NH ରେ ଯାଇପାରିବେ ଏହି ଗାଡି । ଏନେଇ ବିଏମସି ପକ୍ଷରୁ ସବୁ ପୁଜା କମିଟିମାନଙ୍କୁ ଅବଗତ କରାଯାଇଛି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications