Get Updates
Get notified of breaking news, exclusive insights, and must-see stories!

Durga Puja 2025: ହେଲେ ଏଥର ନବରାତ୍ରୀ କେତେ ଦିନ ପଡୁଛି?

ପାଖେଇ ଆସିଲାଣି ଶାରଦୀୟ ନବରାତ୍ରୀ । ଆଶ୍ୱିନ ଶୁକ୍ଳ ପକ୍ଷର ପ୍ରତିପଦା ତିଥିରୁ ଏହି ନବରାତ୍ରୀ ଆରମ୍ଭ ହୋଇଥାଏ। ତେବେ ଏଥର ନବରାତ୍ରୀକୁ ସଭିଙ୍କ ମନରେ ଦ୍ବନ୍ଦ୍ବ ରହିଛି। କେହି କେହି ଏହା ସେପ୍ଟେମ୍ବର ୨୨ ତାରିଖରେ ଆରମ୍ଭ ହେବ ବୋଲି କହୁଥିବା ବେଳେ ଆଉ କେହି ସେପ୍ଟମ୍ବର ୨୩ ତାରିଖରେ ହେବ ବୋଲି ଭାବୁଛନ୍ତି।

ବାସ୍ତବରେ କିନ୍ତୁ ଦେଖିବାକୁ ଗଲେ ସେପ୍ଟେମ୍ବର ୨୨ ତାରିଖ ଦିନ ଅପରାହ୍ନ ୧:୨୩ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୩ ତାରିଖ ଦିନ ୨:୫୫ ପର୍ଯ୍ୟନ୍ତ ଚାଲିବ। ଏହିକାରଣରୁ ସେପ୍ଟେମ୍ବର ୨୨ ତାରିଖରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବ।

ଆମେ ଜାଣନ୍ତି ଯେ ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟା ପୂଜନ ସହିତ ଶାରଦୀୟ ନବରାତ୍ରି ଶେଷ ହୁଏ, ଯାହା ସାଧକଙ୍କୁ ପୂର୍ଣ୍ଣ ଫଳ ପ୍ରଦାନ କରେ ଏବଂ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ।

Durga Puja 2025

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୨୨ ସେପ୍ଟେମ୍ବର ୨୦୨୫ରେ ଘଟସ୍ଥାପନର ଶୁଭ ସମୟ ସକାଳ ୦୬:୦୯ ରୁ ୦୮:୦୬ ପର୍ଯ୍ୟନ୍ତ ରହିବ। କଳସ ସ୍ଥାପନ ପାଇଁ ଭକ୍ତମାନଙ୍କୁ ପ୍ରାୟ ଦୁଇ ଘଣ୍ଟା ସମୟ ମିଳିବ। ଏହି ସମୟରେ, ଆପଣ ଯେକୌଣସି ସମୟରେ ଘଟସ୍ଥାପନ କରି ଦେବୀ ଦୁର୍ଗାଙ୍କୁ ପୂଜା କରିପାରିବେ।

ଶାରଦୀୟ ନବରାତ୍ରିର ଅଷ୍ଟମୀ ୨୯ ସେପ୍ଟେମ୍ବର ସନ୍ଧ୍ୟା ୦୪:୩୧ ରୁ ୩୦ ସେପ୍ଟେମ୍ବର ସନ୍ଧ୍ୟା ୦୬:୦୬ ପର୍ଯ୍ୟନ୍ତ ହେବ। ଅଷ୍ଟମୀ ତିଥିର କନ୍ୟା ପୂଜନ ସେପ୍ଟେମ୍ବର ୩୦ ତାରିଖରେ ହେବ।

ସେହିପରି, ଆଶ୍ୱିନ ଶୁକ୍ଳ ପକ୍ଷ ନବମୀ ତିଥି ସେପ୍ଟେମ୍ବର ୩୦ ତାରିଖ ସନ୍ଧ୍ୟା ୦୬:୦୬ରେ ଆରମ୍ଭ ହେବ ଏବଂ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୦୭:୦୧ରେ ଶେଷ ହେବ। ଏପରି ପରିସ୍ଥିତିରେ, ନବମୀର କନ୍ୟା ପୂଜନ ଅକ୍ଟୋବର ୧ ତାରିଖରେ କରାଯିବ।

ଏହି କାରଣରୁ ଏବର୍ଷ ଶାରଦୀୟ ନବରାତ୍ରିରେ ଗୋଟିଏ ନବରାତ୍ରି ଅଧିକ ପଡୁଛି। ନବରାତ୍ରି ୨୨ ସେପ୍ଟେମ୍ବରରେ ଆରମ୍ଭ ହୋଇ ୧ ଅକ୍ଟୋବର ସଂଧ୍ୟା ୦୭:୦୧ରେ ଶେଷ ହେବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+