ରାବଣର ଭୁଲ୍ ପାଇଁ ଏଇଠି ରହିଗଲେ ଶଙ୍କର
ଜାଣନ୍ତୁ କ'ଣ ପାଇଁ ରାବଣ ଯେତେ ଚେଷ୍ଟା କଲେ ମଧ୍ୟ ଶିବ ଲିଙ୍ଗଙ୍କୁ ସାଥୀରେ ଲଙ୍କା ନେଇଯାଇ ପାରି ନଥିଲା ।

ଭୁବନେଶ୍ୱର: ସେଦିନ ରାବଣ ବଡ଼ କ୍ରୋଧିତ ହୋଇପଡିଲା । ଅନେକ ତପସ୍ୟା ପରେ ବି ଭଗବାନ ଶିବଙ୍କୁ ସନ୍ତୁଷ୍ଟ ନ କରି ପାରିବାର ଗ୍ଲାନିରେ ନିଜ ମୁଣ୍ଡକୁ କାଟିବାକୁ ଲାଗିଲା। ଗୋଟିଏ ପରେ ଗୋଟିଏ ୯ ମୁଣ୍ଡ କାଟି ଯଜ୍ଞକୁଣ୍ଡରେ ପକାଇଦେଲା । ପରେ ୧୦ମ ମସ୍ତକ କାଟିବା ବେଳେ ଭଗବାନ ଶିବ ପ୍ରକଟ ହୋଇ ଅତୁଳୀତ ବଳର ଅଧିକାରୀ ହେବାକୁ ରାବଣଙ୍କୁ ଆଶିଷ ଦେଲେ। ଖୁସି ମନରେ ରାବଣ ଶିବଲିଙ୍ଗ ଧାରଣ କରି ଲଙ୍କା ଫେରୁଥାନ୍ତି। ଶିବଙ୍କ ଆଦେଶ ଥାଏ ଏ ଲିଙ୍ଗ ଭୁଇଁରେ ଥୋଇବ ନାହିଁ । କିନ୍ତୁ ରାବଣଙ୍କୁ ବାଟରେ ଲଘୁସଙ୍କା ଗ୍ରାସ କରେ।
ସେ ପଥରେ ଯାଉଥିବା ଗୋପାଳ ବାଳକକୁ ଲିଙ୍ଗ ଧାରଣ କରିବାକୁ କହି ଚାଲିଯାଆନ୍ତି । କିନ୍ତୁ ଗୋପାଳ ରୂପରେ ଭଗବାନ ଗଣେଶ ଲୀଳା କରୁଥାନ୍ତି। ଧୂର୍ତ୍ତ ରାବଣ ହାତରୁ ପବିତ୍ର ଶିବଲିଙ୍ଗ ଆଣି ଭୂମିରେ ଥୋଇ ଅନ୍ତର୍ଦ୍ଧାନ ହୁଅନ୍ତି। ରାବଣ ଯେତେ ଚେଷ୍ଟା କଲେ ମଧ୍ୟ ଶିବ ଲିଙ୍ଗଙ୍କୁ ସାଥୀରେ ଲଙ୍କା ନେଇଯାଇପାରେ ନାହିଁ ।
ଭଗବାନ ସେହିଠାରେ ଜ୍ୟୋତି ସ୍ବରୂପରେ ବିଦ୍ୟମାନ ହେଲେ। ଦେବତାମାନେ ନାଁ ଦେଲେ ଏ ହେଉଛନ୍ତି ବାବା ବୈଦ୍ୟନାଥ। ଏହି ଜ୍ୟୋର୍ତିଲିଙ୍ଗ ଝାଡଖଣ୍ଡର ଦେଓଗଡଠାରେ ରହିଛି।












Click it and Unblock the Notifications