ବେଡ୍ ଟି' ପିଉଥିଲେ ସାବଧାନ !
ଭୁବନେଶ୍ୱର: ଆପଣଙ୍କର ବି ସକାଳୁ ବିଛଣାରେ ବସି ଚା' ପିଇବାର ଅଭ୍ୟାସ ଥିଲେ ଲେ ସାବଧାନ । ଏହାଦ୍ୱାରା ନା କେବଳ ଦାନ୍ତ ପ୍ରଭାବିତ ହୋଇଥାଏ ବରଂ ପାଚନ ତନ୍ତ୍ରରେ ବି ସମସ ମସ୍ୟା ସୃଷ୍ଟି ହୋଇଥାଏ । ଅନେକଙ୍କ ଅଭ୍ୟାସ ବିନା ବେଡ୍ ଟି'ରେ ବିଛଣାରୁ ତଳକୁ ଓହ୍ଲାଇବେ ନାହିଁ । କିନ୍ତୁ ଏହା ଯେ ସାସ୍ଥ୍ୟ ପାଇଁ କେତେ ହାନି କାରକ ତାହା ସେମାନେ ସପ୍ନରେ ସୁଦ୍ଧା ଭାବି ନଥିବେ ।
ଏକ ଗବେଷଣାରୁ ଜଣାପଡ଼ିଛି, ସକାଳୁ ସକାଳୁ ଉଠି ଖାଲି ପେଟରେ ଚା' ପିଇବା ଦ୍ୱାରା ପେପ୍ଟିକ୍ ଅଲସର୍ ସାଙ୍ଗକୁ ପେଟରେ ସଂକ୍ରମଣ ଆଶଙ୍କା ବଢ଼ି ଯାଏ । ଏମିତିକି ଦାନ୍ତର କ୍ୟାଭିଟିଜ୍ ନଷ୍ଟ ବାର ସମ୍ଭାବନା ରହି ଥାଏ । ବ୍ୟାକ୍ଟେରିଆ ବଢ଼ିବା ସହ ଦାନ୍ତ ମାଢ଼ି ରେ କ୍ୟାନସର ହୋଇପାରେ । ଏହାବ୍ୟତୀତ ଶରୀର ଆଇରନ୍କୁ ସଂଗୃହୀତ କରି ରଖି ପାରେ ନାହିଁ । ଯଦ୍ୱାରା ଶରୀରରେ ଆଇରନ୍ ଅଭାବ ଅନୁଭୂତ ହୁଏ ।

ଏଥିପାଇଁ ଏନିମିଆ ଭଳି ସମସ୍ୟା ସୃଷ୍ଟି ହୁଏ । କେବଳ ସେତିକି ନୁହେଁ, ବେଡ୍ ଟି' ପିଇବା ଦ୍ୱାରା ପେଟରେ ଅମ୍ଳଦୋଷ ବୃଦ୍ଧି ପାଏ । ଏହାଦ୍ୱାରା ଏସିଡିଟି ସମସ୍ୟା ଅହରହ ଲାଗି ରହି ଥାଏ ଏବଂ ପାଚନ ତନ୍ତ୍ରର କାର୍ଯ୍ୟପ୍ରଣାଳୀ ସଠିକ୍ ଭାବେ ହୋଇପାରେ ନାହିଁ । ଯଦି ବେଡ୍ ଟି' ପିଇବାର ଅଭ୍ୟାସ ଥାଏ, ତେବେ ଡାକ୍ତରୀ ପରାମର୍ଶ ପରେ କିଭଳି ଚା' ପିଇବା ଉଚିତ୍ ସେ ସମ୍ପର୍କ ରେ ଜାଣି ନିଅନ୍ତୁ ।












Click it and Unblock the Notifications