ମଦ ପିଇବା ଦ୍ବାରା ଶରୀରରେ ହୋଇଥାଏ ଏହି ୯ ପରିବର୍ତ୍ତନ, ଜାଣନ୍ତୁ କଣ ?
ଖୁସିରେ ହେଉ ଅବା ଦୁଃଖ, ଲୋକମାନେ ସବୁ ମଉକାରେ ମଦ ପିଇଥାନ୍ତି। କିନ୍ତୁ ଏହି ମଦ ସେମାନଙ୍କ ଶରୀରରେ କିପରି ପ୍ରଭାବ ପକାଇଥାଏ, ଯଦି ଆପଣ ଜାଣିବେ ତେବେ ଲୋକମାନେ ଏହାକୁ ପୁର୍ନବାର ପିଇବା ଭୁଲିଯିବେ।
ପ୍ରଥମ ପ୍ରଭାବ ପଡିଥାଏ ଦାନ୍ତ ଉପରେ : ମଦ ପିଇବା ସମୟରେ ଏହା ଦାନ୍ତ ଏବଂ ଗଳା ଉପରେ ପ୍ରଭାବ ପକାଇଥାଏ। ଅଧିକ ଟକ୍ସିକ କାରଣରୁ ଦାନ୍ତର ସଜୀବ ଝଡିବାକୁ ଲାଗିଥାଏ ଏବଂ ଏହି କାରଣରୁ ଗଳାର କୋଶିକା ଦୁର୍ବଳ ହେବାକୁ ଲାଗିଥାଏ।
ଦ୍ବିତୀୟ ପ୍ରଭାବ ପାଟି ଉପରେ : ପାଟି ଉପରେ ପଡିଥାଏ ଏହାର ପ୍ରଭାବ। ନିଶାରେ ଇନ୍ଦ୍ରୀୟ ପାଟିରେ ନିୟନ୍ତ୍ରଣ ହରାଇ ବସିଥାଏ ଏବଂ ବ୍ୟକ୍ତିଙ୍କୁ ମୂକ ମଧ୍ୟ କରିଦେଇଥାଏ।
ତ୍ରୁତୀୟ ପ୍ରଭାବ ପଡିଥାଏ ଲିଭର ଉପରେ : ମଦର ପ୍ରଭାବ କଲିଜା ବା ଯକୃତ ଉପରେ ମଧ୍ୟ ପଡିଥାଏ। କାରଣ ମଦ ଲିଭର ବାଟ ଦେଇ ଯାଇ ବାକି ଅଙ୍ଗ ଗୁଡିକରେ ପହଁଚିଥାଏ। ଏହି କାରଣରୁ ଲିଭରର ଫିଲ୍ଟର କାମ କରିବା ବନ୍ଦ କରିଦେଇଥାଏ।
ଚତୁର୍ଥ ପ୍ରଭାବ ପଡିଥାଏ ପେଟ ଉପରେ : ପେଟ ଉପରେ ମଧ୍ୟ ଶରୀରର ଗଭୀର ପ୍ରଭାବ ପଡିଥାଏ। ମଦ ପିଇବାର ୨୦ ମିନିଟ ଭିତରେ ଶରୀରରେ ମଦ ତାର କାମ କରିବା ଆରମ୍ଭ କରିଦେଇଥାଏ। ଖାଦ୍ୟରେ ଯେଉଁ ପୋଷକ ତତ୍ତ୍ବ ରହିଥାଏ ସେଗୁଡିକ ମଦ ପିଇବା କାରଣରୁ ଶରୀରକୁ କୌଣସି ଲାଭ ମିଳିନଥାଏ। ଏହା ଦ୍ବାରା ଶରୀରରୁ ଧୀରେ ଧୀରେ ଭିଟାମିନ କମ୍ ହେବାରେ ଲାଗିଥାଏ।
ପଞ୍ଚମ ପ୍ରଭାବ ହ୍ରଦୟ ଉପରେ : ମଦ ହୃଦୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହା ଦ୍ବାରା ହୃଦୟର ସ୍ପନ୍ଦନ ବ୍ରୁଦ୍ଧି ହେବାର ଭୟ ରହିଥାଏ ଏବଂ ଏହା ହୃଦୟକୁ ଡ୍ୟାମେଜ କରିଦେଇଥାଏ।
ଷଷ୍ଠ ପ୍ରଭାବ ପଡିଥାଏ ଛୁଆଙ୍କ ଉପରେ : ଗର୍ଭାବସ୍ଥା ସମୟରେ ଯଦି କୌଣସି ମହିଳା ମଦ ପିଅନ୍ତି ତେବେ ଏହି କାରଣରୁ ଛୁଆ ଉପରେ ପ୍ରଭାବ ପଡିଥାଏ।

ଅଷ୍ଟମ ପ୍ରଭାବ : ଆପଣଙ୍କ ପାନକ୍ରୀୟାଜରେ ଯନ୍ତ୍ରଣା ଆପଣଙ୍କ ବଞ୍ଚିବା ମରିବା ଉପରେ ପ୍ରଶ୍ନ କରିଥାଏ। ଅଧିକାଂଶ ପାନକ୍ରୀୟାଜ ସମ୍ବଦ୍ଧିତ ସମସ୍ୟା ଆଲକୋହଲ କାରଣରୁ ହୋଇଥାଏ।
ନବମ ପ୍ରଭାବ ଯୌନ ଜୀବନ : ମଦ ପିଇବା ଦ୍ବାରା ଯୌନ ସମ୍ବଦ୍ଧୀୟ ସମସ୍ୟା ହୋଇଥାଏ। ମଦ ପିଇବା ଦ୍ବାରା ସେକ୍ସ ହରମୋନ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।












Click it and Unblock the Notifications