ଏହି ପାଣି ପିଅନ୍ତୁ , ନିୟନ୍ତ୍ରଣ ହେବ ହରମୋନସ୍ତର !
ବ୍ୟସ୍ତବହୁଳ ଜୀବନଶୈଳୀରେ କେତେକଙ୍କଠାରେ ହରମୋନ ସମସ୍ୟା ଦେଖାଦେଇଥାଏ। ତେବେ ଏହି ସମସ୍ୟାରୁ ସହଜରେ କେତେକ ଘରୋଇ ଉପଚାର ଦ୍ୱାରା ମୁକ୍ତି ମିଳିଥାଏ। ସକାଳୁ ଜୁଆଣି ପାଣି ପିଇଲେ ହରମୋନସ୍ତର ନିୟନ୍ତ୍ରିତ ହୋଇଥାଏ। ଏହା ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ବାଭାବିକ କରେ।

ରାତିରେ ଏକ ଗ୍ଲାସ୍ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ବିଭିନ୍ନ ପ୍ରକାର ହାର୍ଟ ସମସ୍ୟା ଦୂର ହୋଇଥାଏ। ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ଆଶଙ୍କା ମଧ୍ୟ ଦୂର ହୋଇଥାଏ। ଜୁଆଣି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରେ। ଏସିଡିଟି ଓ କୋଷ୍ଠକାଠିନ୍ୟକୁ ଏହି ପାଣି ଦୂର କରେ। ଉଚ୍ଚରକ୍ତଚାପରେ ଏହା ମହୌଷଧୀ କାମ କରିଥାଏ।












Click it and Unblock the Notifications