Skin Care Tips: ଚମକପ୍ରଦ ସୁସ୍ଥ ତ୍ୱଚା ପାଇଁ ପିଅନ୍ତୁ କେଶର ପାଣି
Skin Care Tips: ସାଧାରଣତଃ ଆମେ ସମସ୍ତେ ସୁନ୍ଦର ତ୍ୱଚା ପାଇବା ପାଇଁ ବିୟୁଟି ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାଉ । ଅନେକ କ୍ରିମ୍, ଫେମ୍ ପ୍ୟାକ୍ ମଧ୍ୟ ବ୍ୟବହାର କରିଥାଉ । ହେଲେ ବେଳେ ଆମକୁ ସନ୍ତୋଷ ଜନକ ରେଜଲ୍ଟ ମିଳିପାରେ ନାହିଁ । ଆଜି ଆମେ ଆପଣଙ୍କୁ ଟିପ୍ପ ଦେବୁ ଯାହା ଆପଣଙ୍କ ତ୍ୱଚାର ଚକମକୁ ସୁସ୍ଥ ରଖିବ ଏବଂ ଆପଣଙ୍କ ସ୍କିନ୍ ଗ୍ଲୋ ମଧ୍ୟ କରିବ । କେବେଳ ଆପଣଙ୍କ ପ୍ରତ୍ୟେକ ଦିନର ଖାଦ୍ୟରେ କିଛି ପରିବର୍ତ୍ତନ କରିବା ପାଇଁ ପଡିବ ।
ଚମକପ୍ରଦ ଚେହେରା ପାଇଁ ସ୍କିନ୍ ହାଇଡ୍ରେଟ୍ ରହିବା ଅତ୍ୟନ୍ତ ଆବଶ୍ୟକ । ଆପଣଙ୍କ ପ୍ରିୟ ସେଲିବ୍ରିଟି ମାନେ ମଧ୍ୟ ନିଜ ତ୍ୱଚାକୁ ହାଇଡ୍ରେଟ୍ ରଖିଥାନ୍ତି । ଥିପାଇଁ, ବହୁ ପରିମାଣରେ ପାଣି ପିଇବା ଦ୍ୱାରା ସ୍କିନ୍ ହେଲଦି ରହିଥାଏ । ଦିନକୁ ପ୍ରାୟ ୩ ଲିଟର ପାଣି ପିଇବା ଉଚିତ୍ । ସେହିପରି ଅଏଲ୍ ମସାଜ୍, ବଡି ଲୋସନ୍ ଲଗାଇବା ଦ୍ୱାରା ମଧ୍ୟ ଆପଣଙ୍କ ଚେହେରା ଗ୍ଲୋ କରିଥାଏ ।

ଆପଣ ନିଶ୍ଚୟ ଶୁଣିଥିବେ ଯେ,ସୁନ୍ଦର ଦେଖାଯିବା ପାଇଁ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ । ସେହିପରି ପୁରା ଦିନ ମଧ୍ୟରେ ଆପଣ ଯଦି ୧୫-୨୦ ମିନିଟ୍ ଶୋଉଛନ୍ତି ତେବେ ତାହାର ବେଶ୍ ଭଲ ପ୍ରଭାବ ଆପଣଙ୍କ ସ୍କିନ୍ ଉପରେ ପଡିଥାଏ । ଯେତେବେଳେ ଆପଣ ଅଧିକ ଥକ୍କି ଯାଉଛନ୍ତି ସେବେଳେ କିଛି ସମୟ ପାଇଁ ଶୋଇପଡିବା ଉଚିତ୍ ।
ସାଧାରଣତଃ ଫଳ ଖାଇବା ଦ୍ୱାରା ଶରୀର ସହିତ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ । ଅଁଳା, କଦଳି, ଅମୃତଭଣ୍ତା ପରି ଫଳ ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ସଫା ରହିଥାଏ ଏବଂ ପିମ୍ପଲ୍ ମଧ୍ୟ ହୋଇନଥାଏ । ଯଦିଓ ଆପଣ ପ୍ରତିଦିନ କେବଳ ଗୋଟିଏ ଅଁଳା ଖାଉଛନ୍ତି ତେବେ ଏହାର ପ୍ରଭାବ, ଆପଣଙ୍କ ଚର୍ମ ଏବଂ ଆଖି ଉପରେ ପଡିଥାଏ ।
ରାତିରେ ଏକ ଗ୍ଲାସ୍ ପାଣିରେ କିଛି କେଶର ପକାଇ ୬ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ପରେ ସକାଳେ ଉଠି ପ୍ରଥମେ ଏହି ପାଣି ପିଅନ୍ତୁ । ଏହି ଜଳ ଆପଣଙ୍କ ତ୍ୱଚା ପାଇଁ ଏକ ଟନିକ୍ ଭାବରେ କାର୍ଯ୍ୟ କରିବ ଏବଂ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବ ।












Click it and Unblock the Notifications