ଗ୍ରୀନ ଟି ନିୟମିତ ପିଅନ୍ତୁ, ମିଳିବ ଚମତ୍କାର ଫାଇଦା

ବୟସ ବଢିବା ବା ଜଣେ ବୟସ୍କ ହେବା ଜୀବନର ସ୍ୱାଭାବିକ ପ୍ରକ୍ରିୟା । ସବୁ ଜୀବଜନ୍ତୁ ଏହି ପ୍ରକ୍ରିୟା ଦେଇ ଗତି କରନ୍ତି । ଏହାକୁ ରୋକିହେବ ନାହିଁ କି ଏହାର ଗତିକୁ ନିୟନ୍ତ୍ରଣ କରିହେବ ନାହିଁ । ବୟସ ବଢିବା ସହ ଶାରୀରିକ ସ୍ୱାସ୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟ ବା ମସ୍ତିଷ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପଡିଥାଏ ।

green tea

ତେବେ ବୟସ୍କଙ୍କ ପାଇଁ କାନାଜାୱା ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଆସିଛି ଏକ ଖୁସି ଖବର ।

ଏହି ଅଧ୍ୟୟନରୁ ଜଣାପଡିଛି ନିୟମିତ ଭାବରେ ସବୁଜ ଚା (Green Tea) ପିଇଲେ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଗବେଷକମାନେ ଜାଣିବାକୁ ପାଇଛନ୍ତି ପ୍ରତିଦିନ ତିନି ଗ୍ଲାସ୍ କିମ୍ବା ଅଧିକ ସବୁଜ ଚା ପିଇବା ଦ୍ୱାରା ସ୍ମରଣ ଶକ୍ତି ହ୍ରାସ ଏବଂ ଆଲଜାଇମର(Alzheimer's) ଭଳି ଭୟଙ୍କର ରୋଗ ପାଇଁ ଲାଭଦାୟକ ହେବ ।

ଗବେଷକ ମାନେ ଜାପାନର ବିଭିନ୍ନ ଗବେଷଣା କେନ୍ଦ୍ରରେ ପ୍ରୋସ୍ପେକ୍ଟିଭ୍ ଷ୍ଟଡିଜ୍ କୋଲାବୋରେସନ ଫର ଏଜିଂ ଆଣ୍ଡ୍ ଡିମେନ୍ସିଆରୁ ତଥ୍ୟ ନେବା ସହ, MRI ତଥ୍ୟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଅଧ୍ୟୟନକରି ସବୁଜ ଚା ଏବଂ କଫି ସେବନର ପ୍ରଭାବ ଅନୁଶୀଳନ କରିଛନ୍ତି ।

ଉଭୟ ସବୁଜ ଚା ଏବଂ କଫି ସେମାନଙ୍କର ନ୍ୟୁରୋ ପ୍ରୋଟେକ୍ଟିଭ୍ (neuroprotective) ଗୁଣ ପାଇଁ ବେଶ୍ ଜଣାଶୁଣା । ତେଵେ ଏହି ଅଧ୍ୟୟନରେ ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ କଫିର କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଥିବା ନେଇ ଜଣାପଡିନାହିଁ । ଏନ.ପି.ଜେ. (NPJ) ସାଇନ୍ସ ଅଫ୍ ଫୁଡ୍ ଜର୍ଣ୍ଣାଲରେ ପ୍ରକାଶିତ ଫଳାଫଳ ସୂଚାଇଛି ଯେ ଦୈନନ୍ଦିନ ଖାଦ୍ୟରେ ସବୁଜ ଚା'କୁ ସାମିଲ କଲେ, ଏହା ବୟସ୍କ ବ୍ୟକ୍ତିଙ୍କୁ ଦୀର୍ଘକାଳୀନ ଲାଭ ପ୍ରଦାନ କରିଥାଏ ।

ତେବେ ଏହି ଅଧୟନ ପରେ ଗବେଷକ ମାନେ ମନ୍ତବ୍ୟ ଦେଇଛନ୍ତି କି "ଆମର ଫଳାଫଳ ସୂଚିତ କରୁଛି ଯେ ବିଶେଷକରି ଦିନକୁ ତିନି କିମ୍ବା ଅଧିକ ଗ୍ଲାସ ସବୁଜ ଚା ପିଇବାଦ୍ୱାରା ଏହା ଡିମେନ୍ସିଆକୁ ରୋକିବାରେ ସାହାଯ୍ୟ କରିପାରେ" କିନ୍ତୁ ଗବେଷକମାନଙ୍କ ଅନ୍ୟ ଏକ ମନ୍ତବ୍ୟ ଅନୁସାରେ "ତଥାପି, ଆମର ଫଳାଫଳଗୁଡ଼ିକୁ ବୈଧ କରିବା ପାଇଁ ଆହୁରି ଅଧିକ ଅଧ୍ୟୟନ ଏବଂ ମୌଳିକ ଗବେଷଣା ଆବଶ୍ୟକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+