ଉଷୁମ ପାଣିରେ ଘିଅ ପିଅନ୍ତୁ ,ଏହି ସବୁ ସମସ୍ୟାରୁ ମିଳିବ ମୁକ୍ତି
ଦିନର ବ୍ୟସ୍ତତା ପରେ, ରାତି ହେଉଛି ଆମ ଶରୀର ପାଇଁ ବିଶ୍ରାମ ନେବାର ସମୟ। ଯେପରି ଆମେ ଆମର ମୋବାଇଲ୍ ଚାର୍ଜ କରିଥାଉ ଏବଂ ପରଦିନ ସକାଳେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଏ, ସେହିପରି ଆମ ଶରୀର ମଧ୍ୟ ରାତିରେ ବିଶ୍ରାମ ନେଇ ପରଦିନ ପାଇଁ ପ୍ରସ୍ତୁତ ହୋଇଥାଏ । କିନ୍ତୁ କ'ଣ ଆପଣ ଜାଣନ୍ତି ଯେ, ଶୋଇବା ପୂର୍ବରୁ ଯଦି ଆପଣ ଅଳ୍ପ ଘିଅ ସହିତ ଉଷୁମ ପାଣି ମିଶାଇ ପିଅନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ। ଆସନ୍ତୁ ସେ ବିଷୟରେ ଜାଣିବା...
ଆମେ ସମସ୍ତେ ଜାଣିଛେ ଯେ, ପୁରାତନ କାଳରେ ଜେଜେମାଆ ସବୁବେଳେ କହୁଥିଲେ ଯେ ଘିଅ ପ୍ରତ୍ୟେକ ରୋଗର ଚିକିତ୍ସା କରିପାରେ। କିନ୍ତୁ ଆଜିକାଲି ଆମେ ଘିଅଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛୁ । ଯଦି ଦେଶୀ ଘିଅ ସଠିକ ପରିମାଣରେ ଗ୍ରହଣ କରାଯାଏ, ତେବେ ଏହା ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଏହା ଉଷୁମ ପାଣି ସହିତ ପିଇଲେ ବିଶେଷ ଲାଭଦାୟକ ହୁଏ।
ପାଚନ ପ୍ରଣାଳୀକୁ ଶକ୍ତିଶାଳୀ କରିଥାଏ-
ଘିଅ ଅନ୍ତନଳୀକୁ ସଫା କରେ ଏବଂ ପାଚନ କ୍ରିୟାକୁ ଉନ୍ନତ କରେ। ଯଦି ଆପଣଙ୍କର କୋଷ୍ଠକାଠିନ୍ୟ କିମ୍ବା ଗ୍ୟାସ୍ ସମସ୍ୟା ଅଛି, ତେବେ ଘିଅ ଆପଣଙ୍କ ପାଇଁ ବହୁତ ପ୍ରଭାବଶାଳୀ ହୋଇପାରେ।
ନିଦ ଉନ୍ନତ କରେ-
ରାତିରେ ଘିଅ ଖାଇବା ଦ୍ୱାରା ନିଦ ଭଲ ହୁଏ। ଏହା ମନକୁ ମଧ୍ୟ ଶାନ୍ତ କରିଥାଏ। ଯଦି ଆପଣଙ୍କ ନିଦ ବାରମ୍ବାର ଭାଙ୍ଗୁଛି କିମ୍ବା ଗଭୀର ନିଦରେ ଶୋଇ ପାରୁନାହାଁନ୍ତି, ତେବେ ଘିଅ ମିଶା ପାଣି ଆପଣଙ୍କୁ ସାହାଯ୍ୟ କରିପାରିବ।

ସନ୍ଧି ଏବଂ ହାଡ଼ ପାଇଁ ଲାଭଦାୟକ-
ଘିଅ କ୍ୟାଲସିୟମ ଏବଂ ଓମେଗା-୩ ଫ୍ୟାଟି ଏସିଡର ଏକ ଭଲ ଉତ୍ସ, ଯାହା ହାଡ଼କୁ ମଜବୁତ କରିଥାଏ। ଏହା ସନ୍ଧି ଯନ୍ତ୍ରଣା କିମ୍ବା ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟାରେ ମଧ୍ୟ ବହୁତ ଆରାମ ଦେଇଥାଏ।
ଚର୍ମ ଏବଂ କେଶ ପାଇଁ ଏକ ବରଦାନ ଘିଅ-
ଘିଅରେ ଥିବା ହେଲ୍ଦି ଫ୍ୟାଟ୍ ଆପଣଙ୍କ ତ୍ୱଚାକୁ ଭିତରୁ ମଇଶ୍ଚରାଇଜ୍ କରେ ଏବଂ କେଶକୁ ମଜବୁତ କରେ । ନିୟମିତ ଘିଅ ସେବନ କରିବା ଦ୍ୱାରା ଚର୍ମ ଚମକଦାର ହେବା ସହ କେଶ ମଧ୍ୟ ଚମକ ମଧ୍ୟ ବଢିଥାଏ।
ଘିଅ ଓଜନ ହ୍ରାସ ପାଇଁ ଉପଯୋଗୀ-
ଏହା ଶୁଣିବାକୁ ଅଜବ ଲାଗିପାରେ କିନ୍ତୁ ସଠିକ୍ ପରିମାଣରେ ଘିଅ ଖାଇବା ଦ୍ଵାରା ଏହା ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧି କରେ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଆପଣଙ୍କ ଶରୀରରେ ଜମା ହୋଇଥିବା ଅନ୍ ହେଲ୍ଦି ଫ୍ୟାଟ୍ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।
ଘିଅର ସଠିକ୍ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁ ମାତ୍ରାରେ ପରିବର୍ତ୍ତନ କରିପାରିବ। ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ସହିତ ଘିଅ ପିଇବା ଏକ ଛୋଟ ପଦକ୍ଷେପ, କିନ୍ତୁ ଏହାର ଲାଭ ଅନେକ । ତେଣୁ ଆଜିଠାରୁ ଏହି ଅଭ୍ୟାସକୁ ଆପଣଙ୍କ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ ଏବଂ ନିଜେ ପାର୍ଥକ୍ୟ ଅନୁଭବ କରନ୍ତୁ।












Click it and Unblock the Notifications