ସକାଳୁ ଖାଲି ପେଟରେ ପିଅନ୍ତୁ ଜିରା ପାଣି, କମିବ ବ୍ଲଡ୍ ସୁଗାର
Drink Cumin Water: ଜିରା ପାଣି ଖାଦ୍ୟ ହଜମ କରିବା ସହ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏକ ଚାମଚ ଜିରା ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ । ନିୟମିତ ଜିରା ପାଣି ପିଇବା ଦ୍ୱାରା ଶକ୍ତି ବୃଦ୍ଧି କରିଥାଏ ଏବଂ ଖାଦ୍ୟକୁ ସହଜରେ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଅନ୍ତନଳୀକୁ ମଧ୍ୟ ସଫା ରଖିବାରେ ସାହାଯ୍ୟ କରିଥାଏ । ଜିରାରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ଓଜନ କମ କରିବାରେ ସାହାଯ୍ୟ କରିଥାଏ ।
ଜିରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଟାରୀ ଗୁଣି ରହିଛି । ବ୍ଲୋଟିଂ ସମସ୍ୟାରୁ ମୁକ୍ତି ପାଇଁ ଜିରା ପାଣି କାମ କରିଥାଏ । ସକାଳେ ଖାଲି ପେଟରେ ଜିରା ପାଣି ପିଇବା ଦ୍ୱାରା ଶରୀର ଆଲୁକ ଅନୁଭବ ହୋଇଥାଏ ।

ରାତିରେ ୧ ଗ୍ଲାସ ପାଣିରେ ୧ ଚାମଚ ଜିରା ମିଶାଇ ପୁରା ରାତି ଭିଜାଇ ରଖନ୍ତୁ । ସକାଳେ ଏହାକୁ ଫୁଟାଇ ହାଲୁକା ଉସୁମ କରି ପିଅନ୍ତୁ । ସ୍ୱାଦ ବଢ଼ାଇବା ପାଇଁ ଏଥିରେ ମହୁ ମିଶାଇ ମଧ୍ୟ ପାରିବେ । ଏହି ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ନିୟମିତ ଜିରା ପାଣି ପିଇବା ଦ୍ୱାରା ବ୍ଲଡ୍ ସୁଗାର ସ୍ତର କମିଥାଏ ।
ସେହିପରି ଆପଣ ସକାଳେ ଗ୍ରୀନ୍ ଟି ପିଇପାରିବେ । ଯାହା ମେଟାବୋଲିଜିମ୍ ବୃଦ୍ଧି କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପେଟର ଚର୍ବି ହ୍ରାସ କରିବା ପାଇଁ ପ୍ରତିଦିନ ଗ୍ରୀନ ଟି ପିଇବା ଉଚିତ ।












Click it and Unblock the Notifications