ସକାଳୁ ଉଠି ଏହି ସବୁ କାର୍ଯ୍ୟରେ ନଷ୍ଟ କରନ୍ତୁନି ସମୟ, ନଚେତ ସାମ୍ନା କରିବେ ଏହି ସମସ୍ୟା

ସକାଳେ ଆପଣ ଯେଉଁ ସବୁ କାର୍ଯ୍ୟ କରନ୍ତି ତାହା ମହତ୍ତ୍ୱପୂର୍ଣ୍ଣ । ସୁସ୍ଥ ଅଭ୍ୟାସ ଆପଣେଇଲେ ଏହା ଆପଣଙ୍କ ଶରୀରକୁ ନିରୋଗ ରଖିବାରେ ସାହାଯ୍ୟ କରେ । ବିଶେଷଜ୍ଞଙ୍କ ଅନୁସାରେ ସକାଳୁ ଏପରି କିଛି ଭୁଲ କାମ କଲେ ଏହା ଆପଣଙ୍କ ଶରୀର ତଥା ମାନସିକତା ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ । ତେଣୁ ଆପଣ ସକାଳୁ ଏହି ସବୁ ଭୁଲ କରୁଛନ୍ତି ଯଦି ଜଲଦି ନିଜ ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ । ଏପରି କରିଲେ ଆପଣ ଦିନସାରା ସତେଜଭରା ଓ ଉର୍ଜାବାନ ଅନୁଭବ କରିବେ ।

ସକାଳୁ ଉଠି ଏହି ସବୁ ଭୁଲ କାମ କରନ୍ତୁ ନାହିଁ !

ପିଠି ମୋଡିବା:

କିଛି ଲୋକ ସକାଳୁ ଉଠିବା ସମୟରେ ପିଠି ଅଣ୍ଟା ମୋଡି କରି ଉଠିଥାନ୍ତି । ମାତ୍ର ଏହା କରିବା ଭୁଲ ଅଟେ । ଏପରି ଉଠିବା ଦ୍ବାରା ଶରୀରରେ ବିଭିନ୍ନ ମାଂସପେଶୀରେ ଯନ୍ତ୍ରଣା ଦେଖା ଦେଇଥାଏ । ତେଣୁ ସକାଳୁ ସକାଳୁ ଧୀରେ ଧୀରେ ଉଠିବା ଉଚିତ । ଯାହାଦ୍ୱାରା ରାତିସାରା ନିଷ୍କ୍ରିୟ ହୋଇ ପଡିଥିବା ଅଂଶରେ ରକ୍ତସଞ୍ଚାଳନା ହୋଇଥାଏ । ପରାଣାମ ସ୍ବରୁପ ଆପଣ ଦିନ ସାରା ସତେଜ ଅନୁଭବ କରିଥାନ୍ତି । ସକାଳୁ ଉଠିବା ବେଳେ ଡାହାଣ କଡ ଦେଇ ଧୀରେ ଧୀରେ ଉଠନ୍ତୁ ।

ଚିନ୍ତା:କିଛି ଲୋକ ସକାଳୁ ଉଠି ତ ଯାଆନ୍ତି କିନ୍ତୁ ଅଫିସ କାମ ଏବଂ ସମୟରେ ପହଁଚିବା ଚିନ୍ତାରେ ବୁଡି ରହିଥାନ୍ତି । ଏପରି କରିବା ଦ୍ବାରା ମାନସିକ ଚାପ ବଢିପାରେ । ତେଣୁ ରାତିରୁ ହିଁ ଆଗାମୀ ଦିନ କଣ ରୋଷେଇ କରିବେ କେଉଁ କପଡା ପିନ୍ଧିବେ ଇତ୍ୟାଦି ଚୟନ କରି ନିଅନ୍ତୁ । ଏପରି କରିବା ଦ୍ବାରା ଆପଣ ସକାଳୁ ଉଠି କମ୍ ଚିନ୍ତାରେ ପଡିବେ ଏବଂ ଜଲଦୀ ସବୁ କାର୍ଯ୍ୟ ସାରିପାରିବେ ।

ସକାଳ ଜଳଖିଆ ନ ଖାଇବା:

ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନର ଏକ ଅଧ୍ୟୟନ ମୁତାବକ ସକାଳୁ ବହୁ ବ୍ୟକ୍ତି ସମୟ ଅଭାବ କାରଣରୁ ଜଳଖିଆ କରନ୍ତି ନାହିଁ । ଏହା ଆପଣଙ୍କ ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହା ଦ୍ବାରା ଆପଣ ମେଦ ବହୁଳତା ଓ ମଧୁମେହ ଭଳି ରୋଗରେ ପୀଡିତ ହୋଇପାରନ୍ତି । ସକାଳ ଜଳଖିଆ ନ କରିବା ଦ୍ବାରା ଏହା ଶରୀରର ବଡି ମାସ ଇଣ୍ଡେକ୍ସ ବା BMI ଉପରେ ପ୍ରଭାବ ପକାଇଥାଏ ।

ସକାଳୁ ଉଠି ମୋବାଇଲର ବ୍ୟବହାର କରିବା:

କିଛି ଲୋକ ସକାଳୁ ଉଠୁ ଉଠୁ ମୋବାଇଲ ବ୍ୟବହାର କରିବାରେ ଲାଗି ପଡନ୍ତି । ହେଲେ ଏହି ଅଭ୍ୟାସ ଆଦୌ ଶରୀର ପକ୍ଷେ ହିତକର ହୋଇନଥାଏ । ସକାଳୁ କୌଣସି ନକାରାତ୍ମକ ଖବର ଆପଣଙ୍କର ମାନସିକତାକୁ ଖରାପ କରିଥାଏ, ଯାହାଦ୍ବାରା ଆପଣଙ୍କର ଦିନ ଖରାପ ଦିଗକୁ ଗତି କରିଥାଏ । ତେଣୁ ଏଥିରୁ ନିବୃତ୍ତ ରହିବା ସହିତ ଭଲ ଅଭ୍ୟାସ ଆପଣାନ୍ତୁ । ମୋବାଇଲ ଠାରୁ ଦୂରତା ରକ୍ଷା କରନ୍ତୁ । ସକାଳୁ ଉଠି ଦୈନିକ କିଛି ଭଲ ବହି ପଢିବାର ଅଭ୍ୟାସ କରନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ମାନସିକତା ଉପରେ ଭଲ ପ୍ରଭାବ ପଡିଥାଏ । ଏବଂ ବହୁ କିଛି ଶିଖିବାକୁ ମିଳିଥାଏ ।

ଅଳସୁଆମି ଓ ବ୍ୟୟାମର ଅଭାବ:

ସକାଳେ ବ୍ୟାୟମ କରିବା ଦ୍ବାରା ଦିନ ସାରା କାର୍ଯ୍ୟ କରିବା ପାଇଁ ସ୍ପୁର୍ତ୍ତି ଓ ସତେଜତା ମିଳିଥାଏ । ଏହା ଶରୀରକୁ ସକ୍ରିୟ ରଖିବାରେ ସହାୟତା କରିଥାଏ । କିଛି ଲୋକ ଅଳସୁଆମିର ବସବର୍ତ୍ତୀ ହୋଇ ସଠିକ ବ୍ୟାୟାମ କରିନଥାନ୍ତି । ଏବଂ ଅନ୍ୟ କିଛି ଲୋକ ସକାଳୁ ଉଠୁ ଉଠୁ ଭାରି ବ୍ୟାୟାମ କରିବା ଆରମ୍ଭ କରିଦିଅନ୍ତି, ଏହି 2 ପ୍ରକାର ଆଭ୍ୟାସ ଆପଣଙ୍କ ଶରୀରକୁ ହାନି ପହଞ୍ଚାଇଥାଏ । ଏପରି କରିବ ଦ୍ବାରା ଶରୀରର ମାଂସପେଶୀ ଉପରେ ଖରାପ ପ୍ରଭାବ ପଡିଥାଏ । ନିଦରୁ ଉଠିବା ପରେ ଅଧିକ ଭାରି ବ୍ୟାୟାମ କରିବା ଦ୍ବାରା ଶରୀରରେ ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଥାଏ । ତେଣୁ ପ୍ରଥମେ ହାଲକା ବ୍ୟାୟାମ କରିବା ସହିତ ୱାର୍ମଅପ ବ୍ୟାୟାମ କରିବା ପରେ ଭାରି ଓଜନ ଉଠାନ୍ତୁ ଏପରି କରିଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡିନଥାଏ । ଆପଣ ପ୍ରତିଦିନ ଯୋଗ, ପ୍ରାଣାୟାମ ଓ ଧ୍ୟାନ କରି ମଧ୍ୟ ଶାରୀରିକ ଓ ମାନସିକ ଶାନ୍ତି ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+