ଫୁଲ କୋବିତ୍ କରୁଛନ୍ତି କିନ୍ତୁ ନଷ୍ଟ କରୁଛନ୍ତି କି ପତ୍ର, ଖାଦ୍ୟରେ ସାମିଲ କରନ୍ତୁ ମିଳିବ ଅଦ୍ଭୁତ ଫାଇଦା

ସମସ୍ତଙ୍କ ପାଟିକୁ ରୁଚୁଥିବା ପରିବାଟି ହେଉଛି ଫୁଲକୋବି । ଫୁଲକୋବି ଭଜା, ତରକାରୀ , ଛଣା ବ୍ୟତୀତ ଅନେକ ପ୍ରକାରର ଆଇଟମ୍ କରି ମା' ଯେତେବେଳେ ଖାଇବା ଥାଳିଟି ସଜେଇ ବାଢିଦିଅନ୍ତି ଓଃ ଆଉ କ'ଣ ଶୋର୍ ଶବ୍ଦ ଶୁଭିବ । ବର୍ଷସାରା ଫୁଲକୋବି ବଜାରରେ ମିଳୁଥିଲେ ହେଁ ଶୀତଦିନରେ ଏହି ପରିବାର ଟେଷ୍ଟ୍ ହିଁ କିଛି ଅଲଗା । ଅନେକ ଲୋକ ଫୁଲକୋବିର ଫୁଲଭାଗ ବା ଧଳାଅଂଶଟିକୁ କାଟି ରୋଷେଇ କରି ଏହାର ପତ୍ର ଏବଂ ନାଡ଼ିକୁ ଅଲୋଡ଼ା ଭାବି ଫୋପାଡ଼ି ଦିଅନ୍ତି।

cauliflower l

କିନ୍ତୁ ଆପଣ ଜାଣିଛନ୍ତି କି ପୋଷକ ତତ୍ତ୍ବରେ ଭରପୂର ଫୁଲକୋବିର ପତ୍ରରେ ବି ଭିଟାମିନ୍ ଏ , ଫାଇବର୍ , ପ୍ରୋଟିନ୍ , କ୍ୟାଲସିୟମ୍ ଏବଂ ଫସଫରସ୍ ଭଳି ତତ୍ତ୍ବ ମିଳିଥାଏ । ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଆପଣ ଏହି ପତ୍ରକୁ ଫୋପାଡ଼ିବା ବଦଳରେ ସାଲାଡ୍ , ସୁପ୍ କିମ୍ବା କୌଣସି ରେସିପି କରି ମଧ୍ୟ ଖାଇପାରିବେ । ଫୁଲକୋବିର ପତ୍ର ସେବନ ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ତେବେ ଆଜି ଆସନ୍ତୁ ସେ ସମ୍ବନ୍ଧରେ କିଛି ଜାଣିବା ।

ଆଖି ପାଇଁ ଖୁବ୍ ଲାଭକାରୀ ଫୁଲକୋବି ପତ୍ର ଏବଂ ନାଡ଼ । ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଞ୍ଜିନିୟରିଙ୍ଗର ଏକ ଷ୍ଟଡି ମୁତାବକ , ଫୁଲକୋବିର ପତ୍ରରେ ଭରପୁର ମାତ୍ରାରେ ଭିଟାମିନ୍ ଏ ର ମାତ୍ରା ଥାଏ। ଯାହା ଖାଇବାଦ୍ବାରା ସିରମ୍ ରେଟିନାଲ୍ ଲେବଲ୍ ବଢେ ଏବଂ ନାଇଟ୍ ବ୍ଲାଇଣ୍ଡନେସ ବିପଦ ମଧ୍ୟ କମ୍ ହୁଏ।

ଡାଏବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଫୁଲକୋବି ପତ୍ର ଏବଂ ନାଡ଼ ଖାଇବା ଖୁବ୍ ଲାଭଦାୟକ ହୋଇଥାଏ। ଏଥିରେ ପ୍ରୋଟିନ୍ ଏବଂ ଫାଇବରର ମାତ୍ରା ଅଧିକ ମିଳିଥାଏ ଏବଂ କାର୍ବୋହାଇଡ୍ରେଟର ମାତ୍ରା କମ୍ ଥାଏ। ଯାହା ଖାଇବା ଦ୍ବାରା ବ୍ଲଡ୍ ସୁଗରର ଲେବଲ୍ କଣ୍ଟ୍ରୋଲରେ ଆସିଥାଏ। ଯଦି ଆପଣଙ୍କୁ ଡାଇବେଟିସ୍ ସମସ୍ୟା ରହିଛି , ତେବେ ଡାକ୍ତରଙ୍କୁ ପରାମର୍ଶ କରି ଫୁଲକୋବିର ପତ୍ରକୁ ନିଜ ଡାଏଟରେ ସାମିଲ୍ କରନ୍ତୁ। ଆଇରନର ସମୃଦ୍ଧ ସ୍ରୋତ ହେଉଛି ଫୁଲକୋବିର ପତ୍ର। ଯାହାର ମାତ୍ର ୧୦୦ ଗ୍ରାମ୍ ପତ୍ରରେ ୪୦ ମିଲିଗ୍ରାମ୍ ଆଇରନ୍ ମିଳିଥାଏ। ଯାହାର ସେବନ ଦ୍ବାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ମହିଳା ଏବଂ ଶିଶୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏନିମିଆର ଚିକିତ୍ସା ପାଇଁ ମଧ୍ୟ ଫୁଲକୋବିର ପତ୍ରକୁ ଖୁବ୍ ପ୍ରଭାବଶାଳୀ ବୋଲି ମନେ କରାଯାଏ।

କ୍ୟାଲସିୟମରେ ଭରପୂର ଫୁଲକୋବିର ପତ୍ର । ମାତ୍ର ୧୦୦ ଗ୍ରାମ୍ ପତ୍ରରୁ ୬୦୦ ମିଲିଗ୍ରାମ୍ କ୍ୟାଲସିୟମ୍ ମିଳେ। ଯାହା ଖାଇବା ଦ୍ବାରା ହାଡ଼ ଷ୍ଟ୍ରଙ୍ଗ୍ ହୁଏ । ଏହା ସହ ଅର୍ଥରାଇଟିସ୍ ଏବଂ ହାଡ଼ ସମ୍ବନ୍ଧୀୟ ଅନ୍ୟ ରୋଗକୁ ରୋକିବା ପାଇଁ ମଧ୍ୟ ଫୁଲକୋବିର ପତ୍ର ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟସ୍ ଏବଂ ଆଣ୍ଟି ଇନଫ୍ଲେମେଟରୀ ଗୁଣ ରହିଥିବାରୁ ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାଛଡ଼ା ଫୁଲକୋବିର ପତ୍ରରେ ହାଇ ଫାଇବର ଏବଂ ଫ୍ୟାଟର ମାତ୍ରା କମ୍ ହେବା କାରଣରୁ ଏହା ହାର୍ଟ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍ ଲାଭକାରୀ ହୋଇଥାଏ। ତେବେ ଯଦି ଆପଣଙ୍କୁ କୌଣସି ଗମ୍ଭୀର ସମସ୍ୟା ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଫୁଲକୋବିର ପତ୍ରକୁ ସେବନ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+